(Video) କେଉଁ ଭୁଲ ପାଇଁ ଭଗତ ସିଂହଙ୍କୁ ଦିଆଗଲା ଫାଶୀ ? ଏମିତି କଟିଥିଲା ଶେଷ ୧୨ ଘଣ୍ଟା

ନୂଆଦିଲ୍ଲୀ: ଯେତେବେଳେ ଭାରତର କ୍ରାନ୍ତିକାରୀ ନେତାଙ୍କ ନାମ ଆସେ ସେଥିରେ ପ୍ରଥମେ ଭଗତ ସିଂ ନାମ ରହିଥାଏ। ଗାନ୍ଧିଜୀ ଅହିଂସା ଉପାୟରେ ଦେଶ ସ୍ଵାଧିନତା କରିବାକୁ ଚାହୁଁଥିଲା ବେଳେ ଭଗତ ସିଂ ଏହାର ବିପରୀତ ଥିଲେ। ପିଲାବେଳୁ ଚାରିଆଡ଼େ ସ୍ଵାଧିନତାର ସ୍ଵର ଶୁଣି ଶୁଣି ସେ ଅଭ୍ୟସ୍ତ ହୋଇ ପଡ଼ିଥିଲେ। ସେଥିପାଇଁ ସେ ଦେଶକୁ ସ୍ଵାଧିନତା ଦେବାପାଇଁ ଲାଗି ପଡ଼ିଥିଲେ। ଚନ୍ଦ୍ର ଶେଖର ଆଜାଦଙ୍କ କ୍ରାନ୍ତିକାରୀ ଦଳରେ ସାମିଲ ହୋଇ ସେ ଦେଶର ସ୍ଵାଧିନତା ପାଇଁ ଲଢ଼ିଥିଲେ। ଖୁବ କମ ବୟସରେ ଏଭଳି ସାହାସ ଦେଖି ଇଂରେଜମାନେ ହଇରାଣ ହୋଇଯାଇଥିଲେ। ପ୍ରଥମେ ସ୍ୟାଣ୍ଡର୍ସଙ୍କୁ ହତ୍ୟା ଓ ପରେ ଦିଲ୍ଲୀ କେନ୍ଦ୍ରିୟ ସଂସଦରେ ବୋମା ବିସ୍ଫୋରଣ କରି ଇଂରେଜଙ୍କୁ କଡ଼ା ଜବାବ ଦେଇଥିଲେ। ଏହି ଘଟଣା ପାଇଁ ତାଙ୍କୁ ଇଂରେଜ ସରକାର ଗିରଫ କରିଥିଲେ। ତାଙ୍କ ସହ ତାଙ୍କର ଦୁଇ ସାଥି ଶିବରାମ ରାଜଗୁରୁ ଓ ସୁଖଦେବଙ୍କୁ ଫାଶୀ ଦିଆଯାଇଥିଲା। ତେବେ ଫାଶୀ ପୂର୍ବର ଶେଷ ୧୨ ଘଣ୍ଟା କିପରି ଥିଲା ଆସନ୍ତୁ ଜାଣିବା…

ଲାହୋର ସେଣ୍ଟ୍ରାଲ ଜେଲରେ ୨୩ ମାର୍ଚ୍ଚ ୧୯୩୧ ର ଆରମ୍ଭ ପ୍ରତିଦିନ ଭଳି ହୋଇଥିଲା। ଫରକ ଖାଲି ଏତିକି ଥିଲା ରାତିରେ ଆସିଥିବା ଝଡତୋଫାନ ସକାଳ ହଉ ହଉ ସୁନେଲି ସକାଳରେ ପରିଣତ ହୋଇଯାଇଥିଲା। କିନ୍ତୁ ଜେଲରେ ଥିବା କଏଦୀମାନଙ୍କୁ କିଛି ଅଜବ ଲାଗିଥିଲା। କାରଣ ଜେଲର ୱାଡେନ ଚରଣ ସିଂ ଭୋର ୪ ଟାରେ ଆସି କଏଦୀମାନଙ୍କୁ ନିଜ ନିଜ କୋଠରୀକୁ ଚାଲିଯିବା ପାଇଁ କହିଥିଲେ । କିନ୍ତୁ କଣପାଇଁ ଯିବେ କିଛି କହିନଥିଲେ ଖାଲି ଏତିକି କହିଥିଲେ କି ଉପରୁ ଆଦେଶ ରହିଛି । କଏଦୀମାନେ କିଛି ଭାବିବା ପୂର୍ବରୁ ସେହି ସମୟରେ ଜେଲର ନାଇଟ ୱାରକର କାହାକୁ ଧୀରେ ଧୀରେ କହୁଥିବାର ଶୁଭିଲା କି ଆଜି ଭାଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କୁ ଫାଶୀ ଦିଆଯିବ।

ଏହା ଶୁଣିବା ପରେ ଜେଲରେ କଏଦୀମାନେ ସେହି ନାଇଟ ୱାରକରକୁ କହିଥିଲେ କି ଭଗତ ସିଂଙ୍କ ମୃତ୍ୟୁ ପରେ ତାଙ୍କର କିଛିବି ଜିନିଷ କଏଦୀ ମାନଙ୍କୁ ଆଣି ଦେବାପାଇଁ। କାହିଁକି ନା ସେ ତାଙ୍କ ପରିବାର ଲୋକଙ୍କୁ କହିପାରିବେ କି ସେ ବି କେବେ ଭଗତ ସିଂଙ୍କ ସହ ଜେଲରେ ବନ୍ଦୀ ଥିଲେ । ଏହାପରେ ୱାରକର ଭଗତସିଂଙ୍କ କୋଠରୀକୁ ଯାଇ ତାଙ୍କ ପେନ ଏବଂ ପାନିଆ ନେଇଆସିଥିଲେ। ଏହାପରେ ତାକୁ ନେବାପାଇଁ ଜେଲରେ ଏକ ପ୍ରକାରର ପ୍ରତିଯୋଗିତା ଆରମ୍ଭ ହୋଇଯାଇଥିଲା। ଶେଷରେ ପେନ ଏବଂ ପାନିଆ ନେବାପାଇଁ ଟସ ପଡିଥିଲା ।

କଏଦୀମାନଙ୍କର ନିଦ କୁଆଡେ ହଜିଯାଇଥିଲା । ମସ୍ତଙ୍କ ନଜର ସେହି ରାସ୍ତା ଉପରେ ଥିଲା ଯେଉଁ ରାସ୍ତା ଦେଇ ଭଗତ ସିଂ, ସୁକଦେଵ ଏବଂ ରାଜଗୁରୁ କଳା କୋଠରୀକୁ ଯାଇଥାନ୍ତେ । ଏହା ପୂର୍ବରୁ ଦିନେ ଯେତେବେଳେ ସେହି ରାସ୍ତାରେ ଭଗତସିଂ ଙ୍କୁ ନିଆ ଯାଉଥିଲା ସେତିକି ବେଳେ ପଞ୍ଜାବ କଂଗ୍ରେସ ନେତା ଭୀମସେନ ସଚର ଚିତ୍କାର କରି ଭଗତ ସିଂ ଙ୍କୁ ପଚାରିଥିଲେ ତୁମେ ଏବଂ ତୁମର ସାଥୀମାନେ ଲାହୋର ଷଡ଼ଯନ୍ତ୍ରରେ ନିଜର ରକ୍ଷା କଣ ପାଇଁ କଲେନି। ଆଉ ଏହାର ଉତ୍ତର ଭଗତ ସିଂ କହିଥିଲେ କି, ବିପ୍ଲବୀଙ୍କୁ ମରିବାକୁ ହିଁ ପଡିଥାଏ। କାରଣ ଏମାନଙ୍କର ମୃତ୍ୟୁରେ ହିଁ ଆରମ୍ଭ ହୋଇଥିବା ଅଭିଯାନ ସୁଦୃଢ ହୋଇଥାଏ, କୋର୍ଟରେ ଅପିଲ କରି ନୁହଁ ବୋଲି ଭଗତ ସିଂ କହିଥିଲେ ।

ୱାଡେନ ଚରଣ ସିଂ ଥିଲେ ଭଗତ ସିଂ ଙ୍କ ଜଗୁଆଳି। ଭଗତ ସିଂ ଙ୍କ ପାଇଁ ଯାହା ଦରକାର ପଡୁଥିଲା ସେ ସବୁ କରୁଥିଲେ। ଚରଣ ସିଂ ଙ୍କ ପାଇଁ ହିଁ ଲାଇବ୍ରେରୀରୁ ବହି ଭଗତଙ୍କ ପାଇଁ ଆସିପାରୁଥିଲା। ଭଗତ ସିଂ ଜେଲର କଠିନ ଜୀବନର ଅଭ୍ୟସ୍ତ ହୋଇଚାଲିଥିଲେ। ତାଙ୍କର ୧୪ ନମ୍ବର କୋଠରୀ ତଳେ ସିମେଣ୍ଟ ର ନଥିଲା। ଚଟାଣରେ ଘାସ ଉଠିଥିଲା। ଭଗତ ଙ୍କ ୫ ଫୁଟ୧୦ ଇଞ୍ଚ ର ଶରୀର ସେ କୋଠରୀରେ ବହୁ କଷ୍ଟରେ ରହୁଥିଲା।

ଭଗତଙ୍କୁ ଫାଶୀ ମିଳିବାର୨ ଘଣ୍ଟା ପୂର୍ବରୁ ତାଙ୍କ ଓକିଲ ପ୍ରାଣନାଥ ମେହେତା ଦେଖା କରିବାକୁ ଆସିଥଲେ। ମେହେଟା ତାଙ୍କ କଥାରେ ଲେଖିଥିଲେ କି ଭଗତ ସିଂ ତାଙ୍କ ଛୋଟ କୋଠରୀରେ ସିଂହ ଭଳି ବଞ୍ଚୁଛନ୍ତି। ମେହେତା ଙ୍କୁ ଭଗତ ହସିକି ସ୍ୱାଗତ କରିଥିଲେ। ଆଉ କହିଥିଲେ କି ତୁମେ ମୋ ର ବହି ରିଭୋଲ୍ୟୁସନାରି ଆଣିଛ କି ନାହିଁ। ମେହେତା ତାଙ୍କୁ ବହି ଦେବାପରେ ସେ ସେହିଠାରେ ହିଁ ପଢିବାକୁ ଲାଗିଥିଲେ। ପ୍ରାଣନାଥ ତାଙ୍କୁ ପ୍ରଶ୍ନ କରିଥିଲେ କି ତୁମେ ଦେଶବାସୀଙ୍କୁ କିଛି ସନ୍ଦେଶ ଦେବାକୁ ଚାହୁଁଛନ୍ତି କି ? ସେ ବହିରୁ ମୁହଁ ନଉଠାଇକି କହିଥିଲେ କି କେବଳ ଦୁଇଟି ସନ୍ଦେଶ ଦେବାକୁ ଚାହୁଁଛି । ସାମ୍ରାଯ୍ୟବାଦ ମୁର୍ଦାବାଦ ଏବଂ ଇନକ୍ଲାବ୍ ଜିନ୍ଦାବାଦ । ଏହାପରେ ଭଗତ ସିଂ ମେହେତାଙ୍କୁ କହିଥିଲେ କି, ସେ ସୁବାଷ ବୋଷ ଏବଂ ନେହେରୁଙ୍କୁ ଧନ୍ୟବାଦ ଦେବାପାଇଁ । ଯେଉଁମାନେ ତାଙ୍କ କେସ ଲଢ଼ିବା ପାଇଁ ବହୁତ ଲାଗିଥିଲେ । ଭଗତ ସିଂଙ୍କୁ ଦେଖାହେବା ପରେ ମେହେତା ରାଜଗୁରୁଙ୍କୁ ଦେଖା ହେବା ପାଇଁ ତାଙ୍କ କୋଠରିକୁ ଯାଇଥିଲେ । ରାଜଗୁରୁଙ୍କର ଶେଷ ଶବ୍ଦ ଥିଲା ଆମେ ବହୁତ ଜଲଦି ଦେଖା ହେବା । ସୁକଦେବ ମେହେତାଙ୍କୁ କହିଲେ କି ସେ ମରିଗଲା ପରେ ତାଙ୍କର କ୍ୟାରାମ ବୋଡ ଜେଲ କୋଠରିରୁ ନେଇଯିବା ପାଇଁ । ମେହେତା ଜେଲରୁ ଯିବାର କିଛି ସମୟ ପରେ ଜେଲର ସୁପରିଟେଣ୍ଡେଣ୍ଟ ୩ ଜଣ କ୍ରାନ୍ତିକାରିଙ୍କୁ କହିଲେ କି ସମୟର ୧୨ ଘଣ୍ଟା ପୂର୍ବରୁ ତାଙ୍କୁ ଫାଶୀ ଦିଆଯିବ । ଆସନ୍ତା କାଲି ସକାଳ ୬ଟା ନୁହେଁ ଆଜି ସନ୍ଧ୍ୟା ୭ଟାରେ ହିଁ ଫାଶୀ ଦିଆଯିବ । ମେହେତା ଦେଇଥିବା ବହିକୁ ବି ପୁରା ପଢ଼ିପାରିନଥିଲେ ଭଗତ ସିଂ । ଭଗତ ସିଂ ଫାଶୀ ପୂର୍ବରୁ ଘର ଖାଇବା ପାଇଁ ଇଚ୍ଛା କରିଥିଲେ ହେଲେ ତାଙ୍କର ଏଭଳି ଇଚ୍ଛା ପୂରଣ ହୋଇପାରି ନଥିଲା ।

ଏହାପରେ ଆସିଥିଲା ବୀର ପୁତ୍ରଙ୍କର ସହୀଦ ହେବାର ସମୟ । ଜେଲ କର୍ମଚାରୀମାନେ ୩ ଜଣଙ୍କୁ ତାଙ୍କ ଜେଲ କୋଠରୀରୁ ବାହାରକୁ ଆଣିଥିଲେ । ୩ ଜଣ ନିଜ ନିଜ ହାତକୁ ଧରି ତାଙ୍କର ପ୍ରିୟ ଆଜାଦିର ଗୀତ ଗାଇବାକୁ ଲାଗିଥିଲେ । କଭି ବୋ ଭି ଦିନ ଆଏଗା, କି ଜବ ଆଜାଦ ହମ ହୋଙ୍ଗେ, ୟେ ଆପନିହି ଜମିନ୍ ହୋଗି, ୟେ ଆପନା ଆସମା ହୋଗା । ଏହାପରେ ଜଣ ଜଣ କରି ୩ ଜଣଙ୍କର ଓଜନ ମପା ଯାଇଥିଲା । ସମସ୍ତଙ୍କୁ ଶେଷ ସ୍ନାନ କରିବାକୁ କୁହାଯାଇଥିଲା । ସମସ୍ତଙ୍କୁ କଳା କପଡ଼ା ପିନ୍ଧିବାକୁ କୁହାଯାଇଥିଲା । କିନ୍ତୁ ସମସ୍ତଙ୍କର ଚେହେରାକୁ ଘୋଡ଼ା ଯାଇନଥିଲା । ଚରଣ ସିଂ ବାହେଗୁରୁଙ୍କୁ ମନେ ପକେଇବା ପାଇଁ ଭଗତଙ୍କ କାନରେ ଯାଇ କହିଥିଲେ । ଏହା ଶୁଣିବା ପରେ ଭଗତ କହିଥିଲେ କି ଏପର୍ଯ୍ୟନ୍ତ ତ ମୁଁ ଭଗବାନଙ୍କୁ ମନେପକାଇନି । ଗରିବଙ୍କ ପାଇଁ ମୁଁ ଭଗବାନଙ୍କୁ ଗାଳି ଦେଇଛି । ଆଉ ଯଦି ମୁଁ ଭଗବାନଙ୍କୁ ଏବେ କ୍ଷମା ମାଗିବି ସେ କହିବ ଯେ ମୁଁ ହଉଛି ସବୁଠାରୁ ବଡ଼ ଡରୁକୁରା ।

ଯେତେବେଳେ ଘଣ୍ଟାରେ ୬ ଟା ବାଜିଲା ସେତେବେଳେ କଏଦୀମାନେ ଜେଲରେ ପାଦ ଧ୍ୱନି ଶୁଣିଲେ । ଏହା ସହ ଏକ ସୁନ୍ଦର ଗୀତ ବି ସୁଭୁଥିଲା । ସରଫରୋସି କି ତମନ୍ନା ଅବ ହମାରେ ଦିଲ୍ ମେ ହେଁ । ଆଉ ସେତିକି ବେଳେ ଯୋର ଯୋର ରେ ଇନକ୍ଲାବ ଜିନ୍ଦାବାଦ, ହିନ୍ଦୁସ୍ତାନ ଆଜାଦ ହେବ ସ୍ଲୋଗାନ ଶୁଣିବାକୁ ମିଳିଲା । ଏହାପରେ ୩ ଜଣଙ୍କୁ ଫାଶୀ ସ୍ଥାନରେ ନେଇ ଛିଡ଼ା କରାଗଲା । ଦୁଇ ଜଣଙ୍କ ମଝିରେ ଛିଡ଼ା ହୋଇଥିଲେ ଭଗତ ସିଂ । ଜହ୍ଲାଦ ବି ପୁରା ପ୍ରସ୍ତୁତ ଥିଲା । ଭଗତ ସିଂ ଖାଲି ତାଙ୍କ ମାଆଙ୍କ ବଚନକୁ ଭାବୁଥିଲେ । କେମିତି ସେ ଫାଶୀ ସ୍ଥାନରୁ ଇନକ୍ଲାବ ଜିନ୍ଦାବାଦ କହିବେ । କିଛି ସମୟ ପରେ ୩ ଜଣ କ୍ରାନ୍ତିକାରୀଙ୍କ ବେଗରେ ଫାଶୀ ଦଉଡ଼ୀ ଲଗାଇ ଦିଆଗଲା । ହାତ ଗୋଡ଼କୁ ବାନ୍ଧି ଦିଆଗଲା । ଏହାପରେ ଜଣ ଜଣଙ୍କୁ ଫାଶୀ ଖୁଣ୍ଟରେ ଝୁଲାଇ ଦିଆଗଲା ।

ଏହା ପରେ ବି ସରିନଥିଲା ଇଂରେଜଙ୍କ ଅତ୍ୟାଚାର । ୩ ଜଣ କ୍ରାନ୍ତିକାରିଙ୍କ ଶବକୁ ମର୍ଯ୍ୟାଦାର ସହ ଅନ୍ତିମ ସତ୍କାର ମଧ୍ୟ କରାଯାଇନଥିଲା । ଜେଲର ପଛ କବାଟ ଭାଙ୍ଗି ତାଙ୍କୁ ଗୋଟିଏ ଅଦରକାରୀ ଜିନିଷ ଭଳି ଟ୍ରକରେ ଫୋପାଡ଼ି ଦେଇଥିଲେ ଜେଲ କର୍ମଚାରୀ । ଏହାପରେ ସତଲଜର କୂଳରେ ଶବ ଗୁଡ଼ିକୁ ଜଳାଇବା ପାଇଁ ନିଷ୍ପତ୍ତି ହୋଇଥିଲା । ୩ ପାର୍ଥିବ ଶରୀରକୁ ଫିରୋଜପୁରର ସତଲଜ କୂଳକୁ ଅଣାଯାଇଥିଲା । ସେତେବେଳକୁ ରାତି ପ୍ରାୟ ୧୦ଟା ହୋଇସାରିଥିଲା । ପାର୍ଥିବ ଶରିରରେ ଅଧା ନିଆଁ ଲଗାଯାଇଥିବା ବେଳେ ପୁରା ଗାଁ ସତଲଜୁ କୂଳକୁ ଉଠି ଆସିଥିଲା । ଏହାକୁ ଦେଖି ଜୀବନ ବଞ୍ଚାଇ ଇଂରେଜ ମାନେ ପଳାଇଥିଲେ । ଜିଲ୍ଲା ମାଜିଷ୍ଟ୍ରେଟ ଏହା ପରେ ଘୋଷଣା କଲେ ଯେ, ୩ ଜଣଙ୍କର ଶବକୁ ହିନ୍ଦୁ ରୀତିନୀତି ଅନୁଯାଇ ଶବ ସତ୍କାର କରାଯାଇଛି । ହେଲେ ଏହାକୁ ଘୋର ବିରୋଧ କରିଥିଲେ ଭାରତୀୟ । ଏହାପରେ ୩ ଜଣଙ୍କ ଶୋକରେ ୩ କିଲୋମିଟର ଲମ୍ବା ଶୋକ ସଭା ଆରମ୍ଭ ହୋଇଥିଲା । ଲାହୋରର ନିଳ ଗୁମ୍ବଦର ଆରମ୍ଭ ହୋଇଥିଲା ହୋଇଥିଲା ଏହି ଶୋକ ସଭା । କଳା ପଟି ଏବଂ କଳା ଶାଢ଼ି ପିନ୍ଧି ହୋଇଥିଲା ଶୋକ । ଅଧା ଜଳିଥିବା ଶବକୁ ନେଇ ଫୁଲରେ ସଜାଇ ଲାହୋରରେ ପହଞ୍ଚିଥିଲେ ଭଗତଙ୍କ ପରିବାର । ଲୋକଙ୍କ ଆଖିରୁ ଝରିପଡ଼ୁଥିଲା ଅସରା ଅସରା ଲୁହ । ଲୋକ ନିଜ ଲୁହକୁ ଅଟକାଇ ପାରୁନଥିଲେ । ଆଉ ଏହା ପରେ ହୋଇଥିଲା ୩ କ୍ରାନ୍ତିକାରି ଭଗତ ସିଂ, ରାଜଗୁରୁ ଏବଂ ସୁଖଦେବଙ୍କର ଅନ୍ତିମ ସତ୍କାର ।