fbpx

ଅଭିନୟରୁ ସନ୍ୟାସ ନେବେ ଆମୀର ଖାନ୍ ? ‘ଲାପତା ଲେଡିଜ’ର ସ୍ପେଶାଲ ସ୍କ୍ରିନିଂରେ hint ଦେଇଛନ୍ତି

ନୂଆଦିଲ୍ଲୀ: ବଲିଉଡ଼ର ମିଷ୍ଟର ପର୍ଫେକ୍ସନିଷ୍ଟ ଭାବେ ଜଣାଶୁଣା ଆମୀର ଖାନ୍ । ତାଙ୍କ ଫିଲ୍ମ କ୍ୟାରିୟରରେ ସେ ଦର୍ଶକଙ୍କୁ ଅନେକ ବ୍ଲକ୍ ବଷ୍ଟର ଫିଲ୍ମ ଭେଟି ଦେଇଛନ୍ତି । ଏହା ବ୍ୟତୀତ ସେ ଫିଲ୍ମ ନିର୍ମାତା ଭାବେ ମଧ୍ୟ ଦାୟିତ୍ୱ ତୁଲାଇଛନ୍ତି । ନିକଟରେ ଏହି ଅଭିନେତା ବଲିଉଡରୁ ରିଟାୟରମେଣ୍ଟକୁ ନେଇ ବଡ଼ ହିଣ୍ଟ୍ ଦେଇଛନ୍ତି ।

ଅଗଷ୍ଟ ୯ ତାରିଖ ଆମୀର ଏବଂ ତାଙ୍କ ପରିବାର ପାଇଁ ବହୁତ ଖାସ ଦିନ ଥିଲା । ଏହି ଦିନ ଆମୀରଙ୍କ ଦ୍ୱାରା ପ୍ରଯୋଜିତ ଫିଲ୍ମ ‘ଲାପତା ଲେଡିଜ୍‌’ ସୁପ୍ରିମକୋର୍ଟରେ ସ୍କ୍ରିନିଂ କରାଯାଇଥିଲା । ଏହି ଅବସରରେ ଆମୀର ଏବଂ ତାଙ୍କ ପୂର୍ବତନ ପତ୍ନୀ କିରଣ ରାଓ CJI ଡି ୱାଇ ଚନ୍ଦ୍ରଚୁଡ଼ଙ୍କ ସହ କଥାବାର୍ତ୍ତା କରିଥିଲେ । କହିରଖୁଛୁ ଏହି ଫିଲ୍ମ ଜେଣ୍ଡର ସେନ୍ସିଟାଇଜେସନ୍ ପ୍ରୋଗ୍ରାମର ଏକ ଅଂଶ ଭାବେ ସୁପ୍ରିମକୋର୍ଟରେ ସ୍କ୍ରିନିଂ କରାଯାଇଥିଲା । ଏହି ସ୍କ୍ରିନଂ ରେ ଶୀର୍ଷ ଅଦାଲତର ବହୁ ବିଚାରପତି ମଧ୍ୟ ଅଂଶଗ୍ରହଣ କରିଥିଲେ । ଏହି ଅବସରରେ ଆମୀର ଏହା ଖୁଲାସା କରିଥିଲେ କି କୋଭିଡ୍ ସମୟରେ ସେ ମାତ୍ର ୫୬ ବର୍ଷର ଥିଲେ । ସେତେବେଳେ ତାଙ୍କୁ ଅନୁଭବ ହୋଇଥିଲା କି ଏହା ତାଙ୍କ କ୍ୟାରିୟରର ଶେଷ ପର୍ଯ୍ୟାୟ । ତାଙ୍କ ପାଖରେ ଆକ୍ଟିଭ୍ ୱାର୍କ ପାଇଁ ଅହୁରି ୧୫ ବର୍ଷ ବାକି ରହିଛି । ଏହି ସମୟରେ ସେ ବହୁତ କିଛି କରିପାରିବେ । ଇଣ୍ଡଷ୍ଟ୍ରି, ସମାଜ ଏବଂ ଦେଶ ତାଙ୍କୁ ବହୁତ କିଛି ଦେଇଛି । ସେତେବେଳେ ସେ ଭାବିଥିଲେ ଯେ ଏହି ବର୍ଷ ମଧ୍ୟରେ ସେ ଜଣେ ପ୍ରଯୋଜକ ଭାବରେ ଏକ ଫିଲ୍ମ କରିପାରିବେ ଯାହା ସମାଜକୁ ଏକ ଷ୍ଟ୍ରଙ୍ଗ୍ ମେସେଜ୍ ଦେଇପାରୁଥିବ । ଏହି ଫିଲ୍ମ ମାଧ୍ୟମରେ ନୂତନ ଆୱାଜ୍ ଏବଂ କାହାଣୀକୁ ସୁଯୋଗ ଦେବାର ଇଚ୍ଛା ରଖିଥିଲେ ଆମୀର । ଫିଲ୍ମ ପ୍ରଯୋଜନା ମାଧ୍ୟମରେ ଆମୀର ନୂଆ ଲେଖକ, ନିର୍ଦ୍ଦେଶକ ଏବଂ ପ୍ରତ୍ୟେକ ବ୍ୟକ୍ତିକୁ ସୁଯୋଗ ଦେବେ ଯିଏ ଏହି ସମ୍ପୂର୍ଣ୍ଣ ପ୍ରକ୍ରିୟାର ଅଂଶ ବିଶେଷ ଅଟନ୍ତି । ନିର୍ଦ୍ଦେଶନାରେ ‘ଲାପତା ଲେଡିଜ୍‌’ ମୋର ପ୍ରଥମ ପାହାଚ । ମୁଁ ଏହି ଭଳି ଟାଲେଣ୍ଟକୁ ଆଗକୁ ନେବାକୁ ଚାହୁଁଛି ଏବଂ ୧ ବର୍ଷରେ ୪ରୁ ୫ଟି ଫିଲ୍ମ ନିର୍ମାଣ ପାଇଁ ବିଚାର କରୁଛି । ଆମକୁ ଏଭଳି ଆହୁରି ଫିଲ୍ମ ନିର୍ମାଣ କରିବା ସହ ଦେଖିବା ଉଚିତ ।

Get real time updates directly on you device, subscribe now.