fbpx

ପରକୀୟା ପ୍ରୀତିର କରୁଣ ପରିଣତି: ପ୍ରେମିକ ସହ ମିଶି ସ୍ୱାମୀଙ୍କୁ ହତ୍ୟା

ନୂଆଦିଲ୍ଲୀ, ୧୩/୦୫: ଦିଲ୍ଲୀ ପୋଲିସ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣାର ପର୍ଦ୍ଦାଫାସ କରିଛି । ଯେଉଁଥିରେ ଜଣେ ବ୍ୟକ୍ତି ହଠାତ୍ ନିଖୋଜ ହୋଇଯାଇଥିବା ନେଇ ତାଙ୍କ ପତ୍ନୀ ପୋଲିସ ଷ୍ଟେସନରେ ସ୍ୱାମୀଙ୍କ ନିଖୋଜ ମାମଲା ଦାୟର କରିଥିଲେ । ପୋଲିସ ଏହି ଘଟଣାର ତଦନ୍ତ କରିଥିଲା ଏବଂ ଘଟଣାର ବାସ୍ତବତା ସାମ୍ନାକୁ ଆସିବା ପରେ ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ବାସ୍ତବରେ ସେହି ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିଲା । ଆଉ ସେହି ବ୍ୟକ୍ତିଙ୍କୁ ତାଙ୍କ ପତ୍ନୀ ନିଜ ପ୍ରେମିକ ସହ ମିଶି କରିଥିଲେ ହତ୍ୟା ।
ଏହି ମାମଲା ଦିଲ୍ଲୀର ଆଲିପୁର ପୋଲିସ ଷ୍ଟେସନ ଅଞ୍ଚଳର । ଘଟଣା ଅନୁଯାୟୀ ମେ ୯ ତାରିଖରେ ସଂଗୀତା ନାମକ ଜଣେ ମହିଳା ଆଲିପୁର ପୋଲିସ ଷ୍ଟେସନରେ ତାଙ୍କ ସ୍ୱାମୀ ଫୁଲୋ ରାୟଙ୍କ ନିଖୋଜ ରିପୋର୍ଟ ଦାଖଲ କରିଥିଲେ । ରିପୋର୍ଟରେ ଦର୍ଶାଯାଇଛି ଯେ ସଂଗୀତାଙ୍କ ସ୍ୱାମୀ ମେ ୮ରୁ ନିଖୋଜ ଅଛନ୍ତି । ପୋଲିସ ତଦନ୍ତ ଆରମ୍ଭ କରିଥିଲା, ତେବେ ମେ ୧୦ ତାରିଖରେ ହଠାତ୍ ସଂଗୀତା ପୋଲିସ ଷ୍ଟେସନରେ ପହଞ୍ଚି କହିଥିଲେ ତାଙ୍କ ସ୍ୱାମୀଙ୍କ ମୃତଦେହ ଖାମଲପୁର ଶ୍ମଶାନଠାରୁ ମିଳିଛି।
ଏହି ଖବର ପାଇବା ପରେ ଆଲିପୁର ଥାନାର ଏସଏଚଓ ସଞ୍ଜୀବ କୁମାର ତାଙ୍କ ଟିମ୍ ସହ ଘଟଣାସ୍ଥଳକୁ ଯାଇଥିଲେ। ମୃତଦେହ ଦେଖିବା ପରେ ପୋଲିସ ଜାଣିବାକୁ ପାଇଲା ଯେ ପ୍ରାୟ ୨ ଦିନ ତଳେ ତାଙ୍କୁ ହତ୍ୟା କରାଯାଇଛି । ଅର୍ଥାତ୍ ଯେଉଁ ଦିନ ନିଖୋଜ ରିପୋର୍ଟ ହୋଇଥିଲା, ସେହି ଦିନ ଫୁଲୋ ରାୟଙ୍କୁ ହତ୍ୟା କରାଯାଇଥିଲା।
ଉତ୍ତର ଦିଲ୍ଲୀ ଡିସିପି ରାଜୀବ ରଂଜନ କହିଛନ୍ତି ଅନୁସନ୍ଧାନ ଜଣାପଡିଛି, ଫୁଲୋ ରାୟ ୨୦୦୫ ରେ ରେଖା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। ତାଙ୍କର ୩ ସନ୍ତାନ ମଧ୍ୟ ଅଛନ୍ତି। ଏହା ପରେ ଫୁଲୋ ଦିଲ୍ଲୀ ଯାଇଥିଲେ ଏବଂ ୨୦୧୭ରେ ସେ ସଙ୍ଗୀତା ନାମକ ଜଣେ ମହିଳାଙ୍କୁ ବିବାହ କରିଥିଲେ। କିଛି ଦିନ ପୂର୍ବରୁ ମୃତ ଫୁଲୋଙ୍କ ପତ୍ନୀ ତାଙ୍କ ପିଲାମାନଙ୍କ ସହିତ ଦିଲ୍ଲୀ ଆସିଥିଲେ । ଏହା ପରେ ଫୁଲୋ ରାୟ ସଂଗୀତାକୁ ଛାଡି ରେଖା ସହ ରହିଥିଲେ । ସଂଗୀତା ମଧ୍ୟ ଆଲିପୁରରେ ଫୁଲୋର ଘର ନିକଟରେ ରହୁଥିଲେ। ମୃତକଙ୍କ ପ୍ରଥମ ପତ୍ନୀ ରେଖା ପୋଲିସକୁ କହିଛନ୍ତି ଯେ କିଛି ଦିନ ପୂର୍ବରୁ ସଂଗୀତା ଏବଂ ଫୁଲୋ ମଧ୍ୟରେ କିଛି ବିବାଦ ହୋଇଥିଲା । ମୃତ୍ୟୁ ପୂର୍ବରୁ ସଂଗୀତା ସହିତ ଫୁଲୋ ସହ ଥିବା ସିସିଟିଭି ଫୁଟେଜରୁ ଜଣାପଡିଛି ।
ଡିସିପିଙ୍କ କହିବାନୁସାରେ, “ଯେତେବେଳେ ପୋଲିସ ସଂଗୀତାଙ୍କୁ କଠୋର ଭାବରେ ପଚରାଉଚରା କରିଥିଲା ସେତେବେଳେ ସେ ଫୁଲୋ ରାୟଙ୍କୁ ହତ୍ୟା ବିଷୟରେ ସବୁ ସତ କଥା କହିଥିଲା । ସଙ୍ଗୀତା ପୋଲିସକୁ କହିଥିଲେ ଯେ ସେ ତାଙ୍କ ପ୍ରେମିକ ରିଙ୍କୁ ଚୌହାନଙ୍କ ସହ ମିଶି ଫୁଲୋ ରାୟଙ୍କୁ ହତ୍ୟା କରିଛନ୍ତି । କାରଣ ସେ ତାଙ୍କୁ ଦେହ ବ୍ୟବସାୟ କରିବାକୁ ବାଧ୍ୟ କରୁଥିଲା, କେବଳ ଏତିକି ନୁହେଁ ମୃତ ଫୁଲୋ ରାୟ ରିଙ୍କୁ ଚୌହାନଙ୍କ ସହ ସଂଗୀତାଙ୍କ ସମ୍ପର୍କକୁ ପସନ୍ଦ କରୁନଥିଲେ, ଯେଉଁଥିପାଇଁ ସେ ସଂଗୀତାକୁ ହଇରାଣ ମଧ୍ୟ କରୁଥିଲା। ”
ଆଲିପୁର ପୋଲିସ ଷ୍ଟେସନର ଏସଏଚଓ ସଞ୍ଜୀବ କୁମାର କହିଛନ୍ତି ଯେ ସଂଗୀତ ଫୁଲୋ ରାୟ ଠାରୁ ମୁକ୍ତି ପାଇବାକୁ ଚାହୁଁଥିଲା । ତେଣୁ ମେ ୨ ୮ ରେ ସେ ଫୁଲୋ ରାୟଙ୍କୁ ଶ୍ମଶାନ ନିକଟରେ ଭେଟିବା ପାଇଁ ଡାକି ସେଠାରେ ତାଙ୍କୁ ବହୁତ ମଦ୍ୟପାନ କରାଇଥିଲା। ସେ ଫୁଲୋ ରାୟଙ୍କୁ ମଦରେ ନିଦ ବଟିକା ମିଶାଇ ଥିଲା । ଯେତେବେଳେ ଫୁଲୋ ବେହୋସ ହୋଇଯାଇଥିଲା, ସଙ୍ଗୀତା ନିକଟରେ ଥିବା ରିଙ୍କୁ ଚୌହାନଙ୍କୁ ସେଠାକୁ ଡକାଇଥିଲେ ଏବଂ ଦୁହେଁ ମିଶି ଫୁଲୋ ରାୟଙ୍କ ତଣ୍ଟି ଚିପି ହତ୍ୟା କରିଥିଲେ । ପୋଲିସ ରିଙ୍କୁ ଚୌହାନ ଏବଂ ସଂଗୀତାଙ୍କୁ ଗିରଫ କରିଛି।

Get real time updates directly on you device, subscribe now.