fbpx

ଧୋନୀଙ୍କ ଦଳରୁ ବାହାରିବେ କି ସାର୍ ଜାଡେଜା? ବଡ ବୟାନ ଦେଲା ଚେନ୍ନାଇ ସୁପର କିଙ୍ଗସ…

ନୂଆଦିଲ୍ଲୀ: ବର୍ତ୍ତମାନ ଟି-୨୦ ବିଶ୍ୱକପର ମଜା ନେଉଛନ୍ତି କୋଟି କୋଟି କ୍ରିକେଟ ଫ୍ୟାନ୍ସ । ଆଉ କିଛି ଦିନ ପରେ ଆରମ୍ଭ ହେବ ସର୍ବଶ୍ରେଷ୍ଠ ଟି-୨୦ ଲିଗ ଆଇପିଏଲ । ବିଶ୍ୱକପ ସରିବା ମାତ୍ରେ ଆଇପିଏଲ ପାଇଁ ଆରମ୍ଭ ହେବ ପ୍ରସ୍ତୁତି । ଆସନ୍ତା ଡିସେମ୍ବରରେ ଏହାର ମିନି ଅକ୍ସନ ହେବାକୁ ଥିବା ବେଳେ ସମସ୍ତ ଫ୍ରାଞ୍ଚାଇଜି ଏଥିପାଇଁ ଅଙ୍କକଷା ଆରମ୍ଭ କରି ସାରିଛନ୍ତି । କାରଣ ଥଆସନ୍ତା ୧୫ ଦିନ ମଧ୍ୟରେ ରିଲିଜ ଖେଳାଳିଙ୍କ ତାଲିକା ଦେବାକୁ ପଡିବ । ତେବେ ଏଥିମଧ୍ୟରେ ସବୁଠୁ ବଡ ନାଁ ରହିଛି ଚେନ୍ନାଇ ସୁପର କିଙ୍ଗସର ପୂର୍ବତନ ଅଧିନାୟକ ରବିନ୍ଦ୍ର ଜାଡେଜା ।

ଆସନ୍ତା ଆଇପିଏଲରେ ଜାଡେଜାଙ୍କୁ ରିଲିଜ କରିପାରେ ଚେନ୍ନାଇ ସୁପର କିଙ୍ଗସ । ଆଇପିଏଲ ୨୦୨୨ ରେ ତାଙ୍କର ପ୍ରଦର୍ଶନ ଏବଂ ସିଜନ ଅଧାରୁ ନେତୃତ୍ୱ ପଦରୁ ଇସ୍ତଫା ଦେବା ତାଙ୍କର ଏବଂ ଦଳ ମଧ୍ୟରେ ଏକ ପାଚେରୀ ହୋଇ ଛିଡା ହୋଇଛି । ତେଣୁ ଏହ ମନମାଳିନ୍ୟ ଜାଡେଜାଙ୍କୁ ଚେନ୍ନାଇରୁ ବାହାର କରିପାରେ । ତେବେ ଏସବୁ ମଧ୍ୟରେ ଫ୍ୟାନ୍ସମାନଙ୍କ ପାଇଁ ଏକ ଖୁସି ଖବର ଦେଇଛି ଚେନ୍ନାଇ ଫ୍ରାଞ୍ଚାଇଜି । ବିଶେଷ ସୂତ୍ରରୁ ଜାଡେଜା ଏବଂ ଚେନ୍ନାଇର ସମ୍ପର୍କକୁ ନେଇ ଜାଣିବାକୁ ମିଳିଛି । ଏସବୁ କଥା ଗୁଜବ ବୋଲି ସେ କହିଛନ୍ତି , ଏଥିରେ କୌଣସି ସ୍ପଷ୍ଟତା ନାହିଁ । ଚେନ୍ନାଇ କେବେ ଜାଡେଜାଙ୍କୁ ଛାଡିବା କଥା ଚିନ୍ତା ବି କରିପାରିବ ନାହିଁ । ତେବେ ଏହାର ଅର୍ଥ ଆଗାମୀ ବର୍ଷରେ ମଧ୍ୟ ଜାଡେଜାଙ୍କୁ ପୁଣିଥରେ ୟେଲୋ ଜର୍ସିରେ ଧୋନୀଙ୍କ ସହ ଦେଖିବାକୁ ମିଳିବ ।

ତେବେ ଜାଡେଜା ଦଳ ଛାଡିବାକୁ ଚାହୁଁଛନ୍ତି କି ପ୍ରଶ୍ନ ପଚାରିବାରୁ ସେ କହିଛନ୍ତି ଯେ, ଜାଡେଜା ଏ ସମ୍ପର୍କରେ ଆମ ସହ କୌଣସି ଆଲୋଚନା କରି ନାହାନ୍ତି । ତେବେ ଦଳ ତରଫରୁ ତାଙ୍କୁ ରିଲିଜ କରିବାର କୌଣସି ପ୍ରଶ୍ନ ଉଠିନାହିଁ । ଗତ ସିଜନର ମାତ୍ର ୨ ଦିନ ପୂର୍ବରୁ ଜାଡେଜାଙ୍କୁ ଅଧିନାୟକ ପଦ ଦିଆଯାଇଥିଲା । କିନ୍ତୁ ଦଳର ଏବଂ ନିଜର ଖରାପ ପ୍ରଦର୍ଶନ ଯୋଗୁଁ ସେ ନେତୃତ୍ୱ ପୁଣିଥରେ ଧୋନୀଙ୍କୁ ହସ୍ତାନ୍ତର କରିଥିଲେ ।

Get real time updates directly on you device, subscribe now.