fbpx
BSKY SKY
BSKY SKY

ସ୍ଵାମୀ ଜଣାଉନଥିଲେ ନିଜର ଇନକମ, ଆରଟିଆଇ ଦାୟର କରି ସବୁ ଜାଣିଲେ ପତ୍ନୀ

BSKY

ନୂଆଦିଲ୍ଲୀ: ଆପଣ କେତେ ଆୟ କରନ୍ତି ? ଏହି ଧରଣର ପ୍ରଶ୍ନର ଉତ୍ତରର ଜବାବ ଦେବାକୁ ପସନ୍ଦ କରନ୍ତି ନାହିଁ ଅଧିକାଂଶ ଲୋକ। ସାଧାରଣତଃ ଏହି କଥା ଲୋକେ ନିଜ ପରିବାର ସହିତ ଆଲୋଚନା କରିଥାନ୍ତି। ଯେବେ ବୈବାହିକ ଜୀବନରେ ବିବାଦ ଲାଗିରହେ ତେବେ ଏହାର ମହତ୍ଵ ଅଧିକ ବଢିଯାଏ। ଛାଡପତ୍ର ଯେବେ ଦୁହିଁଙ୍କ ସହମତିରେ ହୋଇନଥାଏ ତେବେ ପତ୍ନୀ ନିଜ ସ୍ଵାମୀଙ୍କ ଆୟ ବିଷୟରେ ଜାଣିବାକୁ ଚାହିଁଥାନ୍ତି ଏବଂ ଭରଣପୋଷଣ ଦାବି କରିଥାନ୍ତି।

ଏମିତିରେ ଯଦି ସ୍ଵାମୀ ନିଜର ଆୟ ଜଣାଇବାକୁ ମନା କରନ୍ତି ତେବେ ପତ୍ନୀଙ୍କ ନିକଟରେ ଏହା ଜାଣିବା ପାଇଁ ଅନେକ ବିକଳ୍ପ ରହିଛି। ନିକଟରେ ଏମିତି ମାମଲା ସାମ୍ନାକୁ ଆସିଛି। ସୂଚନା ଅଧିକାର ଆଇନ(ଆରଟିଆଇ) ଜରିଆରେ ମହିଳା ନିଜ ସ୍ଵାମୀଙ୍କ ଆୟର ସୂଚନା ମାଗିଛନ୍ତି। କେନ୍ଦ୍ରୀୟ ସୂଚନା ଆୟୋଗ(ସିଆଇସି) ଏହି ମାମଲାରେ ଆୟକର ବିଭାଗକ ମହିଳାଙ୍କୁ ତାଙ୍କ ସ୍ଵାମୀଙ୍କ ଆୟର ସୂଚନା ୧୫ ଦିନ ଭିତରେ ଉପଲବ୍ଧ କରାଇବାକୁ ଆଦେଶ ଦେଇଛନ୍ତି।

ସଞ୍ଜୁ ଗୁପ୍ତା ନାମକ ମହିଳା ନିଜ ସ୍ଵାମୀଙ୍କ ଆୟ ଜାଣିବା ପାଇଁ ଆରଟିଆଇ ଫାଇଲ୍ କରିଥିଲେ। ଆରମ୍ଭରେ ବରେଲୀର ଆୟକର ବିଭାଗର କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ(ସିପିଆଇଓ) ଆରଟିଆଇ ଆଧାରରେ ଏହି ସୂଚନା ଦେବାକୁ ମନା କରି ଦେଇଥିଲେ। କାରଣ ସ୍ଵାମୀ ଏଥିପାଇଁ ସହମତି ଦେଇନଥିଲେ। ଏହା ପରେ ମହିଳା ପ୍ରଥମ ଅପିଲିୟ ପ୍ରାଧିକରଣ(ଏଫଏଏ)ରେ ଅପିଲ୍ ଦାୟର କରି ସହାୟତା ଲୋଡିଥିଲେ। ଏଫଏଏ ସିପିଆଇଓର ଆଦେଶକୁ ବଲବତ୍ତର ରଖିଥିଲେ। ଏହା ପରେ ଗୁପ୍ତା ସିଆଇସିରେ ଦ୍ଵିତୀୟ ଅପିଲ୍ ଦାୟର କରିଥିଲେ।

କେନ୍ଦ୍ରୀୟ ସୂଚନା ଆୟୋଗ ମାମଲାରେ ସେପ୍ଟେମ୍ବର ୧୯ରେ ଏହି ମାମଲାରେ ଆଦେଶ ଜାରି କରିଛନ୍ତି। ଏଥିପାଇଁ ସିଆଇସି ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ନିଷ୍ପତ୍ତିର ଯୁକ୍ତି ଦେଇଥିଲେ। ସିଆଇସି ନିଜ ଆଦେଶରେ କହିଛନ୍ତି, ମହିଳାଙ୍କୁ ନିଜ ସ୍ଵାମୀଙ୍କ ଆୟ ବିଷୟରେ ଜାଣିବାର ଅଧିକାର ରହିଛି। ଏଥିପାଇଁ ସିପିଆଇଓକ ୧୫ ଦି ଭିତରେ ତାଙ୍କ ସ୍ଵାମୀଙ୍କ ଆୟର ବିବରଣୀ ଦିଆଯାଉ।

Get real time updates directly on you device, subscribe now.