fbpx

ପୁଣି ମହାକାଶକୁ ଯାତ୍ରା କରିବେ ନାସାର ମହାକାଶଚାରୀ ସୁନିତା ୱିଲିୟମ୍ସ, ୩ୟ ସ୍ପେସ୍ ମିଶନ ପାଇଁ ନେଉଛନ୍ତି ତାଲିମ

ଫ୍ଲୋରିଡା: ନାସାର ବରିଷ୍ଠ ମହାକାଶଚାରୀ ସୁନିତା ୱିଲିୟମ୍‌ସ ପୁଣି ମହାକାଶକୁ ଯାତ୍ରା କରିବେ । ଏଥିପାଇଁ ସେ ବର୍ତ୍ତମାନ ତାଲିମ ନେଉଛନ୍ତି । ଆସନ୍ତା ମେ‘ ୬ରେ ଭାରତୀୟ ବଂଶୋଦ୍ଭବ ୫୯ ବର୍ଷୀୟା ସୁନିତା ମହାକାଶ ଯାତ୍ରା କରିବେ । ଏହା ତାଙ୍କର ତୃତୀୟ ମହାକାଶକ ଯାତ୍ରା ହେବ । ଏନେଇ ଆମେରିକୀୟ ମହାକାଶ ସଂସ୍ଥା ପକ୍ଷରୁ ସୂଚନା ଦିଆଯାଇଛି । ୨୦୦୬ ଡିସେମ୍ବର ୯ରେ ସୁନିତା ‘ଡିସ୍‌କଭରୀ’ ମହାକାଶ ଯାନରେ ପ୍ରଥମ ଥର ମହାକାଶ ଯାତ୍ରା କରିଥିଲେ ।

ଆମେରିକୀୟ ମହାକାଶ ସଂସ୍ଥା ଦ୍ୱାରା ଜାରି କରାଯାଇଥିବା ଏକ ବିବୃତ୍ତିରୁ ପ୍ରକାଶ, ‘ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ ପାଇଁ ସଂସ୍ଥାର ବୋଇଂ କ୍ରୁ ଫ୍ଲାଇଟ୍ ପରୀକ୍ଷଣ ପାଇଁ ଗୁରୁବାର ନାସା ୨ଟି ମିଡିଆ କାର୍ଯ୍ୟକ୍ରମର ଆୟୋଜନ କରିବ । ମେ ୬ ରାତି ୧୦ଟା ୩୪ରେ ଏହି ମିଶନ ଫ୍ଲୋରିଡ଼ାର Cape Canaveral Space Force Stationର ସ୍ପେସ୍ ଲଞ୍ଚ୍ କମ୍ପେ୍ଲକ୍ସ -୪୧ରୁ ଲଞ୍ଚ୍ ହେବ । ଏହି ମିଶନରେ ସୁନିତାଙ୍କ ସହ ନାସାର ମହାକାଶଚାରୀ ବୁଚ୍ ୱିଲମୋରଙ୍କ ସହ ବୋଇଂର ଷ୍ଟାରଲାଇନ୍ ମହାକାଶ ଯାନରେ ଉଡ଼ାଣ ଭରିବେ । ଇଣ୍ଟରନ୍ୟାସନାଲ ସ୍ପେସ୍‌ ସେଣ୍ଟର (ଆଇଏସଏସ) ହେଉଛି ସେମାନଙ୍କ ଗନ୍ତବ୍ୟସ୍ଥଳୀ । ସେଠାରେ ଗୋଟିଏ ସପ୍ତାହ ପର୍ଯ୍ୟନ୍ତ ଅବସ୍ଥାନ କରିବେ । ’ ୨୦୧୨ ଜୁଲାଇ ୧୫ରେ ସୁନିତା କାଜାଖ୍‌ସ୍ତାନର ବୈକାନୁର କସ୍‌ମୋଡ୍ରମରୁ ସୋୟୁଜ-୦୫ଏମ ରକେଟ ଜରିଆରେ ଦ୍ଵିତୀୟ ଥର ମହାକାଶ ଯାତ୍ରା କରିଥିଲେ ।

Get real time updates directly on you device, subscribe now.