fbpx

‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହେଲେ ଅଭିନେତା ଅମୀର ଖାନ୍ : ନିଜ ଘରେ ଉଡାଇଲେ ଜାତୀୟପତାକା

ମୁମ୍ବାଇ: ବଲିଉଡ ଅଭିନେତା ଅମୀର ଖାନଙ୍କ ଫିଲ୍ମ ‘ଲାଲ ସିଂହ ଚଡ୍ଡା’କୁ ନେଇ ବିବାଦ ଦେଖାଦେଇଛି । ବିଭିନ୍ନ ସ୍ଥାନରେ ଏହି ଚଳଚିତ୍ରକୁ ବୟ କଟ କରିବାକୁ ମଧ୍ୟ ଦାବି ହେଉଛି । ତେବେ ଏହାରି ମଧ୍ୟରେ ଅଭିନେତା ଅମୀର ଖାନ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରେ ସାମିଲ ହୋଇ ,ମୁମ୍ବାଇ ସ୍ଥିତ ନିଜ ଘରେ ଜାତୀୟ ପତାକା ଉଡାଇଛନ୍ତି । ତେବେ ସ୍ୱାଧନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ସାରା ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ ହେଉଛି । ଯେଉଁଥିରେ ବଲିଉଡ ଅଭିନେତା ଅମୀର ଖାନ ନିଜକୁ ସାମିଲ କରିଛନ୍ତି ।

କେନ୍ଦ୍ର ସରକାରଙ୍କ ତରଫରୁ ସମଗ୍ର ଦେଶର ନାଗରୀକମାନେ ନିଜ ଘରେ ତ୍ରିରଙ୍ଗା ଲଗାଇବାକୁ ଅପିଲ କରାଯାଉଛି । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଅଗଷ୍ଟ ୧୩ ତାରିଖରୁ ଅଗଷ୍ଟ ୧୫ ତାରିଖ ପର୍ଯ୍ୟନ୍ତ ‘ହର୍ ଘର୍ ତ୍ରିରଙ୍ଗା’କାର୍ଯ୍ୟକ୍ରମ ଜାରୀ ରହିବ । ତେବେ ଏହି ଅଭିଯାନରେ ଅମୀର ଖାନ ସାମିଲ ହୋଇଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ ବଲିଉଡ ଅଭିନେତା ଅମୀର ଖାନ ନିଜ ଝିଅ ଇରା ଖାନଙ୍କ ସହିତ ମିଶି ନିଜ ଘରର ବାଲକୋନୀରେ ଜାତୀୟ ପତାକା ଉଡାଉଥିବା ଦେଖିବାକୁ ମିଳିଛି । ଅଭିନେତା ଅମୀର ଖାନ ଆସାମରେ ୭୫ ତମ ସ୍ୱାଧୀନତା ଦିବସ ପାଳନ କରିବା ସହ ନିଜ ଫିଲ୍ମ ‘ଲାଲ ସିଂହ ଚଡ୍ଡା’ର ପ୍ରମୋଶନ କରିଥାନ୍ତେ । କିନ୍ତୁ ଆସାମର ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ ପରାମର୍ଶରେ ଅମୀର ଖାନ ନିଜର ଆସାମ ଗସ୍ତକୁ ସ୍ଥଗିତ ରଖିଛନ୍ତି । ତେବେ ‘ହର୍ ଘର୍ ତ୍ରିରଙ୍ଗା’ ଅଭିଯାନରୁ ଲୋକଙ୍କ ଦୃଷ୍ଟିକୁ ନ ହଟାଇବା ପାଇଁ ଆସାମ ମୁଖ୍ୟମନ୍ତ୍ରୀ ଅଭିନେତା ଅମୀରଖାନଙ୍କୁ ଆସାମ ନ ଆସିବାକୁ ପରାମର୍ଶ ଦେଇଥିଲେ ।

Get real time updates directly on you device, subscribe now.