fbpx

ସମାନ ଗୋତ୍ରରେ ବିବାହ କଲେ ଦେଖାଦିଏ ଏହି ସବୁ ସମସ୍ୟା: ଜାଣନ୍ତୁ କଣ କହୁଛି ବିଜ୍ଞାନ

ନୂଆଦିଲ୍ଲୀ: ହିନ୍ଦୁ ଧର୍ମ ଶାସ୍ତ୍ରରେ ଗୋତ୍ରର ବହୁତ ବଡ ମହତ୍ତ୍ବ ରହିଛି। ସେଭଳି ପୂଜାପାଠ ଓ ବିବାହ ସମୟରେ ଗୋତ୍ରର ସୂଚନା ହେବା ଖୁବ୍ ଜରୁରୀ ବୋଲି ମନେକରାଯାଏ। ହିନ୍ଦୁ ଧର୍ମ ଅନୁସାରେ ଯଦି କେହି ବିବାହ କରୁଛନ୍ତି, ତେ​‌ବେ ଗୋତ୍ର ନଜାଣି ବିବାହ କରିବା ଠିକ୍ ନୁହେଁ। ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅଙ୍କର ହୋଇଯାଇଥାନ୍ତି ତେବେ ବିବାହ ହୋଇନଥାଏ। ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ କାହିଁକି ଆମ ସମାଜରେ ଗୋଟିଏ ଗୋତ୍ରାରେ ବିବାହ କରିବାକୁ ଦିଆଯାଇନଥାଏ? ଏହା ପଛର କାରଣ ଜାଣି ରଖନ୍ତୁ…

-ହିନ୍ଦୁ ଧର୍ମରେ ଯଦି ଗୋଟିଏ ଗୋତ୍ରର ପୁଅ ଏବଂ ଝିଅ ହୋଇଥାନ୍ତି ତାଙ୍କର ବିବାହ କରାଯାଏ ନାହଁ। କାରଣ ଗୋଟିଏ ଗୋତ୍ରର ଲୋକ ଭାଇ-ଭଉଣୀ ବୋଲି ମନେକରାଯାଏ, ତେଣୁ ସେମାନେ ସ୍ବାମୀ-ସ୍ତ୍ରୀ ହୋଇପାରିବେ ନାହିଁ।

-ସେଭଳି ଗୋଟିଏ ଗୋତ୍ରରେ ବିବାହ ନକରିବାର ଆଉ ଏକ କାରଣ ରହିଛି। ତାହା ହେଲା ସନ୍ତାନ ଜନ୍ମ ହେବା ବେଳେ ବିଭିନ୍ନ ପ୍ରକାର ବିକୃତି ଆସିଥାଏ। ତେଣୁ ଗୋଟିଏ ଗୋତ୍ରରେ ବିବାହ ସମ୍ଭବ ନୁହେଁ।

-ହିନ୍ଦୁ ଧର୍ମରେ ଯେତେବେଳେ ପୁଅ-ଝିଅଙ୍କର ବିବାହ କରାଯାଏ ତେବେ ଜଣେ ନୁହେଁ ବଂର ୩ଟି ଗୋତ୍ରକୁ ଛାଡିକି ବିବାହ କରାଯାଏ। ମା-ବାପା ଓ ଆଈର ଗୋତ୍ରକୁ ଛାଡିବା ପରେ ଯେଉଁ ଗୋତ୍ର ମିଳେ ସେଥିରେ ବିବାହ କରାଯାଇଥାଏ।ଏହି ୩ଟି ଗୋତ୍ରରେ ବିବାହ କରିବା ଠିକ୍ ନୁହେଁ।

-ସେଭଳି ମାନ୍ୟତା ରହିଛି ଯେ, କୌଣସି ନିକଟତମ ସମ୍ପର୍କୀୟଙ୍କୁ ବିବାହ କରିବା ଫଳରେ ପିଲା ଭିତରେ ଯେଉଁ ଜିନ୍ ହୁଏ ସେଥିରେ କିଛି ଦୋଷ ରହିଯାଏ। ଯାହାଫଳରେ ପିଲାମାନଙ୍କର ବିକାଶ ଠିକ୍ ଭାବରେ ହୋଇପାରିନଥାଏ।

Get real time updates directly on you device, subscribe now.