fbpx

Video: କ’ଣ ପୁଣି ମାଆ ହେବେ ନେହା ଧୁପିଆ, ଭିଡିଓ ଦେଖି ଫ୍ୟାନ୍ସ କରୁଛନ୍ତି ପ୍ରେଗ୍ନେସିର ଚର୍ଚ୍ଚା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ନେହା ଧୁପିଆ ପ୍ରାୟତଃ ଖବରର ହେଡ ଲାଇନରେ ରହି ଥାଆନ୍ତି। ନେହା ଅନେକ ଚଳଚ୍ଚିତ୍ରରେ ଭଲ ଅଭିନୟ କରିଛନ୍ତି ମଧ୍ୟ। ଅଭିନେତ୍ରୀ ଆଜିକାଲି ଚଳଚ୍ଚିତ୍ରଠାରୁ ଦୂରରେ ଅଛନ୍ତି, କିନ୍ତୁ ବ୍ୟକ୍ତିଗତ ଜୀବନ ହେତୁ ସେ ଗଣମାଧ୍ୟମରେ ଚର୍ଚ୍ଚାରେ ରହିଛନ୍ତି।

ନିକଟରେ ନେହା ତାଙ୍କ ସ୍ୱାମୀ ଅଙ୍ଗଦଙ୍କ ସହ ଏକ ଇଭେଣ୍ଟରେ ନଜର ଆସିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ଭାଇରାଲ ହେବା ଦେଖି ପ୍ରଶଂସକମାନେ ଅନୁମାନ କରୁଛନ୍ତି ଯେ, ଅଭିନେତ୍ରୀ ତୃତୀୟ ଥର ପାଇଁ ମା ହେବାକୁ ଯାଉଛନ୍ତି।

ଭିଡିଓରେ ଦେଖାଯାଉଛି ଯେ, ନେହା ଏକ ଗଭୀର ବେକ ସବୁଜ ଗାଉନ୍ ପିନ୍ଧି ଇଭେଣ୍ଟରେ ପହଞ୍ଚିଛନ୍ତି। ଯେଉଁଠାରେ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀ କଳା କୁର୍ତ୍ତା ଏବଂ ଧୋତା ପିନ୍ଧିଥିବାର ନଜର ଆସିଛନ୍ତି। ଏହି ସମୟରେ, ପ୍ରଶଂସକମାନେ ଭିଡିଓରେ ତାଙ୍କ ବେବି ବମ ଲକ୍ଷ୍ୟ କରିଛନ୍ତି, ଯାହା ପରେ ତାଙ୍କ ଗର୍ଭଧାରଣର ଗୁଜବ ପୁଣି ଥରେ ଚର୍ଚ୍ଚାର ବିଷୟ ପାଲଟିଛି।

 

View this post on Instagram

 

A post shared by Voompla (@voompla)

ନେହା ପ୍ରଥମେ ତାଙ୍କ ସ୍ୱାମୀ ଅଙ୍ଗଦ ବେଦୀଙ୍କ ସହ ପଞ୍ଜାବୀ ଫିଲ୍ମ ‘ରେଞ୍ଜେଲ’ରେ ନଜର ଆସିଥିଲେ। ଏହା ୨୦୧୪ ରେ ମୁକ୍ତିଲାଭ କରିଥିଲା। ଏହି ଅଭିନେତ୍ରୀଙ୍କୁ ଶେଷ ଥର ପାଇଁ ‘A thursday’ରେ ଦେଖିବାକୁ ମିଳିଥିଲା। ତାଙ୍କ ଚଳଚ୍ଚିତ୍ର OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିଥିଲା। ତାଙ୍କ ବ୍ୟତୀତ ୟାମି ଗୌତମ ଏବଂ ଅଭିନେତା ଅତୁଲ କୁଲକର୍ଣ୍ଣି ମଧ୍ୟ ଏହି ଫିଲ୍ମରେ ନଜର ଆସିଥିଲେ।

Get real time updates directly on you device, subscribe now.