(Video): STREE 2 Trailer Release Date: ପୁଣି ଡରାଇବ ! ଏହି ଦିନ ରିଲିଜ ହେଉଛି ସ୍ତ୍ରୀ -୨ ଟ୍ରେଲର….

ପୁଣି ଡରାଇବ ! ଏହି ଦିନ ରିଲିଜ ହେଉଛି ସ୍ତ୍ରୀ -୨ ଟ୍ରେଲର….
ଓଡିଶା ଭାସ୍କର: ବଲିଉଡର ଏକ ରିପୋର୍ଟ ଅନୁସାରେ, ରାଜକୁମାର ରାଓ ଓ ଶ୍ରଦ୍ଧା କପୂରଙ୍କ ସିନେମା ‘ସ୍ତ୍ରୀ-୨’ ର ଟ୍ରେଲର ଆସନ୍ତା ଜୁଲାଇ ୧୮ ରେ ରିଲିଜ କରାଯିବ । ଏହାର ଟିଜର ରିଲିଜ ହୋଇ ସାରିଛି । ମାତ୍ର ଏଥିରେ ସିନେମା ବାବଦରେ ବେଶୀ କିଛି ଜଣାଇ ଦିଆଯାଇ ନାହିଁ । ଟ୍ରେଲର ଆସିବା ପରେ ସିନେମାର କାହାଣୀ ଓ ଅନ୍ୟ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବରେ ଜାଣି ହେବ ବୋଲି ଆଶା କରାଯାଉଛି । ଏହାର ଟ୍ରେଲର ଭିକି କୌଶଲ, ତୃପ୍ତି ଡିମରୀ ଓ ଏମି ୱର୍କଙ୍କ ସିନେମା ‘ବେଡ ନ୍ୟୁଜ’ ର ଥିଏଟ୍ରିକାଲ ରିଲିଜ ସମୟରେ ଜାରି କରାଯିବ ।

‘ସ୍ତ୍ରୀ-୨’ ର ଟିଜର ୨୫ ଜୁନରେ ରିଲିଜ କରାଯାଇଥିଲା । ରାଜକୁମାର ରାଓ ନିଜର ଇନଷ୍ଟାଗ୍ରାମରେ ଏହାକୁ ପୋଷ୍ଟ ମଧ୍ୟ କରିଥିଲେ । ୧୫ ଅଗଷ୍ଟରେ ଏହି ସିନେମା ହଲକୁ ଆସି ଭୟଭୀତ କରିବ । ଟିଜରରେ ସମସ୍ତେ ଚାରଚାନ୍ଦ ଲଗାଇ ଦେଇଥିଲେ । ସିନେମାକୁ ନେଇ ଦର୍ଶକେ ମଧ୍ୟ ବେଶ୍ ଉତ୍ସାହିତ ଅଛନ୍ତି । ଏଥିରେ ରାଜକୁମାର, ଶ୍ରଦ୍ଧା ଓ ତମନ୍ନାଙ୍କ ଦମଦାର ଅଭିନୟ ରହିଥିବାର ଅନୁମାନ କରାଯାଉଛି ଟିଜରକୁ ଦେଖି । ତାହାସହ ସିନେମାରେ ଜୀବନ୍ତ ଅଭିନୟ କରୁଥିବା ପଙ୍କଜ ତ୍ରିପାଠୀ, ଅପାରଶକ୍ତି ଖୁରାନା ଓ ଅଭିଷେକ ବାନାର୍ଜୀଙ୍କ ଭଳି କଳାକାର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସୁଛନ୍ତି । ଏହି ହରର କମେଡି ସିନେମା ଚଳିତ ସ୍ୱାଧୀନତା ଦିବସରେ ଲୋକଙ୍କୁ ଡରାଇବା ପାଇଁ ପ୍ରସ୍ତୁତ ହେଉଛି ।

 

View this post on Instagram

 

A post shared by Maddock Films (@maddockfilms)

Get real time updates directly on you device, subscribe now.