ବିଧବା ଏବଂ କୁଆଁରୀଙ୍କ ମଥାରେ ସିନ୍ଦୁର ଦେବା ମନା: କ’ଣ ରହିଛି ବୈଜ୍ଞାନିକ କାରଣ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମରେ ବିବାହ ସମୟରେ ମଥାରେ ସିନ୍ଦୂର ଦେବାର ପରମ୍ପରା ରହିଛି । ଏହା ଏକ ବିବାହ କାର୍ଯ୍ୟକ୍ରମର ମୁଖ୍ୟ ଏବଂ ମହତ୍ତ୍ୱପୂର୍ଣ୍ଣ ପରମ୍ପରା ହୋଇଥାଏ । ଏହି ପ୍ରଥା ପରେ ହିଁ ଜଣେ ନାରୀର କୁମାରୀତ୍ୱ ଶେଷ ହେବା ସହ ସୁହାଗିନୀ ଭାବେ ନୂଆ ପରିଚୟ ପାଇଥାଏ । ବିବାହ ପରଠାରୁ ଜଣେ ନାରୀ ନିଜ ମଥାରେ ପ୍ରତିଦିନ ସିନ୍ଦୂର ଲଗାଇଥାନ୍ତି । ସେଥିପାଇଁ ସିନ୍ଦୂରକୁ ଷୋହଳ ଶୃଙ୍ଗାରରେ ସାମିଲ କରାଯାଇଛି । ଏହି ପରମ୍ପରା ଯୁଗ ଯୁଗରୁ ପ୍ରଚଳିତ ହୋଇ ରହିଛି । ରାମାୟଣରେ ଉଲ୍ଲେଖ ରହିଛି ଯେ, ମାତା ସୀତା ତାଙ୍କ ପତି ପ୍ରଭୁ ଶ୍ରୀରାମଙ୍କ ଦୀର୍ଘାୟୁ ପାଇଁପ୍ରତିଦିନ ମଥାରେ ସିନ୍ଦୂର ଲଗାଉଥିଲେ ।

ସଧବା ମହିଳାମାନେ ମଥାରେ ସିନ୍ଦୂର ଲଗାଇଲେ ସେମାନଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ । ତେବେ ସିନ୍ଦୂର ଲଗାଇବାର ଅନେକ ବୈଜ୍ଞାନିକ କାରଣ ମଧ୍ୟ ରହିଛି । ବିଜ୍ଞାନ ଦୃଷ୍ଟିକୋଣରୁ ମୁଣ୍ଡର ଯେଉଁ ସ୍ଥାନରେ ସିନ୍ଦୂର ଲଗାଯାଏ, ତାହା ଖୁବ କୋମଳ ହୋଇଥାଏ । ଏହି ସ୍ଥାନକୁ ‘ବ୍ରହ୍ମରନ୍ଧ୍ର’ ବୋଲି କୁହାଯାଏ । ସିନ୍ଦୂରରେ ପାରା ରହିଥାଏ, ଯାହା ଏକ ଔଷଧ ପରି କାମ କରେ ଏବଂ ମହିଳାଙ୍କ ରକ୍ତଚାପ ନିୟମଣ କରିଥାଏ । ଏହାଦ୍ୱାରା ମହିଳାମାନେ ଚାପହୀନ ରହିବା ସହ ଅନିଦ୍ରାର ସମସ୍ୟାର ମଧ୍ୟ ସାମନା କରି ନଥାନ୍ତି ।

କୁଆଁରୀ ଏବଂ ବିଧବାଙ୍କ ସିନ୍ଦୂର କାହିଁକି ମନା?

ତେବେ ବିଜ୍ଞାନର ଏହି କାରଣ ପରେ ଏବେ ପ୍ରଶ୍ନ ଉଠେ, ବିଧବା ଏବଂ କୁମାରୀ ମାନଙ୍କୁ ସିନ୍ଦୂର ଲଗାଇବା ମନା କାହିଁକି ହୋଇଥାଏ? ଏହା ପଛରେ ମଧ୍ୟ ଏକ ବୈଜ୍ଞାନିକ କାରଣ ରହିଛି । ମଥାରେ ସିନ୍ଦୂର ଲଗାଇବା ଦ୍ୱାରା ଯୌନ ଉତ୍ତେଜନା ବୃଦ୍ଧି ପାଇଥାଏ । ତେଣୁ ଏହା ଜଣେ ବିଧବା ନାରୀ ଏବଂ ଜଣେ କୁମାରୀଙ୍କ ପ୍ରତି ଉଚିତ ହୋଇ ନଥାଏ । ତେଣୁ ବିଧବା ମହିଳାମାନଙ୍କୁ ଏବଂ କୁମାରୀ ଯୁବତୀମାନଙ୍କୁ ମଥାରେ ସିନ୍ଦୂର ପିନ୍ଧିବା ପାଇଁ ବାରଣ କରାଯାଇଥାଏ ।