fbpx

କରୋନାର ଦ୍ୱିତୀୟ ଲହରରେ ହାହାକାର, ତୃତୀୟକୁ ଭୟ ! କ’ଣ ସମ୍ପୂର୍ଣ୍ଣ ଲକଡାଉନ୍ କରିବେ ମୋଦୀ ସରକାର, ଚାଲିଛି ସମୀକ୍ଷା

ନୂଆଦିଲ୍ଲୀ,୬ ।୫: କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗୁଁ ଦେଶରେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଏହାରି ମଧ୍ୟରେ କରୋନାର ତୃତୀୟ ମହାମାରୀ ନିଶ୍ଚିତ ଆସିବ ବୋଲି ବୈଜ୍ଞାନିକମାନେ କହିଛନ୍ତି, ଯାହାକୁ ନେଇ ଲୋକେ ଛାନିଆ । ଏଭଳି ପରିସ୍ଥିତିରେ ଦେଶରେ ସମ୍ପୂର୍ଣ୍ଣ ଲକଡାଉନ ଲାଗୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଠୁଛି । କେନ୍ଦ୍ର ମନ୍ତ୍ରଣାଳୟ ଦ୍ୱାରା ଏପରି ସମ୍ଭାବନାକୁ ସମ୍ପୂର୍ଣ୍ଣ ମନା ମଧ୍ୟ କରାଯାଇନାହିଁ । ଜାତୀୟ ଲକଡାଉନର ନିଷ୍ପତ୍ତି ଉପରେ ଚର୍ଚ୍ଚା ଚାଲିଛି ବୋଲି ନୀତି ଆୟୋଗର ସଦସ୍ୟ ଭିକେ ପଲ୍ କହିଛନ୍ତି ।

ଦେଶରେ ସମ୍ପୂର୍ଣ୍ଣ ଲକଡାଉନକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଅନେକ ରାଜ୍ୟରେ ପୂର୍ବରୁ ଲକଡାଉନ, କର୍ଫ୍ୟୁ, ନାଇଟ୍ କର୍ଫ୍ୟୁ, ସାପ୍ତାହାନ୍ତ ଲକଡାଉନ ଭଳି ପଦକ୍ଷେପ ନେଇସାରିଛନ୍ତି । ମହାରାଷ୍ଟ୍ର, କେରଳ, ରାଜସ୍ଥାନ, କର୍ଣ୍ଣାଟକ, ଦିଲ୍ଲୀ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଓଡିଶା ଭଳି ରାଜ୍ୟରେ କଟକଣା ଲାଗି ସାରିଛି । ଅନେକ ରାଜ୍ୟ ସମ୍ପୂର୍ଣ୍ଣ ଲକଡାଉନ ନେଇ କେନ୍ଦ୍ର ସରକାରଙ୍କୁ ଦାବି କରୁଛନ୍ତି ।

ଏହାରି ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଜ୍ୟ ଓ ଜିଲ୍ଲାସ୍ତରରେ କରୋନା ସମୀକ୍ଷା କରୁଛନ୍ତି । ସମୀକ୍ଷା ପରେ ପ୍ରଧାନମନ୍ତ୍ରୀ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି ବୋଲି ଆଶଙ୍କା କରାଯାଉଛି । ସମୀକ୍ଷାରେ ଟିକାକରଣକୁ ଗୁରୁତ୍ୱ ଦେଉଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.