କାହିଁକି ମୃତ୍ୟୁକୁ ଆପଣେଇ ନେଲେ ଜମ୍ମୁର ଦିଲ୍ଲୀ କି ଧଡକନ?
ସିମରନ ତାଙ୍କ ଭାବି ପତିଙ୍କ ସହ ଗୁରଗ୍ରାମରେ ରହୁଥିଲେ । ଆଉ ୪ ମାସରେ ହୋଇଥାନ୍ତା ଉଭୟଙ୍କ ବିବାହ
ଗୁରୁଗ୍ରାମ- ହରିୟାଣାର ଗୁରୁଗ୍ରାମରେ ଜମ୍ମୁର ଚର୍ଚ୍ଚିତ ରେଡିଓ ଜକି ସିମରନଙ୍କ ମୃତ୍ୟୁ ସମସ୍ତଙ୍କୁ ସ୍ତମ୍ଭିଭୂତ କରିଦେଇଛି । ଏହା ପରେ ତାଙ୍କୁ ନେଇ କଥା ସାମ୍ନାକୁ ଆସୁଛି । ଆଉ ୪ ମାସ ପରେ ସିମରନ କରିଥାନ୍ତେ ବିବାହ । ତେବେ କାହିଁକି ଏତେ ବଡ ନିଷ୍ପତ୍ତି ନେଲେ ସମରନ ତାକୁ ନେଇ ଚର୍ଚ୍ଚା ।
ସିମରନଙ୍କ ମୃତ୍ୟୁ ପରେ ପ୍ରାଥମିକ ତଦନ୍ତ କାଳରେ ପୋଲିସକୁ ପରିବାର ଲୋକ କହିଛନ୍ତି, କିଛି ଦିନ ହେବ ସେ ବହୁ ଚିନ୍ତାରେ ଥିଲେ । ତେବେ କେଉଁ କାରଣରୁ ଚିନ୍ତାରେ ଥିଲେ ତାହା ଜଣାପଡି ନାହିଁ ।
ରେଡିଓ ମିର୍ଚ୍ଚି ଚାକିରି ଛାଡିବା ପରେ ଆରଜେ ସିମରନ ତାଙ୍କ ସାଙ୍ଗ ସହ ମିଳି ଏକ କମ୍ପାନୀ ଚଳାଉଥିଲେ । ଏହା ଏକ ଆଡଫିଲ୍ମ ଓ ସୁଟ କମ୍ପାନୀ । ଗୁରୁଗ୍ରାମରେ ଏକ ଫ୍ଲାଟରେ ସେମାନେ ତିନି ଜଣ ରହୁଥିଲେ । ତାଙ୍କ ରୁମ ମେଟ ହିମାଂଶୁଙ୍କୁ ସେ ଆଉ ଚାରି ମାସ ପରେ ବିବାହ କରିଥାନ୍ତେ ।
ତେବେ ସିମରନଙ୍କ ଏପରି ସନ୍ଦେହଜନକ ମୃତ୍ୟୁ ପରେ ତାଙ୍କ ପରିଜନଙ୍କ ତରଫରୁ କୌଣସି ଅଭିଯୋଗ ହୋଇ ନ ଥିବା ପୋଲିସ ପ୍ରବକ୍ତା ସନ୍ଦିପ ସିଂହ କହିଛନ୍ତି । ଶବ ବ୍ୟବଚ୍ଛେଦ ପରେ ସିମରନଙ୍କ ମୃତଦେହକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି ।
ବୁଧବାର ରାତିରେ ତାଙ୍କ କୋଠରୀରୁ ତାଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ମିଳିଥିଲା। ତେବେ ଘଟଣାସ୍ଥଳରୁ କୌଣସି ସୁଇସାଇଡ୍ ନୋଟ୍ ମିଳିନାହିଁ। ଇନଷ୍ଟାଗ୍ରାମରେ ସିମରନଙ୍କ ୬ ଲକ୍ଷରୁ ଅଧିକ ଫଲୋଅର୍ସ ଅଛନ୍ତି ।