fbpx

୪୯ ବର୍ଷରେ ଭାରତର ବିଶ୍ୱ ସୁନ୍ଦରୀ: ପରିବାର ସହ ଜନ୍ମ ଦିନ ପାଳିଲେ ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ବଲିଉଡ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ କିଏ ବା ନ ଜାଣେ । ନିଜ ସୁନ୍ଦରତା ଆଉ ନୀଳ ଆଖି ପାଇଁ ସେ ଭାରତ ସହିତ ଅନ୍ୟ ଦେଶରେ ମଧ୍ୟ ସମସ୍ତଙ୍କ ହୃଦୟରେ ରାଜ କରନ୍ତି । ତେବେ ଏହି ସୁନ୍ଦରୀ ଅଭିନେତ୍ରୀ ଆଜି ନିଜର ୪୯ତମ ଜନ୍ମ ଦିବସ ପାଳନ କରିଛନ୍ତି । ବୟସ ବଢୁଥିଲେ ମଧ୍ୟ ଆଜି ବି ଐଶ୍ୱର୍୍ୟାଙ୍କ ସୁନ୍ଦରତାରେ କୌଣସି ବିଶେଷ ଫରକ ଦେଖା ଯାଇନାହିଁ । ସେ କ୍ୟାରିଅର ଆରମ୍ଭରେ ଯେମିତି ସୁନ୍ଦର ଥିଲେ ଆଜି ବି ଠିକ ସେହିପରି ସୁନ୍ଦରୀ ଅଛନ୍ତି । ଐଶ୍ୱର୍ଯ୍ୟାଙ୍କ ସୁନ୍ଦରତା ପାଇଁ ସାରା ବିଶ୍ୱରେ ତାଙ୍କର କୋଟି କୋଟି ପ୍ରଶଂସକ ଅଛନ୍ତି । ଏଥିପାଇଁ ସେ ବିଶ୍ୱ ସୁନ୍ଦରୀର ଆଖ୍ୟା ମଧ୍ୟ ପାଇ ସାରିଛନ୍ତି ।

ପ୍ରକାଶ ଥାଉ କି, ୧୯୯୪ ମସିହାରେ ଐଶ୍ୱର୍ଯ୍ୟା ରାୟ ମିସ ୱାଲର୍ଡର ଟାଇଟଲ ଜିତିଥିଲେ । ଯେଉଁ ଟାଇଟଲ ଜିତିବା ଦୁନିଆର ପ୍ରତ୍ୟେକ ଅଭିନେତ୍ରୀଙ୍କ ସ୍ୱପ୍ନ ରହିଥାଏ । ସମସ୍ତ ଦେଶର ଅଭିନେତ୍ରୀଙ୍କୁ ପଛରେ ପକାଇ ଐଶ୍ୱର୍ଯ୍ୟା ଏହି ମୁକୁଟ ଜିତି ଥିବାରୁ ଦେଶ ତାଙ୍କ ପାଇଁ ଗର୍ବିତ । ତେବେ ‘ତାଲ୍’ ଚଳଚ୍ଚିତ୍ରରୁ ସେ ବଲିଉଡରେ ପାଇଥିଲେ ଏକ ସ୍ୱତନ୍ତ୍ର ଏବଂ ନୂଆ ପରିଚୟ । ଏହି ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରି ନେଇଥିଲା । ତେବେ ତାଙ୍କର ପ୍ରଥମ ଚଳଚ୍ଚିତ୍ର ହେଉଛି ‘ଔର ପ୍ୟାର ହୋ ଗୟା’ । ଦେବଦାସ, ହମ ଦିଲ ଦେ ଚୁକେ ସନମ, ଯୋଦ୍ଧା ଆକବର, ଦିଲ କା ରିସ୍ତା, ମୋହବତେଁ ଇତ୍ୟାଦି ଚଳଚ୍ଚିତ୍ରରେ ସେ ନିଜ ଅଭିନୟର ଜଲୱା ଦେଖାଇ ସାରିଛନ୍ତି । ତେବେ ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ ପୁଅ ତଥା ଅଭିନେତା ଅଭିଷେକ ବଚ୍ଚନଙ୍କୁ ସେ ବିବାହ କରିଛନ୍ତି ।

ଆଜି ଏହି ବିଶ୍ୱ ସୁନ୍ଦରୀ ତଥା ଅଭିନେତ୍ରୀଙ୍କ ୪୯ତମ ଜନ୍ମ ଦିବସ । ତେଣୁ ଏହାକୁ ସେ ନିଜ ପରିବାର ସହ ପାଳନ କରିଛନ୍ତି । ଐଶ୍ୱର୍ଯ୍ୟା ଏବେ ବଲିଉଡ ଜଗତରେ ସେତେ ଆକ୍ଟିଭ ନଥିବା ବେଳେ ତାଙ୍କର ସୁନ୍ଦରତା ଏବଂ ଅନ୍ଦାଜ ଏବେ ଲୋକଙ୍କୁ ଦିୱାନା କରିବା ପାଇଁ ଯଥେଷ୍ଟ ।

Get real time updates directly on you device, subscribe now.