fbpx

ଦେଶ ଭିତରେ ପଶି ଆତଙ୍କବାଦୀଙ୍କୁ ମାରିବୁ, ରାଜନାଥ ସିଂହ ପାକିସ୍ତାନକୁ ଦେଲେ ଏପରି ଚେତାବନୀ

ନୂଆଦିଲ୍ଲୀ:ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏକ ଗଣମାଧ୍ୟମ ସହ ସାକ୍ଷାତକାର ଅବସରରେ କହିଛନ୍ତି, ଆତଙ୍କ ପ୍ରସାର କରୁଥିବା ପାକିସ୍ତାନକୁ ଆମେ ସିଧା ଧମକ ଦେଉଛୁ କି ଯଦି ଆତଙ୍କବାଦୀ ପାକିସ୍ତାନରେ ଯାଇ ଲୁଚିବ ତେବେ ଆମେ ଦେଶ ଭିତରେ ପଶି ତାକୁ ନିପାତ କରିବୁ । କେହି ବି ଆତଙ୍କବାଦୀ ଭାରତରେ ଶାନ୍ତି ବ୍ୟାହତ କରିବାର ପ୍ରୟାସ କଲେ ତାକୁ ମୁହଁତୋଡ ଜବାବ ମିଳିବ ।

ବ୍ରିଟିଶ ସମ୍ବାଦପତ୍ର ‘ଗାର୍ଡିୟନ’ରେ ଏକ ଖବର ପ୍ରକାଶ ପାଇଛି ଯେଉଁଥିରେ ଲେଖାଯାଇଛି କି ଭାରତ ପାକିସ୍ତାନରେ ପଶି ଆତଙ୍କବାଦୀଙ୍କୁ ମାରିଛି । ଏହାକୁ ନେଇ ରାଜନାଥ ସିଂହ କହିଛନ୍ତି ଯଦି କୌଣସି ଆତଙ୍କବାଦୀ ଦେଶର ଶାନ୍ତି ପ୍ରକ୍ରିୟାରେ କୌଣସି ପ୍ରକାର ବାଧା ଉପୁଜାଇବ ତେବେ ତାକୁ ମୁହଁତୋଡ ଜବାବ ଦିଆଯିବ । ଯଦି ଆତଙ୍କବାଦୀ ଆତଙ୍କୀ ଘଟଣାକୁ ରୂପ ଦେଇ ଯାଇ ପାକିସ୍ତାନରେ ଲୁଚିବ ତେବେ ଆମେ ତାକୁ ପାକିସ୍ତାନ ଭିତରେ ପଶି ମାରିବୁ । ସେ କହିଛନ୍ତି ଭାରତ ପାଖରେ ଏହି କ୍ଷମତା ରହିଛି ଓ ପାକିସ୍ତାନ ବି ଏହା ବୁଝିବାକୁ ଚେଷ୍ଟା କରୁଛି ।

Get real time updates directly on you device, subscribe now.