fbpx

୫ ବର୍ଷର ଛୁଆକୁ ଦେଖି କାହିଁକି ଦୌଡି ପଳାଇଲେ ବରଯାତ୍ରୀ?: ଜାଣନ୍ତୁ ପ୍ରକୃତ ଘଟଣା

Advertisement

ବସ୍ତି: ଜଣେ ବ୍ୟକ୍ତିଙ୍କ ବିବାହ ମଣ୍ଡପରେ ଦେଖିବାକୁ ମିଳିଛି ଏକ ଅଦ୍ଭୁତ ଘଟଣା । ୫ ବର୍ଷର ଜଣେ ଛୋଟ ପିଲାକୁ ଦେଖି ବାହାଘରରେ ଯୋଗ ଦେଇଥିବା ସମସ୍ତ ବରଯାତ୍ରୀ ସେଠାରୁ ଚାଲି ଯାଇଥିଲେ । ତେବେ କିଛି କ୍ଷଣ ପାଇଁ ମଣ୍ଡପରେ ଆଶ୍ଚର୍ଯ୍ୟର ମାହୋଲ ଖେଳିଯାଇଥିଲା । ତେବେ ଏହି ଛୋଟ ଝିଅ ଏବଂ ସାଥୀରେ ଥିବା ମହିଳାଙ୍କ ଯୋଗୁଁ ଯୁବକଙ୍କର ବିବାହ ଅଧାରେ ଅଟକି ଯାଇଛି । କାରଣ ଏମାନେ ହେଉଛନ୍ତି ବାହା ହେବାକୁ ଆସିଥିବା ଯୁବକଙ୍କର ପ୍ରଥମ ପତ୍ନୀ ଏବଂ ଝିଅ ।

ଏମିତି ଏକ ଘଟଣା ଘଟିଛି ବସ୍ତି ଜିଲ୍ଲା ଲାଲଗଞ୍ଜ କମହରିୟା ଗାଁରେ । ମହିଳା ଜଣକ ଝିଅକୁ ଧରି ମଣ୍ଡପରେ ପହଞ୍ଚିବା ସହ ଯୁବକଙ୍କୁ ତାଙ୍କ ସ୍ୱାମୀର ପରିଚୟ ଦେଇ ବିବାହକୁ ଅଟକାଇ ଦେଇଥିଲେ । ୨୦୦୯ରେ ଉଭୟଙ୍କର ବିବାହ ସମ୍ପନ୍ନ ହୋଇତିବା କହିଛନ୍ତି ମହିଳା । ତେବେ ଯୌତୁକ ପାଇଁ ତାଙ୍କୁ ଘରୁ ବାହାର କରି ଦିଆଯାଇଥିଲା । ଏ ନେଇ ଏବେ ମଧ୍ୟ କୋର୍ଟରେ ମାମଲା ଚାଲୁ ରହିଥିବା କହିଛନ୍ତି ପୀଡିତା ମହିଳା ।

ସମ୍ପର୍କୀୟଙ୍କ ନିକଯରୁ ସ୍ୱାମୀଙ୍କ ଦ୍ୱିତୀୟ ବିବାହ ସମ୍ପର୍କରେ ଜାଣିବାକୁ ପାଇଥିଲେ ମହିଳା । ଏହାପରେ ପୋଲିସର ସହାୟତାରେ ବିବାହ ମଣ୍ଡପରେ ସ୍ୱାମୀଙ୍କୁ ଧରା ପକାଇ ଦେଇଛନ୍ତି । ଏହାପରେ ପୋଲିସ ଯୁବକଙ୍କୁ ଗିରଫ କରି ଥାନାରେ ପ୍ରଥମ ପତ୍ନୀଙ୍କ ସହ ସମସ୍ତ ସମସ୍ୟାର ସମାଧାନ କରାଇଛି ।

Get real time updates directly on you device, subscribe now.