fbpx

ଏହି ରାଜ୍ୟରେ ଶସ୍ତା ହେଲା ମଦ, ଲାଗୁ ହେଲା ନୂଆ ନିୟମ: ପେଟ୍ରୋଲ୍ ପମ୍ପ ଓ ବିଭାଗୀୟ ଷ୍ଟୋରମାନଙ୍କରେ ହେବ ବିକ୍ରି

ଶିମଲା: ହିମାଚଳ ପ୍ରଦେଶ ମୁଖ୍ରମନ୍ତ୍ରୀ ଜୟରାମ ଠାକୁର ଏକ ନୂଆ ନିୟମ ପ୍ରଣୟନ କରିଛନ୍ତି । ରାଜ୍ୟରେ ଏଣିକି ମଦ ଶସ୍ତା ହେବାକୁ ଯାଉଛି । ଏହି ନିୟମ ଲାଗୁ ହେବା ନେଇ କ୍ୟାବିନେଟ ମଞ୍ଜୁରୀ ମିଳିସାରିଛି । ଏହି ନିୟମ ସମସ୍ତ ଗ୍ରାହକ, ଖୁଚୁରା ବ୍ୟବସାୟୀ, ହୋଟେଲ ବାର ପାଇଁ ଲାଗୁ ହେବ । ଏଣିକି ପ୍ରତ୍ୟେକ ପେଟ୍ରୋଲ ପମ୍ପ ଓ ବିଭାଗୀୟ ଷ୍ଟୋରମାନଙ୍କରେ ମଦ ବିକ୍ରି ଆରମ୍ଭ ହେବ ।

ରାଜ୍ୟରେ ବଢ଼ି ଚାଲିଥିବା ଚୋରା ମଦ ଚାଲାଣକୁ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଉଛି । ଏହି ନୂଆ ନୀତି ଲାଗୁ ହେବା ଦ୍ୱାରା ଭାରତରେ ନିର୍ମିତ ହେଉଥିବା ବିଦେଶୀ ମଦର ମୂଲ୍ୟ ହ୍ରାସ ପାଇବ । ବୈଠକରେ ୨୦୨୧-୨୨ ଆର୍ଥିକ ବର୍ଷର ଅବକାରୀ ନୀତିକି ମଞ୍ଜୁରୀ ପ୍ରଦାନ କରାଯିବା ସହ ୧୮୨୯ କୋଟି ଟଙ୍କାର ରାଜସ୍ୱ ବୃଦ୍ଧି ନେଇ ଲକ୍ଷ୍ୟ ରଖାଯାଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.