ମଥାକୁ ଦେଖି କାନ୍ଦୁଛନ୍ତି । ହାତକୁ ଦେଖି କାନ୍ଦୁଛନ୍ତି । ପାଦକୁ ବି ଦେଖି କାନ୍ଦୁଛନ୍ତି । କାରଣ ମଥାରେ ସିନ୍ଦୁର ନାହିଁ ହାତରେ ଶଙ୍ଖା ନାହିଁ କି ପାଦରେ ଅଳତା ନାହିଁ । ଚାହିଁକି ବି ସେ ଆଉକେବେ ସିନ୍ଦୁର ପିନ୍ଧି ପାରିବେ ନାହିଁ । ହଁ ଆଜ୍ଞା ଏବେ ଏମିତି କିଛି ନିଶ୍ଚିତ ଋପରେ ଭାବୁଥିବେ ସହିଦ ସୁଶାନ୍ତଙ୍କ ସ୍ତ୍ରୀ । କାନ୍ଦି କାନ୍ଦି ତାଙ୍କର ଦିନ କଟିଯାଉଥିବ । ନା ଖାଉଛନ୍ତି ନା କିଛି ପିଉଛନ୍ତି । ଅହର ସୁଶାନ୍ତଙ୍କୁ ମନେ ପକାଇ କାନ୍ଦିବାରେ ଲାଗିଛନ୍ତି ସ୍ତ୍ରୀ ପୂର୍ଣ୍ଣିମା । ପୂର୍ଣ୍ଣିମାଙ୍କ ଜୀବନରେ ଏବେ ଅମାବାସ୍ୟା ଅନ୍ଧାରରେ ଅନ୍ଧାରିୟା ହୋଇଯାଇଛି । ଏବେ ଆଉ ନାହାଁନ୍ତି ସୁଶାନ୍ତ ।
ବାହାଘରକୁ ତ ମାତ୍ର ୨ ଟି ମାସ ହୋଇଥିଲା । ଏଇ ଏବେ ଏବେ ତ ବିବାହ ବନ୍ଦନରେ ବାନ୍ଧି ହୋଇଥିଲେ । ନବ ବଧୁ ବେଶରେ ସଜେଇ ହୋଇ ସାତ ମେଘର ଓଢ଼ଣା ଢ଼ାଙ୍କି ସୁଶାନ୍ତଙ୍କ ହାତ ଧରି ଘରକୁ ଆସିଥିଲେ । କିନ୍ତୁ ବାଭ୍ୟ ଯେମିତି ତାର କଡ଼ ଲେଉଟେଇ ଦେଲା । ସୁଖ ଆଡ଼ୁ ଆଖି ମିଟିକା ମାରି ଦୁଃଖର ସାଗରକୁ ଠେଲିଦେଲା । ଏସବୁ ଯେମିତି ଏବେ ପୂର୍ଣ୍ଣିମାନଙ୍କୁ କଳା ସ୍ୱପ୍ନଟେ ଭଳି ଲାଗୁଥିବ । ପୂର୍ଣ୍ଣିମା ଭାବିପାରୁନଥିବେ କି ଏ ସବୁ ତାଙ୍କ ସହ କଣ ହୋଇଗଲା । ଏମିତି କେମିତି ସେ ବିଧବା ହୋଇଗଲେ । ଭଗବାନ କଣ ପାଇଁ ତାଙ୍କ ସହ ଏମିିିତି କଲେ । କଣ ପାଇଁ ତାଙ୍କ ସୁଶାନ୍ତଙ୍କୁ ତାଙ୍କ ଠାରୁ ଛଡ଼ାଇ ନେଲେ । ଏବେ ସେ ଆଉ ଚାହିଁକି ବି ସିନ୍ଦୁର ଲଗାଇ ପାରିବେ ନାହିଁ । ସେଥିପାଇଁ ସେ ଆଇନା ଆଗରେ ତାଙ୍କ ମଥାକୁ ଦେଖି କାନ୍ଦିବାରେ ଲାଗିଛନ୍ତି ।
ଯଦି ଦେଖିବା ସୁଶାନ୍ତ ଏବଂ ପୂର୍ଣ୍ଣିମା ଦୀର୍ଘ ୬ ବର୍ଷ ଭଲ ପାଇଲା ପରେ ବିବାହ ବନ୍ଧନରେ ବାନ୍ଧି ହୋଇ ରହିଥିଲେ । ହେଲେ ଯେତେବେଳେ ବାହାଘର ହୋଇଥିଲା ତାର ଠିକ ୨ ମାସ ଭିତରେ ହିଁ ସୁଶାନ୍ତଙ୍କର ମୃତ୍ୟୁ ହୋଇଗଲା । ଭଲପାଇବାତ ସାକାର ହେଲା ହେଲେ ଉଭୟ ସାଙ୍ଗ ହୋଇ କିନ୍ତୁ ବର୍ଷଟେ କାଟି ପାରିଲେ ନାହିଁ । ଯଦି ଦେଖିବା ଝାରଖଣ୍ଡ ଟଣ୍ଟୋ ଥାନା ଅନ୍ତର୍ଗତ କୋହ୍ଲାନ ଜଙ୍ଗଲରେ ନକ୍ସଲ ଏବଂ ସିଆରପିଏଫ୍ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ହୋଇଥିଲା । ଏହି ସମୟରେ ସୁଶାନ୍ତଙ୍କ ଛାତିରେ ଗୁଳି ବାଜିଥିଲା । ଯେଉଁଥିରେ ସହଦି ହୋଇଯାଇଛନ୍ତି ଓଡ଼ିଆ ଯବାନ ସୁଶାନ୍ତ କୁମାର ଖୁଣ୍ଟିଆ । ତେବେ ଗତ ଶନିବାର ସୁଶାନ୍ତଙ୍କ ମର ଶରିର ତାଙ୍କ ଗାଁରେ ପହଞ୍ଚିବା ପରେ ଶେଷ କୃତ୍ୟ ସମ୍ପନ୍ନ କରାଯାଇଥିଲା ।