ବିବାହର ଚତୁର୍ଥ ଦିନ ସ୍ୱାମୀକୁ ହତ୍ୟାକଲା ସ୍ତ୍ରୀ, ଅପହରଣ କରି କାରରେ କାଟିଲା ଗଳା

ନୂଆଦିଲ୍ଲୀ: ଜଣେ ମହିଳା ବିବାହକୁ ଚାରିଦିନ ହୋଇନି ସ୍ୱାମୀକୁ ହତ୍ୟା କରିଛି । ମହିଳା ଜଣକ ସ୍ୱାମୀକୁ ଅପହରଣ କଲା, ପରେ ଏସୟୁଭିରେ ତଣ୍ଟି କାଟି ହତ୍ୟା କରିଛି । ଏହାପରେ ଶବକୁ କେନାଲରେ ଫୋଡାଡିଦେଇଛି । ସୂଚନା ମୁତାବକ, ଗୁଜରାଟ ଅହମଦାବାଦରେ ରହୁଥିବା ବାବିକଙ୍କ ବିବାହ ଗାନ୍ଧୀନଗରର ପାୟଲଙ୍କ ସହ ହୋଇଥିଲା । ପୋଲିସ କହିଛି ଯେ, ପ୍ରାରମ୍ଭିକ ଯାଞ୍ଚ ସମୟରେ ଏହା ଜଣାପଡିଛି ଯେ, ପାୟଲ ନିଜ ସଂପର୍କୀୟ ଭାଇ କଳ୍ପେଶ ସହ ମିଶି ସ୍ୱାମୀର ହତ୍ୟା କରିବାର ଷଡ଼ଯନ୍ତ୍ର କରିଥିଲା । ଯାହାକୁ ସେ ବିବାହ ପୂର୍ବରୁ ପ୍ରେମ କରୁଥିଲା ।

କୁହାଯାଉଛି ଯେ, ବିବାହ ପରେ ପାୟଲ ତାଙ୍କ ବାପଘରକୁ ଯାଇଥିଲେ । ଶନିବର ଦିନ ଭାବିକ ପାୟଲଙ୍କୁ ଆଣିବାକୁ ଯାଇଥିଲେ । ଯେତେବେଳେ ଠିକ୍ ସମୟରେ ଭାବିକ ଶ୍ୱଶୁର ଘରେ ପହଞ୍ଚିନଥିଲେ, ସେତେବେଳେ ପାୟଲଙ୍କର ବାପା ଭାବିକଙ୍କ ବାପାଙ୍କୁ ଫୋନ କରିଥିଲେ । ଭାବିକଙ୍କର ବାପା କହିଥିଲେ ଯେ, ସେ ଅନେକ ସମୟ ହେଲାଣି ଯାଇଛି, ଏହାପରେ ପାୟଲଙ୍କର ବାପା ତାଙ୍କ ଘର ପାଖରେ ଖୋଜାଖୋଜି କରିଥିଲେ । ଏହି ଖୋଜାଖୋଜି ସମୟରେ ରାସ୍ତାରେ ଏକ ଟୁହ୍ୱିଲର ବାଇକ ଥୁଆ ହୋଇଛି । ଯେଉଁ ବାଇକ ଭାବିକଙ୍କର ଅଟେ । ସେଠାରେ ଉପସ୍ଥିତ ଥିବା ପ୍ରତ୍ୟକ୍ଷଦର୍ଶୀ କହିଥିଲେ ଯେ, ଏହି ବାଇକରେ ଆସିଥିବା ବ୍ୟକ୍ତିଙ୍କୁ ଏକ କାର ଅପହରଣ କରିନେଇଛି ।

ଏହାପରେ ପାୟଲଙ୍କ ପରିବାର ପୋଲିସ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କୁ ଘଟଣା ବିଷୟରେ ସୂଚନା ଦେଇଥିଲେ । ପୋଲିସକୁ ଏହା ଶୁଣି ସନ୍ଦେହ ହୋଇଥିଲା ଯେ, ବିବାହର ଚାରି ଦିନ ପରେ ଅପହରଣ କରାଯାଇଛି । ସେ ପାୟଲଙ୍କୁ ପଚରାଉଚରା କରିଥିଲେ । ଏହି ଜେରା ପରେ ପାୟଲ ସ୍ୱୀକାର କଲା ଯେ, ସେ ଭାବିକଙ୍କୁ ଅପହରଣ କରି ହତ୍ୟା ପାଇଁ ଷଡ଼ଯନ୍ତ୍ର କରିଥିଲେ ।

ପାୟଲଙ୍କ ଦ୍ୱାରା ମିଳିଥିବା ସୂଚନା ଆଧାରରେ ପୋଲିସ ତିନି ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ସେମାନଙ୍କୁ ପଚରାଉଚରା କରିଛି । କଳ୍ପେଶ ପୋଲିସକୁ କହିଛି ଯେ, ସେ ଦୁଇ ଅନ୍ୟ ଲୋକଙ୍କ ସହ ମିଶି ଭାବିକଙ୍କୁ ଅପହରଣ କରିଥିଲା ଏବଂ ତାଙ୍କର ଏସୟୁଭିରେ ଗଳା କାଟି ହତ୍ୟା କରିଛନ୍ତି । ଏହାପରେ ସେହି ପାଖରେ ଥିବା ନର୍ମଦା କେନାଲରେ ଶବକୁ ଫୋପାଡିଦେଇଛନ୍ତି ।