fbpx

୨ ଜୁନ୍‌ରେ ପୁଣି ଜେଲ୍ ଫେରିଯିବି ଆଉ ତା’ ପରେ…, ଆପ୍ ବିଧାୟକମାନଙ୍କ ସହ ପ୍ରଥମ ବୈଠକରେ ଏପରି କହିଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି (ଆପ୍‌) ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ରବିବାର ଦଳର ସମସ୍ତ ବରିଷ୍ଠ ନେତା ଓ ବିଧାୟକଙ୍କୁ ସାକ୍ଷାତ କରିଛନ୍ତି । ଏହି ସମୟରେ କେଜ୍ରିୱାଲ ଆପ୍ ବିଧାୟକଙ୍କୁ ସମ୍ବୋଧିତ କରି କହିଛନ୍ତି, ଆମ ଆଦମୀ ପାର୍ଟି ହି ଆଗକୁ ଦେଶର ଦାୟିତ୍ୱ ସମ୍ଭାଳିବାକୁ ଯାଉଛି । ୨ ତାରିଖରେ ମୁଁ ପୁଣି ଜେଲ୍‌କୁ ଚାଲିଯିବି ଓ ଆପଣମାନେ ହିଁ ଦଳକୁ ସମ୍ଭାଳିବେ ।

ଆପ୍ ବିଧାୟକଙ୍କୁ ସମ୍ବୋଧିତ କରିବା ସମୟରେ କେଜ୍ରିୱାଲ କହିଛନ୍ତି ସୁପ୍ରିମକୋର୍ଟଙ୍କ ଆଦେଶ କୌଣସି ଚମତ୍କାର ଠାରୁ କମ୍ ନୁହେଁ । ଗତ କିଛି ମାସ ଧରି ଯେଉଁସବୁ ଘଟଣା ଘଟୁଛି ତାହା ଦେଖି ଲାଗୁଛି ଭଗବାନ ଆମ ଦ୍ୱାରା କିଛି କରାଇବାକୁ ଚାହୁଁଛନ୍ତି । ଜେଲ୍‌ରେ ଥିବା ବେଳେ ମୋତେ ଚିନ୍ତା ହେଉଥିଲା କି ଦିଲ୍ଲୀବାସୀଙ୍କ କାମ ହେଉଛି କି ନା.., ମୋତେ ଲାଗୁଥିଲା ଯଦି ଆମେ ଏଥିରେ ପଛେଇ ଯିବା ତେବେ ଆମେ ନେତୃତ୍ୱରେ ବି ପଛେଇ ଯିବା । କିନ୍ତୁ ଆପଣମାନେ ସମସ୍ତେ ଭଲ କାମ କରିଛନ୍ତି ।

ଏହା ବ୍ୟତିତ ସେ କହିଛନ୍ତି, ବିଜେପି ଆପ୍‌କୁ ନିଃଶେଷ କରିଦେବାକୁ ଚାହୁଁଛି । ପଞ୍ଜାବ ଓ ଦିଲ୍ଲୀରେ ଆମ ସରକାରର ପତନ ଚାହୁଁଛି । ଆପ୍‌ର ସବୁ ବଡ ନେତାଙ୍କୁ ଗିରଫ କରି ସରକାର ଭାଙ୍ଗିଦେବାକୁ ବିଜେପି ଚେଷ୍ଟା କରିଥିଲା । କିନ୍ତୁ ଗିରଫଦାରୀ ପରେ ଆମ ଦଳ ଆହୁରି ଅଧିକ ମଜଭୁତ ହୋଇଛି । ଏଥିପାଇଁ ସବୁ ଶ୍ରେୟ ଆପଣମାନଙ୍କୁ ହିଁ ଦେଉଛି ।

Get real time updates directly on you device, subscribe now.