fbpx

ଏହି ଆସନରୁ ନିର୍ବାଚନ ଲଢିବେ ରାହୁଲ ଗାନ୍ଧୀ? ମେ’ ୧ରେ ନାମାଙ୍କନ ଦାଖଲ କରିପାରନ୍ତି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନ ଆରମ୍ଭ ହୋଇସାରିଛି । ପ୍ରତ୍ୟେକ ରାଜ୍ୟ ଏବଂ ନିର୍ବାଚନ ମଣ୍ଡଳୀରେ ଏବେ କମ୍ପୁଛି ରାଜନୀତି ମଇଦାନ । ତେବେ ଏହା ଭିତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେଉଁଠୁ ଲଢିବେ, ସେ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । କୁହାଯାଉଛି ଏଥର ଆମେଠିରୁ ନିର୍ବାଚନ ଲଢିପାରନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏପ୍ରିଲ ୨୭ ତାରିଖ ସେ ଆମେଠି ଯାଇପାରନ୍ତି ବୋଲି ମଧ୍ୟ ଶୁଣିବାକୁ ମିଳିଛି । ଏହାପରେ ମେ’ ୧ ତାରିଖରେ ରାହୁଲ ନାମାଙ୍କନ ପତ୍ର ଦାଖଲ କରିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

ସୂଚନା ଅନୁସାରେ, ୱାୟନାଡରେ ହେବାକୁ ଥିବା ମତଦାନ ପରେ ରାହୁଲ ଆମେଠି ଯାତ୍ରା କରିବା ସହ ନିର୍ବାଚନ ଲଢିବା ନେଇ ସ୍ପଷ୍ଟ ହୋଇପାରିବ । ତେବେ ବର୍ତ୍ତମାନ ସୁଦ୍ଧା ରାହୁଲ ନିର୍ବାଚନ ମଣ୍ଡଳୀ ଉପରେ କୌଣସି ସ୍ପଷ୍ଟ ସୂଚନା ମିଳି ପାରି ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ କିମ୍ବା ଦଳର କୌଣସି ସଦସ୍ୟ ଏ ସମ୍ପର୍କରେ ବୟାନ ଦେଇନାହାନ୍ତି ।

Get real time updates directly on you device, subscribe now.