fbpx

ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନ୍ସରର ରହିଛି ଗଭୀର ସମ୍ପର୍କ: ନୂଆ ଗବେଷଣାରୁ ପ୍ରକାଶ

ଉଚ୍ଚତାରେ ଡେଙ୍ଗା ହେବା ପ୍ରତ୍ୟେକ ବ୍ୟକ୍ତିଙ୍କ ଇଚ୍ଛା। କିନ୍ତୁ ଜାଣନ୍ତି, ଡେଙ୍ଗା ବ୍ୟକ୍ତିଙ୍କର ଉଚ୍ଚତା ସହ କ୍ୟାନ୍ସରର ସମ୍ପର୍କ ଗଭୀର ଥାଏ। ଏକ ନୂତନ ଗବେଷଣାରୁ ଜଣାପଡ଼ିଛି, ଅଧିକ ଡେଙ୍ଗା ଲୋକଙ୍କୁ କ୍ୟାନ୍ସରର ଆଶଙ୍କା ୩୦ ପ୍ରତିଶତ ବଢ଼ିଯାଏ।

ଗବେଷଣା ସ୍ବିଡ଼େନ୍‌ର କାରୋଲିନ୍ସକା ଇନ୍‌ଷ୍ଟିଚ୍ୟୁଟ୍‌ରେ କରାଯାଇଥିଲା। ଏହା କ୍ୟାନସର୍‌ ସମ୍ପର୍କିତ ତଥ୍ୟ ଜାଣିବାର ସବୁଠୁ ବଡ଼ ଗବେଷଣାବୋଲି ବୈଜ୍ଞାନି କମାନେ ପ୍ରକାଶ କରିଛନ୍ତି। ୧୯୩୮ରୁ ୧୯୯୧ ମଧ୍ୟରେ ଜନ୍ମିତ ପ୍ରାୟ ୫୫ ଲକ୍ଷ ସ୍ବିଡେନ୍‌ବାସୀଙ୍କୁ ଏକାଠି କରାଯାଇ ଏହି ଗବେଷଣା ହୋଇଥିଲା।

ବୈଜ୍ଞାନିକମାନେ ଜାଣିବାକୁ ପାଇଛନ୍ତି, ଅତ୍ୟଧିକ ଡେଙ୍ଗା ପୁରୁଷଙ୍କ ମାମଲାରେ ଏହି ଆଶଙ୍କା ୧୧ ପ୍ରତିଶତ ରହୁଥିବା ବେଳେ ମହିଳାଙ୍କ କ୍ଷେତ୍ରରେ ୧୮ ପ୍ରତିଶତ ଥାଏ। ବୈଜ୍ଞାନିକଙ୍କ ଅନୁସାରେ, ଉଚ୍ଚତା ବଢ଼ିଲେ ତ୍ୱଚା କ୍ୟାନସର୍‌ ସମସ୍ୟା ମଜବୁତ୍‌ ହୋଇଥାଏ। କେବଳ ସେତିକି ନୁହେଁ, ସ୍ତନ କ୍ୟାନ୍‌ସର ଆଶଙ୍କା ମଧ୍ୟ ୨୦ ପ୍ରତିଶତ ପର୍ଯନ୍ତ ବଢ଼ିଥାଏ।

ଗବେଷଣାର ପ୍ରମୁଖ ଡ.ଏମିଲି ବୋଇଂଙ୍କ ମତରେ, ଡେଙ୍ଗା ଲୋକଙ୍କ ମଧ୍ୟରେ କ୍ୟାନସର୍‌ ଆଶଙ୍କା କେତେ ରହିଛି ଜାଣିବାକୁ ଦୀର୍ଘବର୍ଷ ପର୍ଯ୍ୟନ୍ତ ଚାଲିଥିଲା ପ୍ରୟାସ। କିନ୍ତୁ ଏ ଗବେଷଣା ଦ୍ୱାରା ମିଳିଥିବା ଆଶ୍ଚର୍ଯ୍ୟଜନକ ତଥ୍ୟ ଚକିତ କରିଛି ସମସ୍ତଙ୍କୁ। ତେବେ ଏଯାଏ ଡେଙ୍ଗା ଲୋକଙ୍କ ମଧ୍ୟରେ କାହିଁକି କ୍ୟାନସର୍‌ ଆଶଙ୍କା ଅଧିକ ରହୁଛି, ସେ ସମ୍ପର୍କରେ କୌଣସି ତଥ୍ୟ ହାସଲ ହୋଇନାହିଁ। ପରୀକ୍ଷଣ ଏବେ ବି ଚାଲିଛି।

Get real time updates directly on you device, subscribe now.