fbpx

ଚିନ୍ତନ ଶିବିରରେ ସୋନିଆଙ୍କ ଆଗରେ ଉଠିଲା ଦାବି, କ’ଣ ପ୍ରିୟଙ୍କା ଗାନ୍ଧୀ ହେବେ କଂଗ୍ରେସ ଅଧ୍ୟକ୍ଷ?

ଉଦୟପୁର: ୨୦୨୪ ସାଧାରଣ ନିର୍ବାଚନ ପୁର୍ବରୁ କଂଗ୍ରେସର ଉତ୍ଥାନ ପାଇଁ ରାଜସ୍ଥାନର ଉଦୟପୁରରେ କଂଗ୍ରେସର ଚିନ୍ତନ ଶିବିରରେ ଚାଲିଛି ମାନସ ମନ୍ଥନ । ଏହି ବୈଠକରେ ଶନିବାର ପ୍ରିୟଙ୍କା ଗାନ୍ଧୀଙ୍କ ଉପସ୍ଥିତିରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମ ତାଙ୍କୁ ଦଳର ଅଧ୍ୟକ୍ଷ କରିବାକୁ ଦାବି କରିଥିଲେ । ତେବେ ଏହି ବିଷୟ ଉପରେ ଦୁହିଁଙ୍କର କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ତେବେ ଏହି ଦାବି ଉଠିବା ସମୟରେ ସେଠାରେ ରାହୁଲ ଗାନ୍ଧି ଉପସ୍ଥିତ ନଥିଲେ ।

ଏହି ସମୟରେ ଆଚାର୍ଯ୍ୟ କହିଥିଲେ ଯେ, ଗତ ଦୁଇ ବର୍ଷ ଧରି ରାହୁଲ ଗାନ୍ଧିଙ୍କୁ ମନାଇବାକୁ ଚେଷ୍ଟା ଚାଲିଛି । ତେବେ ସେ ଏଥି ପାଇଁ ପ୍ରସ୍ତୁତ ଅଛନ୍ତି କି ନାହିଁ ସେ ପ୍ରଶ୍ନ କରିଥିଲେ । ଏହା ପରେ ସେ କହିଥିଲେ ଯେ ପ୍ରୟଙ୍କା ଗାନ୍ଧିଙ୍କୁ ଦଳର ମୁଖ୍ୟ କରାଯାଉ । କାରଣ ସେ ପୂରା ଭାରତରେ ସବୁଠୁ ଲୋକପ୍ରିୟ ଚେହେରା ଅଟନ୍ତି ।

ପ୍ରିୟଙ୍କା ଗାନ୍ଧୀଙ୍କୁ ଅଧ୍ୟକ୍ଷ କରିବା କଥା କହିବା ସମୟରେ ଆଚାର୍ଯ୍ୟ ପ୍ରମୋଦ କୃଷ୍ଣମଙ୍କୁ ମଲ୍ଲିକାର୍ଜୁନ ଖଡଗେ ରୋକିବାକୁ ଚେଷ୍ଟା କରିଥିଲେ । କିନ୍ତୁ ସେ ଓଲଟା ଖଡଗେଙ୍କୁ ଜବବା ଦେଇଥିଲେ । ସେଠାରେ ଉପସ୍ଥିତ ଥିବା ଦୀପେନ୍ଦ୍ର ହୁଡା ମଧ୍ୟ କହିଥିଲ ଯେ ପ୍ରିୟଙ୍କାଙ୍କୁ ରାଷ୍ଟ୍ରିୟ ସ୍ଥରକୁ ଆଣିବା ଆବଶ୍ୟକ । ଅନ୍ୟମାନଙ୍କ ମଧ୍ୟରେ ରଂଜିତ ରଞ୍ଜନ ମଧ୍ୟ ହଁ ଭରିଥିଲେ ଏବଂ କହିଥିଲେ ଯେ, ପ୍ରିୟଙ୍କାଙ୍କୁ ଗୋଟିଏ ପ୍ରଦେଶରେ ସିମିତ ରଖିବା ଠିକ୍ ନୁହେଁ ।

ତେବେ ଏହି ବୈଠକରେ ରାଜସ୍ଥାନର ପୁର୍ବ ମନ୍ତ୍ରୀ କହିଥିଲ ଯେ ଯଦି ଆମେ ଶୀଘ୍ର ନ ସୁଧରନ୍ତି, ତେବେ ଶେଷ ହୋଇଯିବା । ସେହିଭଳି ଗୁଜରାଟ ମୁଖ୍ୟ କହିଥିଲେ ଯେ, ଆମେ ଯଦି ହିମାଚଳ ଏବଂ ଗୁଜରାଟ ନିର୍ବାଚନ ନଜିତନ୍ତି ତେବେ ୨୦୨୪ କଥା ଭୁଲିଯାଅ ।

Get real time updates directly on you device, subscribe now.