fbpx

(Video) ବିନା ନିମନ୍ତ୍ରଣରେ ବିବାହ ଭୋଜି ଖାଇଲେ ହେବ ଜେଲ? ଜାଣନ୍ତୁ କ’ଣ କହୁଛି ନିୟମ କାନୁନ

ନୂଆଦିଲ୍ଲୀ: ଜାନୁୟାରୀ ୧୫ ତାରିଖରୁ ଶେଷ ହୋଇଛି ଖର ମାସ । ଏହାସହିତ ବର୍ତ୍ତମାନ ବିଭିନ୍ନ ଶୁଭ କାର୍ଯ୍ୟ ଆରମ୍ଭ ହୋଇଯାଇଛି । ଅନେକ ଦିନରୁ ବିବାହ ଆଦି କାର୍ଯ୍ୟ ପାଇଁ ପ୍ରସ୍ତୁତିକୁ ନେଇ ବ୍ୟସ୍ତ ରହୁଥିବା ବେଳେ ଏବେ ଏଥିପାଇଁ ଉଚିତ ମୁହୂର୍ତ୍ତ ଆସି ପହଞ୍ଚିଛି । ତେବେ ବିବାହ ଉତ୍ସବରେ ଖାଦ୍ୟ ବା ଏହାର ଭୋଜିକୁ ଅନେକ ଲୋକ ଅପେକ୍ଷା କରି ରହିଛନ୍ତି । ବାହାଘରରେ ଅନେକ ଲୋକଙ୍କୁ ନିମନ୍ତ୍ରଣ କରାଯାଏ, କିନ୍ତୁ ଅନେକ ସମୟରେ କିଛି ଲୋକ ବିନା ନିମନ୍ତ୍ରଣରେ ହିଁ କେବଳ ଭୋଜି ଖାଇବା ପାଇଁ ବିବାହ ଭୋଜିରେ ଆସି ଯାଆନ୍ତି । ତେବେ ଏଭଳି ଲୋକଙ୍କ ପାଇଁ ଆମ ଭାରତୀୟ ଆଇନରେ କ’ଣ ନିୟମ ରହିଛି ଆସନ୍ତୁ ଜାଣିବା…

ଆଜିକାଲି ବିନା ନିମନ୍ତ୍ରଣରେ ବିବାହ ଭୋଜିରେ ଖାଇବାକୁ ଆସୁଥିବା ଲୋକଙ୍କ ସଂଖ୍ୟା କମ୍ ନୁହେଁ । ବିବାହରେ ହୋଇଥିବା ଖାଦ୍ୟ ଇତ୍ୟାଦିର ସ୍ୱାଦ ପାଇବା ପାଇଁ ସେମାନେଙ୍କର ବିନା ନିମନ୍ତ୍ରଣରେ ସେଠାରେ ପହଞ୍ଚି ଯାଆନ୍ତି । ତେବେ ଏଭଳି ବିନା ନିମନ୍ତ୍ରଣରେ ବିବାହ ଭୋଜିରେ ପଶି ଖାଇବା ଜଣେ ବ୍ୟକ୍ତିଙ୍କୁ ଦୁଇରୁ ସାତ ବର୍ଷ ପର୍ୟ୍ୟନ୍ତ ଜେଲରେ ରଖିପାରେ? ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ଆଡଭୋକେଟ୍ ଉଜ୍ଜ୍ୱଳ ତ୍ୟାଗୀ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି। ସେ କହିଛନ୍ତି ଯେ, ନିମନ୍ତ୍ରଣ ବିନା ବିବାହରେ ଖାଇବାକୁ ଯାଉଥିବା ଲୋକମାନଙ୍କର ଏହି କାଣ୍ଡ ଅପରାଧରେ ଗଣାଯାଇପାରେ । ତେବେ ଏହି ସମୟରେ ସେମାନେ ଧରା ପଡ଼ିଲେ, ସେମାନଙ୍କୁ ଧାରା ୪୪୨ ଏବଂ ୪୫୨ ଅନୁଯାୟୀ ଦୁଇରୁ ସାତ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡ ହୋଇପାରେ ।

ସେ କହିଛନ୍ତି ଯେ, ନିମନ୍ତ୍ରଣ ବିନା ବିବାହକୁ ଯିବା ଏକ ଅପରାଧିକ ମାମଲା। ଏଭଳି ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଏହି ଦୁଇଟି ବିଭାଗ ଅଧୀନରେ ଦଣ୍ଡ ଦିଆଯାଇପାରେ । ତେବେ ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ୟୁଜର ଏହି ଉତ୍ତରକୁ ନେଇ ଅଶ୍ଚର୍ଯ୍ୟ ବୋ ସହ କିଛି ଲୋକ ଏହାକୁ ନେଇ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି ।

Get real time updates directly on you device, subscribe now.