fbpx

ଘରେ ମାଛ ତରକାରୀ ରାନ୍ଧିନଥିଲେ ପତ୍ନୀ, ଖାଦ୍ୟ ଥାଳିରେ ମାଛ ଝୋଳ ନଦେଖିକି ହାଇ ଭୋଲଟେଜ୍ ଟ୍ରାନ୍ସଫର୍ମର ଉପରେ ଚଢ଼ି ହଙ୍ଗାମା କଲେ ମାତାଲ ସ୍ୱାମୀ, ଆଉ ତା’ ପରେ…

ବିହାର (ଓଡ଼ିଶା ଭାସ୍କର): ଖାଦ୍ୟରେ ଯଦି ମାଛ ଖାଇବାକୁ ନମିଳିବ ତୁମେ କ’ଣ କରିବ? ରାଗି ଯିବେ କି ? କାନ୍ଦିବ କି? କିମ୍ବା ଖାଇବେ ନାହିଁ?  ଆପଣ ଭାବୁଥିବେ କି ଆପଣଙ୍କୁ କାହିଁକି ଏପରି ପ୍ରଶ୍ନ ପଚରାଯାଉଛି। ଏହାର କାରଣ ହେଉଛି ବିହାରର ପୁର୍ନିଆ ଜିଲ୍ଲାରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ରୁପୋଲି ପୋଲିସ୍ ଷ୍ଟେସନ ଅଞ୍ଚଳର ଜଣେ ମହିଳା ମଧ୍ୟାହ୍ନ ଭୋଜନ ପାଇଁ ମାଛ ତାରକାରୀ ରାନ୍ଧିନଥିଲେ। ମଦ୍ୟପ ସ୍ବାମୀଙ୍କୁ ସାଧା ଖାଦ୍ୟ ଖାଇବାକୁ ଦେଇଥିଲେ। ସାଧା ଖାଦ୍ୟ ଥାଳି ଦେଖି ପତ୍ନୀଙ୍କ ଉପରେ ରାଗି ଯାଇଥିଲେ ମାତାଲ ସ୍ୱାମୀ। ମୁଣ୍ଡକୁ ଏମିତି ପିତ ଚଢ଼ିଯାଇଥିଲା ଯେ ଘର ପାଖରେ ଥିବା ଏକ ଇଲେଟ୍ରିକ୍ ଟ୍ରାନ୍ସଫର୍ମର ଉପରେ ଚଢ଼ି ଯାଇଥିଲେ। ତା’ ଉପରେ ବସି ହଙ୍ଗାମା କରିଥିଲେ। ଟ୍ରାନ୍ସଫର୍ମରରେ ବସିଥିବା ବ୍ୟକ୍ତିଙ୍କ ବିଷୟରେ ଖବର ସେହି ଅଞ୍ଚଳରେ ନିଆଁ ଭଳି ବ୍ୟାପିଯାଇଥିଲା ଘଟଣାସ୍ଥଳରେ ଶହ ଶହ ଲୋକ ଏକାଠା ହୋଇଥିବା ବେଳେ ହାଇ ଭୋଲଟେଜ୍ ଡ୍ରାମା ଘଣ୍ଟା ଘଣ୍ଟା ଧରି ଚାଲିଲା।

ସୂଚନା ମୁତାବିକ,  ରୁପୋଲି ଥାନା ଅନ୍ତର୍ଗତ ବାରୁଲି ବରୋଲି ବଜାରରେ ରହୁଥିବା ଜଣେ ମହିଳା ମଧ୍ୟାହ୍ନ ଖାଦ୍ୟ ପାଇଁ ଘରେ ମାଛ ଝୋଳ ରାନ୍ଧିନଥିଲେ। ଖାଇବା ସମୟରେ ଯେତେ ବେଳେ ମାତାଲ ସ୍ୱାମୀ ସନ୍ତୋଷ ରାମ ଖାଇବା ଥାଳିରେ ମାଛ ପାଇନଥିଲେ ସେତେ ବେଳେ ସେଠାରେ ସେ ହଙ୍ଗାମା ଆରମ୍ଭ କରିଦେଇଥିଲେ। ପ୍ରଥମେ ସେ ଘରେ ଭିତରେ ନିଶାରେ ହଙ୍ଗାମା କରିଥିଲେ। ପରେ ଅଧିକ ରାଗିଯାଇ ଘରପାଖରେ ଥିବା ଏକ ଇଲେଟ୍ରିକ୍ ଟ୍ରାନ୍ସଫର୍ମର ଚଢ଼ିଯାଇଥିଲେ। ଟ୍ରାନ୍ସଫର୍ମର ଉପରେ ଘଣ୍ଟା ଘଣ୍ଟା ଧରି ହାଇ ଭୋଲଟେଜ୍ ଡ୍ରାମା କରିଥିଲେ। ଘଟଣାସ୍ଥଳରେ କିଛି ଲୋକ ତାଙ୍କୁ କୌଣସି ପ୍ରକାର ବୁଝାଇ ସୁଜାଇବା ପରେ ସେ ତଳକୁ ଓହ୍ଳାଇ ଆସିଥିଲେ। ତାଙ୍କୁ ଘରକୁ ପଠାଇ ଦେଇଥିଲେ।

ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକମାନେ କରିଛି ଯେ, ଏହି ମାଦ୍ୟପ ଜଣକ ଟ୍ରାନ୍ସଫର୍ମର ଉପରେ ଚଢ଼ି ଘଣ୍ଟା ଘଣ୍ଟା ଧରି ହାଇ ଭୋଲଟେଜ୍ ଡ୍ରାମା କରିଥିଲେ। ତାଙ୍କ ଜୀବନ ବଞ୍ଚାଇବା ପାଇଁ ବିଦ୍ୟୁତ୍ ବିଭାଗକୁ ସୂଚନା ଦିଆଯାଇଥିଲା ଫଳରେ ସେହି ଅଞ୍ଚଳରୁ ବହୁ ସମୟ ଧରି ବିଜୁଳି ସେବା ବାଧାପ୍ରାପ୍ତ ହୋଇଥିଲା ଏହି ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଅଭିଯୁକ୍ତ ସନ୍ତୋଷକୁ ଗିରଫ କରି ଜେଲକୁ ପଠାଇ ଦେଇଛି। ଏହି ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଳଟିଛି।

 

Get real time updates directly on you device, subscribe now.