fbpx
BJD SKY
BJD SKY

ବଦଳିବ କି ଖରାଛୁଟି ନିଷ୍ପତ୍ତି? ଜାଣନ୍ତୁ କ’ଣ ପ୍ରତିକ୍ରିୟା ରଖିଲେ ଗଣଶିକ୍ଷା ମନ୍ତ୍ରୀ

BJD

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କରୋନା ପାଇଁ ପାଠପଢ଼ା ପ୍ରଭାବିତ ହୋଇଥିବା ବେଳେ ଚଳିତବର୍ଷ ସ୍କୁଲ, କଲେଜ ପାଇଁ ଅଳ୍ପଦିନ ଖରାଛୁଟି ଘୋଷଣା ହୋଇଛି । ଉଚ୍ଚ ଶିକ୍ଷା ବିଭାଗ ଜୁନ ୧ ରୁ ୧୬ ପର୍ଯ୍ୟନ୍ତ ଖରା ଛୁଟି ଘୋଷଣା କରିଛି । ଏହା ସହ ସ୍କୁଲ ଓ ଗଣଶିକ୍ଷା ବିଭାଗ ୬ ରୁ ୧୬ ତାରିଖ ଦିନ ଧାର୍ଯ୍ୟ କରିଛି । ଖରାଛୁଟିକୁ ନେଇ ପିଲାମାନେ ଅସନ୍ତୋଷ ପ୍ରକାଶ କରିଥିବା ବେଳେ ଆଗକୁ ଏହି ନିଷ୍ପତ୍ତି ବଦଳିବ କି ବୋଲି ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କିମାରୁଛି ।

ଅନ୍ୟପଟେ ଖରାଛୁଟିକୁ ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଜୁନ୍ ବଦଳରେ ମେ’ରେ ଖରାଛୁଟି ପାଇଁ ଅନେକ ପ୍ରସ୍ତାବ ଆସିଲାଣି । ପରିସ୍ଥିତି ଯଦି ସେମିତି ଆସେ ସେନେଇ ବିଭାଗ ବିଚାର କରିବ । ଆଗକୁ ଖରା ବଢିଲେ ପରିସ୍ଥିତି ଦେଖି ବିଭାଗ ଚିନ୍ତା କରି ନିଷ୍ପତ୍ତି ନେବ । କିନ୍ତୁ ଏବେ ସେନେଇ କୌଣସି ନିଷ୍ପତ୍ତି ହୋଇନି ବୋଲି କହିଛନ୍ତି ମନ୍ତ୍ରୀ ସମୀର ଦାଶ ।

ବର୍ତ୍ତମାନ କରୋନା ପ୍ରଭାବ ନାହିଁ, ଫଳରେ ଦଶମ ଓ ଦ୍ୱାଦଶ ପରୀକ୍ଷାରେ ଅସୁବିଧା ହେବନି । ଏସପ୍ତାହରେ ସ୍ୱତନ୍ତ୍ର ପୁସ୍ତିକା ମିଳିବ । ଏଥିରେ ୨ ବର୍ଷର ପୁରୁଣା ପାଠ ରହିବ । ମେ’ରେ ନୂଆ ଶିକ୍ଷା ବର୍ଷରୁ ରେଗୁଲାର କୋର୍ସ ସହ ଏହାକୁ ପଢ଼ାଯିବ । ପୂରା ସେସନରେ ଏହା ପଢ଼ାଯିବ । ପିଲାଙ୍କ ପାଠପଢ଼ା କ୍ଷତି ଭରଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

 

Get real time updates directly on you device, subscribe now.