fbpx

ଏହି ଦେଶରେ କାହିଁକି ସୁରକ୍ଷିତ ରହିଛି ସିରିୟଲ୍ କିଲରର ମୁଣ୍ଡ; କାରଣ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ…

ନୂଆଦିଲ୍ଲୀ : ଆଜିକାଲି ରାଜ୍ୟ ତଥା ଦେଶରେ ଦିନକୁ ଦିନ ଅପରାଧିକ କାର୍ଯ୍ୟକଳାପ ବଢିବାରେ ଲାଇଛି । ଫଳରେ ଏହାକୁ ଦୃଷ୍ଟିରେ ରଖି ସରକାର ଅନେକ ସମୟରେ ବିଭିନ୍ନ ପ୍ରକାର ପଦକ୍ଷେପ ନେଉଛନ୍ତି । କୌଣସି ଦୋଷୀକୁ ଦଣ୍ଡ ଦେବାପାଇଁ ତାକୁ କାରାଗାରକୁ ପଠାଇଥାନ୍ତି ତା ଆଉ କାହାକୁ ମୁର୍ତ୍ୟୁ ଦଣ୍ଡ ଶୁଣିଥାନ୍ତି । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ଦେଶ ଅଛି ଯେଉଁଠାରେ ମାତ୍ର ଜଣଙ୍କୁ ହିଁ ଫାସୀ ଦଣ୍ଡ ଦିଆଯାଇଛି , ସେ ବି ପୁଣି ଦୀର୍ଘ ୧୮୧ ବର୍ଷ ପୂର୍ବରୁ । ଏଥିସହିତ ଫାସୀ ଦିଆଯାଇଥିବା ସେହି ବ୍ୟକ୍ତିର ମୁଣ୍ଡକୁ ଆଜି ମଧ୍ୟ ସୁରୀକ୍ଷିତ କରି ରଖାଯାଇଛି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଘଟଣାଟି କେଉଁଠି ଏବଂ କାହିଁକି କରାଯାଇଛି ।

ପର୍ତ୍ତୁଗାଲ ରାଜଧାନୀ ଲିସ୍ବନ୍ରେ ଜଣେ ବ୍ୟକ୍ତିର ମୁଣ୍ଡକୁ ୧୮୧ ବର୍ଷ ହେଲା ସୁରକ୍ଷିତ ରଖାଯାଇଛି । ଆଜି ବି ଏକ କାଚ୍ ଜାରରେ ପଶି ରହିଥିବା ସେହି ମୁଣ୍ଡଟି ଏକଦମ୍ ସତେଜ ଦିଶୁଛି । ତେବେ ବ୍ୟକ୍ତି ଜଣକର ମୁଣ୍ଡକୁ କାହିଁକି ଏପରି ରଖାଯାଇଛି ତାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହି ବ୍ୟକ୍ତି ଜଣକ କୌଣସି ମହାନ କାମ କରିଛି ବୋଲି ତା’ ମୁଣ୍ଡକୁ ଏପରି ସୁରକ୍ଷିତ ଭାବେ ରଖା ଯାଇନାହିଁ । ବରଂ ସେ ହେଉଛି ଜଣେ ସିରିୟଲ୍ କିଲର, ଯିଏକି ୭୦ରୁ ଅଧିକ ଲୋକଙ୍କୁ ହତ୍ୟା କରିଛି । ତେବେ ଅନେକ ନୀରିହ ଲୋକଙ୍କୁ ହତ୍ୟା କରିଥିବା ଏହି ବ୍ୟକ୍ତି ଜଣକୁ ସେ ସମୟରେ ଫାଶୀ ଦଣ୍ଡାଦେଶ ହୋଇଥିଲା । କିନ୍ତୁ ତାକୁ ଫାଶୀରେ ଝୁଲାଯିବା ପରେ ଲୋକଙ୍କୁ ଶିକ୍ଷା ଦେବା ପାଇଁ ତା’ ମୁଣ୍ଡକୁ ଏପରି ଭାବେ ସୁରକ୍ଷିତ ଅବସ୍ଥାରେ ରଖାଯାଇଛି ।

ଜାଣିବାକୁ ମିଳିଛି ଯେ ଏହି ବ୍ୟକ୍ତି ପରେ ସେହି ଦେଶରେ କାହାକୁ ବି ଫାଶୀ ଦଣ୍ଡାଦେଶ ହୋଇନାହିଁ । ତେବେ ଏହି ସିରିୟଲ୍ କିଲର ନାଁ ଡିୟୋଗୋ ଅଲ୍ଭେସ୍ ବୋଲି ଜଣାପଡିଛି । ଡିୟୋଗୋ ୧୮୧୯ ମସିହାରେ ସ୍ପେନ୍ର ମେସେଲିୟା ସହରରେ ଜନ୍ମ ଗ୍ରହଣ କରିଥିଲା । ସେ ବଡ଼ ହେବା ପରେ କାମ ଖୋଜି ଖୋଜି ପର୍ତ୍ତୃଗାଲରେ ପହଞ୍ଚିଲା, ଏବଂ ପର୍ତ୍ତୃଗାଲ୍ ର ଲିସ୍ବେନ୍ ରେ ଚାକିରି ଖୋଜିବାରେ ଲାଗିଲା । ମାତ୍ର ତାକୁ ଚାକିରି ମିଳିଲା ନାହିଁ । ସେ ଶେଷରେ କିଛି ଏପରି ଲୋକଙ୍କ ସହ ମିଶିଗଲା ଯେଉଁଥିପାଇଁ ତାକୁ ହତ୍ୟାକାରୀ ହେବାକୁ ପଡ଼ିଲା ।

Get real time updates directly on you device, subscribe now.