fbpx

ଆଜି ଭାରତ- ଓ୍ଵେଷ୍ଟଇଣ୍ଡିଜ ଦ୍ଵିତୀୟ ଦିନିକିଆ, ସିରିଜ ଜିତାଇବେ ଏହି ୧୧ ଖେଳାଳି !

ନୂଆଦିଲ୍ଲୀ: ଭାରତ ଏବଂ ଓ୍ଵେଷ୍ଟଇଣ୍ଡିଜ ମଧ୍ୟରେ ଆଜି ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜର ଦ୍ଵିତୀୟ ମୁକାବିଲା ତ୍ରିନିଦାଦର ପୋର୍ଟ ଅଫ ସ୍ପେନରେ ଖେଳାଯିବ। ଏହି ମ୍ୟାଚ୍ ଜିତି ଭାରତ ସିରିଜ ହାତେଇବାକୁ ଲକ୍ଷ୍ୟ ରଖିଛି। ଅନ୍ୟପଟେ ଘରୋଇ ଓ୍ଵେଷ୍ଟଇଣ୍ଡିଜ ସିରିଜରେ ପ୍ରତ୍ୟାବର୍ତ୍ତନ କରିବାକୁ ଚେଷ୍ଟା କରିବ। ରୋମାଞ୍ଚକାର ପ୍ରଥମ ମୁକବିଲାରେ ଭାରତ ଓ୍ଵେଷ୍ଟଇଣ୍ଡିଜକୁ ୩ ରନରେ ହରାଇଥିଲା। ଆଜି ଦୁଇ ଦଳ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିପାରେ। ଏମିତିରେ ଆଜିର ମୁକାବିଲା କେମିତି ରହିବ ଦୁଇ ଦଳର ଚୂଡାନ୍ତ ଏକାଦଶ।

ସିରିଜର ପ୍ରଥମ ମ୍ୟାଚ୍ ଜିତିଥିବା ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ପରିବର୍ତ୍ତନର ଆଶା କମ ରହିଛି।ବ ବୋଲିଂରେ ଗୋଟିଏ ପରିବର୍ତ୍ତନ ସମ୍ଭବ, ହେଲେ ଦଳ ପ୍ରବନ୍ଧକ ଏବଂ ଅଧିନାୟକ ଶିଖର ଧାଓ୍ଵନ ଦଳ ପରିବର୍ତ୍ତନ କରିବାକୁ ଚାହିଁନପାରନ୍ତି। ତେଣୁ ପ୍ରସିଦ୍ଧ କୃଷ୍ଣାଙ୍କୁ ଆଉ ଏକ ସୁଯୋଗ ମିଳିବାର ସମ୍ଭାବନା ରହିଛି।

ଭାରତର ସମ୍ଭାବିତ ଚୂଡାନ୍ତ ଏକାଦଶ

ଶିଖର ଧାଓ୍ଵନ(ଅଧିନାୟକ), ଶୁଭମାନ ଗିଲ୍, ଶ୍ରେୟସ ଆୟର, ସୂର‌୍ୟ୍ୟକୁମାର ଯାଦବ, ସଞ୍ଜୁ ସାମସନ(ଓ୍ଵିକେଟ୍ କିପର), ଦୀପକ ହୁଡ୍ଡା, ଅକ୍ଷର ପଟେଲ୍, ଶାର୍ଦ୍ଦୁଳ ଠାକୁର, ମହମ୍ମଦ ସିରାଜ, ୟୁଜବେନ୍ଦ୍ର ଚହଲ ଏବଂ ପ୍ରସିଦ୍ଧ କୃଷ୍ଣା।

ଦିନିକିଆ ସିରିଜ୍ ପୂର୍ବରୁ କୋଭିଡ୍ ୧୯ ସଂକ୍ରମିତ ହେବା କାରଣରୁ ଦଳରୁ ବାହାରେ ଅଛନ୍ତି ତାରକା ଅଲରାଉଣ୍ଡର ଜାସନ ହୋଲଡର। ଫଳରେ ଓ୍ଵେଷ୍ଟଇଣ୍ଡିଜର ଦଳ ସଂଯୋଜନା ବିଗିଡି ଯାଇଛି। ଦଳକୁ ଏମିତି ଏକ ଅଲରାଉଣ୍ଡର ସନ୍ଧାନ ରହିଛି, ଯିଏ ଡେଥ ଓଭରରେ ବୋଲିଂ କରି ପାରିବ। ଆବଶ୍ୟକ ପଡିଲେ ମ୍ୟାଚ୍ ସାରି ପାରୁଥିବ। ଏମିତିରେ ଗୁଡାକେଶ ମୋତିଙ୍କ ସ୍ଥାନରେ କିମୋ ପଲଙ୍କୁ ସୁଯୋଗ ମିଳିପାରେ। ପଲ୍ ବୋଲିଂ ସହିତ ବ୍ୟାଟିଂ ମଧ୍ୟ କରନ୍ତି।

ଓ୍ଵେଷ୍ଟଇଣ୍ଡିଜର ସମ୍ଭାବିତ ଚୂଡାନ୍ତ ଏକାଦଶ

ସାଇ ହୋପ୍(ଓ୍ଵିକେଟ୍ କିପର), ବ୍ରେଣ୍ଡନ କିଙ୍ଗ୍, ସାମହ ବ୍ରୁକ୍ସ, କାଲଇ ମେୟର୍ସ, ନିକୋଲାସ ପୂରନ(ଅଧିନାୟକ), ରୋଭମ୍ୟାନ ପାଓ୍ଵେଲ, ଅକିଲା ହୁସେନଲ, ରୋମାରିଓ ସେଫର୍ଡ, ଅଲଜାରୀ ଯୋଶେଫ, କିମୋ ପଲ୍ ଏବଂ ଜାଡନ ସିଲ୍ସ।

Get real time updates directly on you device, subscribe now.