fbpx

ଭାରତରେ କମ୍ ବୟସର ଲୋକେ ହାର୍ଟ ଆଟାକରେ ଅଧିକ ମରୁଛନ୍ତି କାହିଁକି, ଏନେଇ କ’ଣ କହୁଛନ୍ତି ବିଶେଷଜ୍ଞ

ନୂଆଦିଲ୍ଲୀ: ଗତ କିଛି ବର୍ଷ ଧରି ଭାରତରେ ହାର୍ଟ ଆଟାକ ମୃତକଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । କମ୍ ବୟସ୍କ ଓ ଯୁବବର୍ଗ ଏଥିରେ ବେଶି ଶିକାର ହେଉଥିବା ଦେଖାଯାଉଛି । ତେବେ ପରିବର୍ତ୍ତିତ ଜୀବନଶୈଳୀ, ଚାପ ବୃଦ୍ଧି, ଅନିଦ୍ରା, ପୁଷ୍ଟିକର ଖାଦ୍ୟ ନ ଖାଇବା, ବ୍ୟାୟାମ ନ କରିବା ଆଦି ପ୍ରାଥମିକ କାରଣରୁ ଯୁବ ବର୍ଗ ହାର୍ଟ ଆଟାକର ଶିକାର ହେଉଥିବା ବିଶେଷଜ୍ଞ କହିଛନ୍ତି ।

ନଭି ମୁମ୍ବାଇର ଆପୋଲୋ ହସ୍ପିଟାଲର ହାର୍ଟ ରୋଗ ବିଶେଷଜ୍ଞଙ୍କ ଅନୁଯାୟୀ, ଗତ ୨୦ ବର୍ଷରେ ଭାରତରେ ହାର୍ଟ ରୋଗୀଙ୍କ ସଂଖ୍ୟା ଦୁଇଗୁଣ ବୃଦ୍ଧି ପାଇଛି । ଯୁବବର୍ଗ ଏଥିରେ ଅଧିକ ଶିକାର ହେଉଛନ୍ତି । ୨୫ରୁ ୪୦ ବର୍ଷ ଲୋକଙ୍କ ମଧ୍ୟରେ ଏହି ମାମଲା ବେଶି ଦେଖାଯାଉଛି । ଡାଇବେଟିସ, ଉକ୍ତ ରକ୍ତଚାପ, କୋଲେଷ୍ଟରଲ, ଧୂମ୍ରପାନ ଆଦି ଏଥିପାଇଁ ଅନେକାଂଶରେ ଦାୟୀ । ଏଥିସହିତ କୋଭିଡ-୧୯ ମଧ୍ୟ ଯୁବବର୍ଗଙ୍କ ମଧ୍ୟରେ ହାର୍ଟ ଆଟାକ ମାମଲା ବୃଦ୍ଧି କରାଉଛି ।

ସେହିପରି ମୁମ୍ବାଇର ଏଚଏନ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲର ହାର୍ଟ ବିଜ୍ଞାନ ବିଭାଗର ପରାମର୍ଶଦାତାଙ୍କ ମତରେ ଭାରତର ଦିନକୁ ଦିନ ବିଶ୍ୱର ଡାଇବେଟିସ୍ କ୍ୟାପିଟାଲରେ ପରିଣତ ହେବାକୁ ଯାଉଛି । ଏଥିପାଇଁ ଅଧିକ ଯୁବକ ହାର୍ଟ ଆଟାକରେ ଶିକାର ହେଉଛନ୍ତି । ୟୁରୋପୀୟଙ୍କ ତୁଳନାରେ ଭାରତୀୟଙ୍କ ପାଖରେ ସମାନ ମାତ୍ରାରେ ବଡି ମାସ ଇଣ୍ଡେକ୍ସ (ବିଏମଆଇ ରହିଛି, ମାତ୍ର ଭାରତୀୟଙ୍କ ଶରୀରରେ ଚର୍ବି ଅଧିକ ରହିଛି । ୟୁରୋପୀୟଙ୍କ ଶରୀରେ ଚର୍ବି ପାଖାପାଖି ୭-୮ ପ୍ରତିଶତ ରହିଥିବା ବେଳେ ଭାରତୀୟଙ୍କ ଠାରେ ପାଖାପାଖି ୧୨-୧୩ ପ୍ରତିଶତ ରହିଛି ।

ନିକଟ ଅତୀତରେ କିଛି ବଲିଉଡ ଅଭିନେତା ହାର୍ଟ ଆଟାକରେ ମୃତ୍ୟୁବରଣ କରିଛନ୍ତି । ସେମାନଙ୍କ ମଧ୍ୟରେ ରହିଛନ୍ତି ପୁନୀତ ରାଜକୁମାର (୪୬), ସିଦ୍ଧାର୍ଥ ଶୁକ୍ଲା (୪୦), ଇନ୍ଦର କୁମାର (୪୪), ଅବିର ଗୋସ୍ୱାମୀ (୩୮), ବିବେକ ଶୌକ (୩୬), ୱାଜିତ ଖାନ (୪୭) ।

Get real time updates directly on you device, subscribe now.