ଓଡିଶା ଭାସ୍କର- କାହିଁ କେଉଁ କାଳରୁ ମହିଳାଙ୍କୁ ଋତୁଚକ୍ର ସମୟରେ ଅନେକ କଟକଣାର ଅନୁପାଳନ କରିବାକୁ ହୋଇଥାଏ । ଏହି ସମୟରେ ଜଳାଶୟ ନ ଛୁଇଁବା, ଠାକୁର ଦର୍ଶନ ନ କରିବା ତଥା ମୁଣ୍ଡ ନ ଧୋଇବା ତଥା ନ ଗାଧୋଇବାକୁ ବାଧ୍ୟ କରାଯାଉଥିଲା । ଅତୀତରେ ଏହି ନିୟମ ଥିଲା ଆଜି ବି ଅନେକ ସ୍ଥାନରେ ଏହି ନିୟମକୁ ମହିଳାଙ୍କୁ ମାନିବାକୁ ବାଧ୍ୟ କରାଯାଉଛି । ଆମ ରାଜ୍ୟର ଦକ୍ଷିଣାଞ୍ଚଳରେ ତ ଏହି ଋତୁସ୍ରାବ ସମୟରେ ମହିଳା ବା ଝିଅଙ୍କୁ ଅନ୍ୟମାନଙ୍କଠାରୁ ଅଲଗା ରହିବାକୁ ବାଧ୍ୟ କରାଯାଉଛି । ସେମାନେ ଏକ ପ୍ରକାର ବାସନ୍ଦ ହୋଇଥାନ୍ତି ଏହି ସମୟରେ । ତେବେ ଏହା ପଛର ପ୍ରକୃତ କାରଣ କଣ ଜାଣନ୍ତି ।
ଏହି ଋତୁକାଳୀନ କଟକଣାକୁ ମହିଳାଙ୍କ ମାନବାଧିକାର ହନନ ବୋଲି ଏକ ଅଭିଯାନ ଆରମ୍ଭ ହୋଇଥିଲା । ଏହି ନିୟମରେ ଅନେକ ପରିବର୍ତ୍ତନ ହୋଇଛି । ତେବେ ପୂର୍ବକାଳରୁ ଯେଉଁ କଟକଣା ଥିଲା ତା ପଛରେ ଲୁଚିଥିବା କାରଣ ବିଷୟରେ ଆମ ଭିତରୁ ଅନେକଙ୍କୁ ଜଣାନାହିଁ । ଦେବେ ଆସନ୍ତୁ ଜାଣିବା ସେହି କଟକଣା ପଛର କାରଣ କଣ ।
ଯେତେବେଳେ କୌଣସି ବ୍ୟକ୍ତି ବା ପିଲାଙ୍କ ଶରୀର ଗରମ ହେବାରୁ ସେମାନଙ୍କ ନାକରୁ ରକ୍ତ ପଡେ, ସେତେବେଳେ ଦେଖିଥିବେ ଗାଁ ଗହଳିର ଲୋକେ ସେହି ବ୍ୟକ୍ତି ବା ପିଲାଙ୍କ ମୁଣ୍ଡରେ ପାଣି ଢାଳିଥାନ୍ତି । ଏମିତି କରିବା ଦ୍ୱାରା କିଛି ସମୟରେ ରକ୍ତ ପଡିବା ବନ୍ଦ ହୋଇଯାଏ । ସେଥିପାଇଁ ମହିଳାଙ୍କୁ ସେମାନଙ୍କ ଋତୁଚକ୍ରର ୩ ଦିନ ଗାଧୋଇବାକୁ ବା ମୁଣ୍ଡ ଧୋଇବାକୁ ବାରଣ କରାଯାଏ । କାରଣ ମହିଳାଙ୍କ ମାସିକ ଧର୍ମ ସମୟରେ ସେମାନଙ୍କ ଶରୀରର ଦୁଷିତ ରକ୍ତ ନିର୍ଗତ ହୋଇ ଶରୀରକୁ ପରିସ୍କାର ଓ ସୁସ୍ଥ ରଖେ । ପାଣି ସଂସ୍ପର୍ଶ ଆସିଲେ ବା ଗାଧୋଇଲେ କି ମୁଣ୍ଡ ଧୋଇଲେ ଶରୀର ଶୀତଳ ହୋଇ ରକ୍ତସ୍ରାବ ବ୍ୟାହତ ହେବ । ଫଳରେ ଦୁଷିତ ରକ୍ତ ଶରୀରରେ ରହି ବିଭିନ୍ନ ରୋଗର କାରଣ ହେବ ।
ସେହିପରି ମହିଳାଙ୍କ ଦେବ ଦର୍ଶନ ଉପରେ ବାରଣ ରହିଥାଏ । କାରଣ, ଆଗ ସମୟରେ ପ୍ରାୟତଃ ଗାଁ ଗଣ୍ଡା ନିକଟରେ ଜଙ୍ଗଲ ରହୁଛିଲା । ମନ୍ଦିରକୁ ଯିବା ସମୟରେ ଜଙ୍ଗଲ ଦେଇ ବା ତା କଡଦେଇ ଯିବାକୁ ହେଉଥିଲେ । ଏଥିସହ ମହିଳା ବଡି ଭୋରୁ ମନ୍ଦିର ଯାଉଥିଲେ । ମାସିକ ଚକ୍ର ସମୟରେ ସେମାନେ ମନ୍ଦିରକୁ ଯିବା ବେଳେ ବାଘ, ଭାଲି, ସିଂହ ପରି ପଶୁ ରକ୍ତର ବାସ୍ନାରେ ଆକୃଷ୍ଟ ହୋଇ ସେମାନଙ୍କ ପ୍ରତି ଆକୃଷ୍ଟ ହେବା ସହ ସେମାନଙ୍କ ଜୀବନ ନେବାର ସମ୍ଭାବନା ରହୁଥିଲା । ତେଣୁ ମହିଳାଙ୍କୁ ମନ୍ଦିର ଯିବାକୁ ମନା କରାଯାଉଥିଲା ।