fbpx

ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ କାହିଁକି ବାଦ୍ ପଡ଼ିଲେ ଶାହିନ ଶାହ ଆଫ୍ରିଦି

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷ ଟେଷ୍ଟ ସିରିଜରୁ ବାଦ୍ ପଡ଼ିଛନ୍ତି ପାକିସ୍ତାନର ଦ୍ରୁତ ବୋଲର ଶାହିନ ଶାହ ଆଫ୍ରିଦି । ଟିମ୍ ମ୍ୟାନେଜମେଣ୍ଟ କହିଛି ଯେ ସେ ତାଙ୍କ ପରିବାର ସହିତ ସମୟ ବିତାଇବାକୁ ଚାହୁଁଥିଲେ । ଶାହିନଙ୍କ ସ୍ଥାନରେ ସ୍ପିନର ବୋଲର ଅବରାର ଅହମ୍ମଦ ଓ ଦ୍ରୁତ ବୋଲର ମୀର ହମ୍ଜାଙ୍କୁ ଦଳର ସମ୍ଭାବ୍ୟ ୧୨ ଜଣ ଖେଳାଳି ଭାବେ ସାମିଲ କରାଯାଇଛି । ସେହିପରି କିଛି ଦିନ ହେବ ପାକିସ୍ତାନ ପାଇଁ ଅନ୍ୟ ଜଣେ ଦ୍ରୁତ ବୋଲର ଥିବା ଶାହିନ୍ ଦଳରେ ନଥିବାରୁ ମିଶ୍ର ପ୍ରତିକ୍ରିୟା ପ୍ରକାଶ ପାଉଛି ।

ଏପରିକି ଗତବର୍ଷ ଶାହିନ ଶାହ ଆହତ ହୋଇ ଫେରିବା ପରେ ତାଙ୍କ ବେଗ ହ୍ରାସ ପାଇଥିଲା । ଏପରିକି ବାଂଲାଦେଶ ବିପକ୍ଷ ପ୍ରଥମ ଟେଷ୍ଟ ମ୍ୟାଚ୍ ରେ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଅନ୍ୟପକ୍ଷରେ ପାକିସ୍ତାନ ପ୍ରଶିକ୍ଷକ ଜେସନ୍ ଗିଲେସ୍ପି କହିଛନ୍ତି, ଆମେ ସେମାନଙ୍କ ସହ ଭଲ କଥାବାର୍ତ୍ତା କରିଛୁ ଏବଂ ଏହି ନିଷ୍ପତ୍ତି ପଛର ଚିନ୍ତାଧାରାକୁ ସମ୍ପୂର୍ଣ୍ଣ ଭାବେ ବୁଝିଛୁ ।

ତାଙ୍କୁ ମତାମତ ଦିଆଯାଇଛି ଏବଂ ସେ ନିଜକୁ ଉନ୍ନତ କରିବା ପାଇଁ କାର୍ଯ୍ୟ କରୁଛନ୍ତି । ଆମେ ତାଙ୍କୁ ଶ୍ରେଷ୍ଠ ଫର୍ମରେ ଦେଖିବାକୁ ଚାହୁଁଛୁ । ପାକିସ୍ତାନ ଓ ବାଂଲାଦେଶ ବିପକ୍ଷ ଦ୍ବିତୀୟ ଟେଷ୍ଟ ବର୍ଷା ଯୋଗୁଁ ଶୁକ୍ରବାର ଆରମ୍ଭ ହୋଇପାରିନଥିଲା । ପ୍ରଥମ ଟେଷ୍ଟରେ ପାକିସ୍ତାନକୁ ୧୦ ୱିକେଟରେ ପରାସ୍ତ କରିଛି ବାଂଲାଦେଶ ।

Get real time updates directly on you device, subscribe now.