fbpx

ଶୁଭ ମୁହୂର୍ତ୍ତ ନାଁରେ ୧୧ ବର୍ଷ ଯାଏଁ ଶାଶୁ ଘର ଗଲାନିି ପତ୍ନୀ; କୋର୍ଟ ଦେଲେ ଏପରି ରାୟ

ନୂଆଦିଲ୍ଲୀ: ଆଜିକାଲି ସମାଜରେ ବିବାହକୁ ନେଇ ଏପରି ମାମଲା ସାମ୍ନାକୁ ଆସୁଛି, ଯାହାକୁ ଶୁଣି ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ । ସେହିଭଳି ଛତିଶଗଡ଼ରୁ ଏକ ଘଟଣା ଆସିଛି, ଯେଉଁଠାରେ ଜଣେ ମହିଳା ଶୁଭ ମୁହୂର୍ତ୍ତ ନାଁରେ ୧୧ ବର୍ଷ ପର୍ଯ୍ୟନ୍ତ ନିଜ ଶାଶୁ ଘର ଯିବାକୁ ମନା କରି ଆସୁଥିଲେ । ମାମଲା ହାଇକୋର୍ଟରେ ପହଞ୍ଚିବାରୁ ଜଷ୍ଟିସ୍ ଗୌତମ ଭାଦୁଡି ଓ ରଜନୀ ଦୁବେଙ୍କ ଖଣ୍ଡପୀଠ ଏହାକୁ ‘ପରିତ୍ୟାଗ’ ମାମଲା ବୋଲି ବିଚାର କରି ହିନ୍ଦୁ ବିବାହ ଆକ୍ଟ ଅନୁସାରେ ଏହାକୁ ଭାଙ୍ଗିଛନ୍ତି । ଆକ୍ଟ ଅନୁସାରେ ଛାଡ଼ପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି ହାଇକୋର୍ଟ ।

ତେବେ ସନ୍ତୋଷ ସିଂ ନାମକ ଜଣେ ବ୍ୟକ୍ତି ଫ୍ୟାମିଲି କୋର୍ଟରୋ ପରିତ୍ୟାଗ ଆଧାରରେ ଛାଡ଼ପତ୍ର ପାଇଁ ଆବେଦନ କରିଥିଲେ । କୋର୍ଟ ଏହି ଆଧାର ଉପରେ ଛାଡ଼ପତ୍ର ଦେବାକୁ ମନା କରିବାକୁ ଆବେଦନକୁ ଖାରଜ କରିଥିଲେ । ଏହାପରେ ଛାଡ଼ପତ୍ର ପାଇଁ ସନ୍ତୋଷ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଯାଚିକାରେ ସନ୍ତୋଷ କହିଥିଲେ ଯେ, ୨୦୧୦ରେ ବାହାଘର ହେବା ପରେ ତାଙ୍କ ପତ୍ନୀ କେବଳ ୧୧ ଦିନ ସାଥିରେ ରଖିଥିଲେ ଓ ପରେ ବାପଘରକୁ ଯାଇଥିଲେ । ସେଠାରୁ ଫେରାଇ ଆଣିବା ପାଇଁ ଅନେକ ଛେଷ୍ଟା କରିଥିଲେ, କିନ୍ତୁ ସବୁ ଥର ଶୁଭ ମୁହୃର୍ତ୍ତ ନାହିଁ ବୋଲି ଆସିବାକୁ ମନା କରୁଥିଲେ ପତ୍ନୀ ।’

ଅନ୍ୟପଟେ ପତ୍ନୀଙ୍କ କହିବା ମୁତାବକ, ତାଙ୍କ ସ୍ୱାମୀ ଶୁଭ ମୁହୂର୍ତ୍ତରେ ନେବାକୁ ଆସିନଥିଲେ । ଫଳରେ ସେ ଶାଶୁ ଘରକୁ ଯାଇପାରି ନଥିଲେ । ଏହା ସହ ସେ କହିଛନ୍ତି ଯେ, ‘ମୁଁ ମୋ ସ୍ୱାମୀଙ୍କୁ ଛାଡ଼ିନାହିଁ । କେବଳ ରୀତିନୀତିର ପାଳନ କରୁଥିଲି ।’

ଏହା ଉପରେ ହାଇକୋର୍ଟ କହିଛନ୍ତି ଯେ, ଶୁଭ ମୁହୂର୍ତ୍ତ କୌଣସି ପରିବାରର ସୁଖ ସମୟ ପାଇଁ ହୋଇଥାଏ । କିନ୍ତୁ ଏହାକୁ ଏକ ବାଧାର ଉପକରଣ ଭାବେ ବ୍ୟବହାର କରାଯାଇଛି । କୋର୍ଟ ଏହି ବାହାଘରକୁ ଭାଙ୍ଗିବା ସହିତ ହିନ୍ଦୁ ବିବାହ ଅଧିନିୟମ ଧାରା ୧୩ ଅନୁସାରେ ଛାଡ଼ପତ୍ର ପାଇଁ ମଞ୍ଜୁରୀ ଦେଇଛନ୍ତି । ଆଦେଶରେ କୋର୍ଟ ଏହା ମଧ୍ୟ କହିଛନ୍ତି ଯେ, ତଥ୍ୟ ଅନୁସାରେ ପତ୍ନୀ ନିଜ ସ୍ୱାମୀଙ୍କୁ ସମ୍ପୂର୍ଣ୍ଣ ଛାଡ଼ି ସାରିଛନ୍ତି । ଏଥିପାଇଁ ଛାଡ଼ପତ୍ର ସ୍ୱାମୀର ହକ୍ ।

Get real time updates directly on you device, subscribe now.