55 ବର୍ଷୀୟ ଦାଦା ପ୍ରେମରେ ଅନ୍ଧ ଝିଆରୀ, ବିବାହର 45 ଦିନ ପରେ ସ୍ବାମୀକୁ କଲା ହତ୍ୟା

ବିବାହର ମାତ୍ର 45 ଦିନ ପରେ ପ୍ରିୟାଂଶୁ ନାମକ ଜଣେ 25 ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଗୁଞ୍ଜା ଦେବୀ, ତାଙ୍କ 55 ବର୍ଷୀୟ ଦାଦାଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି ।

ବିହାର: ଗତ କିଛି ଦିନ ତଳେ ମେଘାଳୟରେ ହନିମୁନ୍ ବେଳେ ମର୍ଡର ଘଟଣାକୁ ନେଇ ସାରା ଦେଶରେ ହଇଚଇ ସୃଷ୍ଟି ହୋଇଥିଲା । ଏଭଳି ନିର୍ମମ ହତ୍ୟାର କଥା ମନରୁ ନ ଲିଭୁଣୁ ପୁଣି ସେପରି ଏକ ଖବର ବିହାରରୁ ଆସିଛି ।

ବିବାହର ମାତ୍ର 45 ଦିନ ପରେ ପ୍ରିୟାଂଶୁ ନାମକ ଜଣେ 25 ବର୍ଷୀୟ ଯୁବକଙ୍କୁ ତାଙ୍କ ପତ୍ନୀ ଗୁଞ୍ଜା ଦେବୀ, ତାଙ୍କ 55 ବର୍ଷୀୟ ଦାଦାଙ୍କ ସହ ମିଶି ହତ୍ୟା କରିଥିବା ଅଭିଯୋଗ ହୋଇଛି । ହତ୍ୟା ମାମଲାରେ ପୋଲିସ ପ୍ରିୟାଂଶୁଙ୍କ ପତ୍ନୀ ଗୁଞ୍ଜା ଦେବୀ ସମେତ ଅଭିଯୁକ୍ତମାନଙ୍କୁ ଗିରଫ କରିଛି ।

ନିଜ ଦାଦାଙ୍କ ସହିତ 15 ବର୍ଷ ଧରି ଥିଲା ପ୍ରେମ ସମ୍ପର୍କ

ସୂଚନା ଇନୁଯାୟୀ, 25 ବର୍ଷୀୟ ଗୁଞ୍ଜାଙ୍କର ନିଜ ଦାଦା ଜୀବନ ସିଂହଙ୍କ ସହିତ ଦୀର୍ଘ 15 ବର୍ଷ ଧରି ପ୍ରେମ ସମ୍ପର୍କ ଥିଲା । ଗୁଞ୍ଜା ତାଙ୍କ ନିଜ ଦାଦାଙ୍କୁ ବିବାହ କରିବାକୁ ଚାହୁଁଥିଲେ । କିନ୍ତୁ ତାଙ୍କ ଘର ଲୋକ ପ୍ରସ୍ତୁତ ନଥିଲେ । ଗୁଞ୍ଜାଙ୍କୁ ତାଙ୍କ ପରିବାର ଲୋକେ ଦେଢମାସ ତଳେ ଜଣେ ଯୁବକଙ୍କ ସହିତ ବିବାହ କରାଇ ଦେଇଥିଲେ ।

ଜୁନ 25 ତାରିଖରେ ପ୍ରିୟାଂଶୁ ତାଙ୍କୁ ଭଉଣୀଙ୍କୁ ଭେଟିବା ପେର ଟ୍ରେନ ଯୋଗେ ନିଜ ଘରକୁ ଫେରୁଥିଲେ ଏବଂ ନବୀନ ନଗର ଷ୍ଟେସନରେ ଓହ୍ଲାଇଥିଲେ । ସେ ଗୁଞ୍ଜାଙ୍କୁ କାହା ହାତରେ ବାଇକ ପଠାଇବାକୁ କହିଥିଲେ । ସେ ବାଇକ ଯୋଗେ ଘରକୁ ଯାଉଥିବା ବେଳେ ବାଟରେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା ।

ସିଡିଆର୍ ଏବଂ ସିସିଟିଭି ଫୁଟେଜ୍ ରୁ ଜଣା ପଡ଼ିଲା ସତ

ଜୁନ୍ 24 ରାତିରେ, ପ୍ରିୟାଂଶୁଙ୍କୁ ନବୀନଗର ଥାନା ଅଞ୍ଚଳର ଲେମ୍ବୋଖାପ୍ ମୋଡ଼ ନିକଟରେ ଗୁଳି କରି ହତ୍ୟା କରାଯାଇଥିଲା। ଯେତେବେଳେ ସେ ବାଇକ୍ ଯୋଗେ ତାଙ୍କ ଗାଁ ବଡ଼ୱାନକୁ ଫେରୁଥିଲେ। ଏସପି କହିଛନ୍ତି ଯେ, ଘଟଣା ପରେ SIT ଗଠନ କରାଯାଇଥିଲା। CDR ତଦନ୍ତ, CCTV ଫୁଟେଜ ଏବଂ ସଠିକ୍ ଗୁପ୍ତ ସୂଚନା ଆଧାରରେ, ଗୁଞ୍ଜା ସିଂହ ଏବଂ ଅନ୍ୟ 2 ଅପରାଧୀ ଜୟଶଙ୍କର ଏବଂ ମୁକେଶ ଶର୍ମାଙ୍କୁ ଗିରଫ କରାଯାଇଥିଲା।

ପଚରାଉଚରା ସମୟରେ ଗୁଞ୍ଜା ମଧ୍ୟ ଏହି ଷଡ଼ଯନ୍ତ୍ରରେ ସାମିଲ ଥିବା ସ୍ୱୀକାର କରିଛି। ସେପଟେ ଅନ୍ୟ ଅପରାଧୀଙ୍କୁ ଗିରଫ କରିବା ପାଇଁ ପ୍ରୟାସ ଜାରି ରହିଛି ଏବଂ ଖୁବ୍ ଶୀଘ୍ର ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଏସପି କହିଛନ୍ତି ।