fbpx

ଜଙ୍ଗଲରେ ସୁରକ୍ଷାକର୍ମୀ- ମାଓବାଦୀ ଗୁଳି ବିନିମୟ, ଏନକାଉଣ୍ଟରରେ ୨ ମାଓବାଦୀ ନିହତ

ବୌଦ୍ଧ: ଦିନକୁ ଦିନ ମାଓବାଦୀଙ୍କ ଉପଦ୍ରବ ବୃଦ୍ଧି ପାଉଥିବା ବେଳେ ଏହା ସାଧାରଣ ଜନତା ଏବଂ ପୋଲିସ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏଥିମଧ୍ୟର ବୌଦ୍ଧ କଣ୍ଟାମାଳ ଥାନା ପଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଏନକାଉଣ୍ଟରରେ ୨ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଭୋର ସମୟରେ କମ୍ବିଂ ଅପରେସନ ବେଳେ ସୁରକ୍ଷାକର୍ମୀ ଏବଂ ମାଓବାଦୀଙ୍କ ମଧ୍ୟରେ ୨ ଘଣ୍ଟା କାଳ ଗୁଳିବିନିମୟ ହୋଇଥିଲା । ଏଥିରେ ସୁରକ୍ଷାକର୍ମୀମାନେ ୨ ମାଓବାଦୀଙ୍କୁ ଏନକାଉଣ୍ଟର କରିଥିଲେ । ବର୍ତ୍ତମାନ ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି । ଗ୍ରୋନେଡ ଓ ବିପୁଳ ଅସ୍ତ୍ରଶସ୍ତ୍ର ସହ ମାଓ ସାମଗ୍ରୀ ଜବତ କରାଯାଇଛି । ଅପରପକ୍ଷରେ ଜଙ୍ଗଲରେ ୪୦ରୁ ୫୦ ଜଣ ମାଓବାଦୀ ଲୁଚି ରହିଥିବା ସନ୍ଦେହ କରାଯାଉଛି । ତେଣୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଜାରି ରହିଛି ।

Get real time updates directly on you device, subscribe now.