fbpx

‘ଏକଲା ଚଲୋ’ ଡାକରା ଦେଲେ ମମତା କହିଲେ କାହା ଉପରେ ଆଉ ଭରଷା ନାହିଁ; ସେପଟେ ଚିନ୍ତାରେ ବିରୋଧୀ ଏବେ କରିବେ କଣ?

 ନୂଆଦିଲ୍ଲୀ:ଗତକାଲି ୩ ଉତ୍ତରପୂର୍ବ ରାଜ୍ୟର ବିଧାନସଭା ଫଳ ପ୍ରକାଶ ପାଇଲା । ଯେଉଁଥିଲେ ବିଜେପି ନାଗାଲାଣ୍ଡ ଆଉ ତ୍ରିପୁରାରେ ପୁଣିଥରେ ବିଜୟର ମୁକୁଟ ପିନ୍ଧିଲା । ମେଘାଳୟରେ ମଧ୍ୟ ମଣ୍ଟେ ଗଢ଼ିବା ପାଇଁ ଦଳ ତାର ପ୍ରସ୍ତୁତି ଲଗାଇଛି। ତେବେ ଏହି ସବୁ କସରତ ଆଗକୁ ଥିବା ୨୦୨୪ ନିର୍ବାଚନକୁ ଆଖି ଆଗରେ ରଖି କରାଯାଉଥିବା ବେଳେ ବିରୋଧୀ ମାନେ ମଧ୍ୟ ବିଜେପିକୁ କିପରି ମାତ ଦେଇପାରିବେ ସେ ଲାଗି ଚିନ୍ତା କରୁଛନ୍ତି । କିନ୍ତୁ ବର୍ତ୍ତମାନ ସୁଦ୍ଧା ବିରୋଧୀ ମାନଙ୍କର ଏକତା ଦେଖିବାକୁ ମିଳି ପାରି ନାହିଁ । ବିରୋଧୀଙ୍କୁ ଏକଜୁଟ କରେଇବା ପାଇଁ ଯେତେ ପ୍ରୟାସ ଜାରି ରହିଥିବା ବେଳେ ଏମାନଙ୍କ ମନମାଳିନ୍ୟ ଘଟୁଛି । କ।ହରି କଥା କାହାରି କାର୍ଯ୍ୟ କାହା ସହିତ ମେଳ ଖାଉ ନାହିଁ ।

ତେବେ ଏହି ସମୟରେ ବିରୋଧୀ ମେଣ୍ଟକୁ ଏକ ଶକ୍ତ ଝଟକା ଲାଗିଛି । ଆଉ ଏହି ଝଟକା ଆଉ କେହି ନୁହେଁ ବରଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ଟିଏମସି ସୁପ୍ରିମୋ ମମତା ବାନାର୍ଜୀ ଦେଇଛନ୍ତି। ମମତା ୨୦୨୪ରେ ବିରୋଧୀ ମାନଙ୍କ ସହିତ ନ ମିଶି ଏକଲା ଚଲୋର ଡାକରା ଦେଇ ଦେଇଛନ୍ତି । ବାସ ଏବେ ବିରୋଧୀ ମାନଙ୍କୁ ପୁଣି ଏକ ଅସୁବିଧାର ସମ୍ମୁଖୀନ୍ନ ହେବାକୁ ପଡିବ ବୋଲି ଆଶା କରାଯାଉଛି ।

ଉତ୍ତର-ପୂର୍ବ ନିର୍ବାଚନ ଫଳାଫଳ ପରେ କଂଗ୍ରେସ ଏବଂ ବାମପନ୍ଥୀ ଉପରେ କ୍ରୋଧିତ ହେଇ ମମତା ବାନାର୍ଜୀ ଏପରି ଘୋଷଣା କରିଛନ୍ତି । ସେ କହିଛନ୍ତି ଯେ ୨୦୨୪ମସିହାରେ କଂଗ୍ରେସ କିମ୍ବା ବାମପନ୍ଥୀଙ୍କ ସହ ମେଣ୍ଟ କରିବେ ନାହିଁ। ମମତାଙ୍କ ଏହି ନିଷ୍ପତି ବିରୋଧୀଦଳ ନେତାମାନଙ୍କୁ ନିରାଶ କରିଛନ୍ତି। ଏହା ସ୍ପଷ୍ଟ ଯେ ଯଦି ମମତା ଏବଂ ମାୟାଙ୍କ ପରି ନେତାମାନେ ଏକାକୀ ନିର୍ବାଚନ ଲଢ଼ିବାକୁ ଘୋଷଣା କରନ୍ତି, ତେବେ ୨୦୨୪ମସିହାରେ ଜାତୀୟ ସ୍ତରରେ ମିଳିତ ମଞ୍ଚର ବିରୋଧୀଙ୍କ ଶକ୍ତି ଅତ୍ୟନ୍ତ ଦୁର୍ବଳ ହୋଇପଡିବ।

ମମତା ବାନାର୍ଜୀଙ୍କ ବିବୃତ୍ତି ଯୋଗୁଁ ହୋଇଥିବା ଅସନ୍ତୋଷ ପରେ କଂଗ୍ରେସ ବ୍ୟାକଫୁଟକୁ ଆସିଛି। ବିରୋଧୀ ଏକତାକୁ ଆଗେଇ ନେବାକୁ ତାଙ୍କର ଆଶା ବର୍ତ୍ତମାନ ଯେପରି ମଉଳି ଯାଇଛି । ତେବେ ଅପରପକ୍ଷେ ଦଳର ମୁଖପାତ୍ର ପୱନ ଖେଡ କହିଛନ୍ତି ଯେ ଯଦି ଆପଣ ଉତ୍ତର ପୂର୍ବର ନିର୍ବାଚନ ଫଳାଫଳକୁ ଦେଖନ୍ତି, ତେବେ ଆପଣ ଜାଣିପାରିବେ କିଏ କାହାକୁ ଲାଭ ଦେଉଛି। ଏହାର ଅର୍ଥ ହେଉଛି ଉତ୍ତର-ପୂର୍ବ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଟିଏମସି ବିଜେପିକୁ ଲାଭ ପ୍ରଦାନ କରୁଥିବା କଂଗ୍ରେସ ଅଭିଯୋଗ କରୁଛି।

ବର୍ତ୍ତମାନ ସମୟରେ ବିଜେପି ଯେଉଁ ପ୍ରକାରର ତାର ସଙ୍ଗଠନକୁ ମଜବୁତ କରୁଛି ଯଦି ବିରୋଧୀ ମାନେ ଏକ ନ ହୁଅନ୍ତି ତେବେ ସେମାନେ ବିଜେପିକୁ ସାମ୍ନା କରି ପାରିବେ ନାହିଁ । ବିଜେପି ଯେଉଁ ମେଣ୍ଟ ଷ୍ଟ୍ରାଟେଜି ଆପଣେଇଛି ଯେଉଁଠାରେ ଆସନ ନ ହାତେଇ ପାରିଲା ସେଠାରେ ମଧ୍ୟ ମେଣ୍ଟରେ ସାମିଲ ହେଇ ନିର୍ବାଚନ ଜିତି ନେଉଛି କିନ୍ତୁ ବିରୋଧୀ ମାନେ ନିଜ ନିଜ ଭିତରେ ମାଡ ଗୋଳ ହୋଇ ବିଜେପିକୁ ଜିତିବାର ରାସ୍ତା ସଫା କରୁଛନ୍ତି । ତେଣୁ ଏବେ ଠାରୁ ଯଦି ବିରୋଧର ମାନେ ୨୦୨୪ ପାଇଁ ନିଜର ରୋଡମ୍ୟାପ ସ୍ପଷ୍ଟ ଆଉ ସ୍ୱଚ୍ଛ ନକରନ୍ତି ତେବେ ୨୦୨୪ ନିର୍ବାଚନରେ ବିଜୟ ବିଜେପିର ହିଁ ହେବ ତାହା ଜଣାପଡୁଛି ।

Get real time updates directly on you device, subscribe now.