fbpx

(Video) ଆଶ୍ଚର୍ଯ୍ୟଜନକ! ଆଇସକ୍ରିମ ଭିତରୁ ବାହାରିଲା ମଣିଷର କଟା ଆଙ୍ଗୁଠି, ଏହି ଆପରୁ କରିଥିଲେ ଅର୍ଡର

ମୁମ୍ବାଇ: ଡ୍ରିମ ସିଟି ମୁମ୍ବାଇରୁ ଏକ ଆଶ୍ଚର୍ଯ୍ୟଜନକ ମାମଲା ସାମ୍ନାକୁ ଆସିଛି । ଜଣେ ଡାକ୍ତରଙ୍କୁ ଆଇସକ୍ରିମ ଖାଇବା ବେଳେ ମଣିଷର ଆଙ୍ଗୁଠି ମିଳିଛି । ଏହି ଆଇସକ୍ରିମକୁ ଅନଲାଇନରୁ ଅର୍ଡର କରାଯାଇଥିଲା । ମହିଳା ଡାକ୍ତର ଯେତେବେଳେ ଏହି ଆଇସକ୍ରିମ ଖୋଲିଛନ୍ତି ସେ ଦେଖିବାକୁ ପାଇଲେ ତା ଭିତରେ ଏକ କଟା ଆଙ୍ଗୁଠି । ଯାହାପରେ ସେ ଡରି ଯାଇ ତୁରନ୍ତ ପୋଲିସ ପାଖରେ ମାମଲା ରୁଜ୍ଜୁ କରିଛନ୍ତି ।

ଆଶ୍ଚର୍ଯ୍ୟଜନକ ମାମଲା ହେଉଛି, ଏହା ମୁମ୍ବାଇର ମଲାଡ ଅଞ୍ଚଳର ଅଟେ । ବୁଧବାର ଦିନ ଜଣେ ମହିଳା ଡାକ୍ତର ଆର୍ଲେସ ବ୍ରେଡନ ସେରାଓ ଏକ ନାମୀଦାମି ବ୍ରାଣ୍ଡର କୋନ ଆଇସକ୍ରିମ ଅନଲାଇନରେ ମଗାଇଥିଲେ । ଏହି ଅର୍ଡର ମହିଳା ଏକ ହୋମ ଡେଲିଭରୀ ଆପ Zepto ରେ କରିଥିଲେ । ଡାକ୍ତର ଜଣକ ପ୍ୟାକେଟ ଖୋଲି ଆଇସକ୍ରିମ ଖାଇବା ଆରମ୍ଭ କରିବା ସମୟରେ ସେ ଭିତରେ କିଛି ଦେଖିଥିଲେ, ଯାହାପରେ ସେ ଧ୍ୟାନର ସହ ଦେଖିଲା ପରେ ଜଣାପଡିଥିଲା ଯେ, ତାହା ମଣିଷର କଟା ଆଙ୍ଗୁଠି ।

ଏହାପରେ ସେ ତାଙ୍କ ଭଉଣୀଙ୍କ ସହ ମଲାଡ ପୋଲିସ ଷ୍ଟେସନରେ ଅଭିଯୋଗ ଦାଖଲ କରିଥିଲେ । ଯାହାପରେ ପୋଲିସ ଏହି ମାମଲାରେ ଆକ୍ସନ ନେଇ ଆଇସକ୍ରିମ କମ୍ପାନୀ ବିରୋଧରେ ମାମଲା ରୁଜ୍ଜୁ କରି ତଦନ୍ତ ଆରମ୍ଭ କରିଛନ୍ତି । ପୋଲିସ କହିବାନୁଯାୟୀ, ଆଙ୍ଗୁଠି ଫୋରେନସିକ୍ ଅନୁସନ୍ଧାନ ପାଇଁ ପଠାଯାଇଛି । ଏଥିସହ ଅନୁସନ୍ଧାନ କରାଯାଉଛି ଯେ, ଏପରି କାମ କେଉଁଠାରେ ଏବଂ କିଏ କରିଛି । ଆଇସକ୍ରିମ ପାର୍ଲର ଠାରୁ ନେଇ ପ୍ୟାକିଂ ପର୍ଯ୍ୟନ୍ତ ସମସ୍ତ ସ୍ଥାନରେ ଯାଞ୍ଚ କରାଯିବ । ଯିଏ ବି ଏହି କାମ କରିଛି ତାକୁ କଠୋର ଦଣ୍ଡ ମିଳିବ ବୋଲି ପୋଲିସ ଅଧିକାରୀ କହିଛନ୍ତି ।

Get real time updates directly on you device, subscribe now.