fbpx

ଟ୍ୱିଟର ପରେ ଡାଉନ ହେଲା ଫେସବୁକ୍ ଆଉ ଇନଷ୍ଟାଗ୍ରାମ; ୟୁଜର୍ସମାନେ ହନ୍ତସନ୍ତ

ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ପ୍ଲାଟଫର୍ମ ଟ୍ୱିଟର ପରେ ବର୍ତ୍ତମାନ ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ମଧ୍ୟ ଡାଉନ୍ ହୋଇଛି । ଫଳରେ ୟୁଜର୍ସମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ୱିଟର, ଫେସବୁକ ଏବଂ ଇନଷ୍ଟାଗ୍ରାମରେ ବିଶ୍ୱରେ ହଜାର ହଜାର ବ୍ୟବହାରକାରୀଙ୍କ ପାଇଁ ଡାଉନ୍ ହୋଇଥିବା ଜଣାପଡିଛି । ଯାହାଫଳରେ ଆମେରିକାର ଉପଭୋକ୍ତାମାନେ ଅଧିକ ପ୍ରଭାବିତ ହୋଇଛନ୍ତି । ସମସ୍ତ ତିନୋଟି ପ୍ଲାଟଫର୍ମର ଉପଯୋଗକର୍ତ୍ତାମାନେ ଏନେଇ ରିପୋର୍ଟ କରିଛନ୍ତି । ଅନେକ ଟ୍ୱିଟର ବ୍ୟବହାରକାରୀ ରିପୋର୍ଟ କରିଛନ୍ତି ଯେ ସେମାନେ ନୂତନ ଟ୍ୱିଟ୍ ପୋଷ୍ଟ କରିବାରେ ଅସମର୍ଥ ହୋଇଛନ୍ତି ।

ଫସେବୁକ, ଇନଷ୍ଟାଗ୍ରାମ ଏବଂ ଟ୍ୱିଟର ଡାଉନ୍: ରିପୋର୍ଟରେ ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଦୁଇଟି ମେଟା ପ୍ଲାଟଫର୍ମ – ଟ୍ୱିଟର ଏବଂ ଫେସବୁକ୍ ଡାଇନ୍ ଥ୍ୱା ଦେଖାଇଛନ୍ତି । ଏଥିପାଇଁ ୟୁଜର୍ ଗ୍ଲିଚ୍ ମଧ୍ୟ ଏକ ସ୍ପାଇକ୍ ଦେଖାଇଛି । ଯେଉଁଥିରେ ୧୨,୦୦୦ ରୁ ଅଧିକ ଫେସବୁକ ବ୍ୟବହାରକାରୀ ଫେସବୁକ୍ ଡାଇନ୍ ଥିବା ସୂଚନା ଦେଇଛନ୍ତି । ଏଥିସହିତ ଫେସବୁକ୍ ମେସେଞ୍ଜର ମଧ୍ୟ ଚାଲୁ ନଥିବା ରିପୋର୍ଟ ଆସିଛି ।

ସେହପରି ପ୍ରାୟ ୭,୦୦୦ରୁ ଅଧିକ ଇନଷ୍ଟାଗ୍ରାମୟୁଜର୍ସମାନେ ଇନଷ୍ଟାଗ୍ରାମ ଡାଉନଥିବା ସୂଚନା ଦେଇଛନ୍ତି । ଫଳରେ ଏହା ଉପରେ କାର୍ଯ୍ୟ କରାଯାଉଛି ବୋଲି କମମ୍ପାନୀ ପକ୍ଷରୁ ଯୁଜର୍ସମାନଙ୍କୁ ସୂଚନା ମିଳିଛି । ଏଥିସହିତ କମ୍ପାନୀ ଏହା ମଧ୍ୟ କହିଛି ଯେ ଆପଣଙ୍କ ମଧ୍ୟରୁ କେତେକଙ୍କ ପାଇଁ ଫେସବୁକ ଏବଂ ଇନଷ୍ଟାଗ୍ରାମ ସଠିକ ଭାବରେ କାର୍ଯ୍ୟ କରୁନାହିଁ । ଏହି ଅସୁବିଧା ପାଇଁ ଏମେ ଦୁଃଖିତ । ଏଥିସହିତ ଆମେ ଏହା ବିଷୟରେ ଅବଗତ, ଆମେ ଏହାର ସମାଧାନ ପାଇଁ କାର୍ଯ୍ୟ କରୁଛୁ ।

 

Get real time updates directly on you device, subscribe now.