fbpx

ଅନଲାଇନ ଡେଟିଙ୍ଗ ଆପରେ ରୁହନ୍ତୁ ସତର୍କ, ଡେଟରେ ଯିବାକୁ ଏଭଳି ଟଙ୍କା ଡିମାଣ୍ଡ କରୁଛନ୍ତି ମହିଳା

Advertisement

ନୂଆଦିଲ୍ଲୀ: ଯଦି ଆପଣ ବି ଅନଲାଇନ ଡେଟିଂ ସାଇଟରେ କୋଣସି ମହିଳାଙ୍କ ସହ ଡେଟରେ ଯିବାକୁ ପ୍ଲାନ କରୁଛନ୍ତି ତେବେ ସତର୍କ ହୋଇଯାଆନ୍ତୁ । ଅନେକ ଡେଟିଙ୍ଗ ଆପ୍ସରେ ମହିଳାମାନେ ଡେଟରେ ଯିବାକୁ ପୁରୁଷଙ୍କଠାରୁ ବହୁତ ଟଙ୍କା ଚାର୍ଜ କରୁଛନ୍ତି । ଏଥିରେ ଅନଲାଇନ ଡେଟିଙ୍ଗ ସାଇଟରେ କାହା ସହ ଭେଟିବା ପୂର୍ବରୁ ଭଲଭାବେ ଜାଣନ୍ତୁ ତାପରେ ଭେଟନ୍ତୁ ।

ଏହାରି ମଧ୍ୟରେ ଜଣେ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଡେଟିଙ୍ଗ ପ୍ଲାନ କରିବାର ଚାଟ ସ୍କ୍ରିନସର୍ଟ ଭାଇରାଲ ହେବାରେ ଲାଗିଛି । ଏଥିରେ ମହିଳା ଜଣକ ପୁରୁଷଙ୍କ ସହ ଡେଟରେ ଯିବାକୁ ଟଙ୍କା ଡିମାଣ୍ଡ କରୁଛି । ଏଥିରେ ମହିଳା ଜଣକ ୧୦ ହଜାର ଟଙ୍କା ଡିମାଣ୍ଡ କରୁଛି । ସେ କହୁଛି ଯେ, ଡେଟ ପାଇଁ ୱାକ୍ସିଙ୍ଗ, ମେନିକ୍ୱୋର, ପେଡିକ୍ୱୋର, ଡ୍ରେସ, ମେକଅପ, ଜୋତା ଆଦି ସପିଙ୍ଗ କରିବାକୁ ହେବ । ପୁରୁଷ ଜଣକ ୧୦ ହଜାର ଦେବାପାଇଁ ରାଜି ହେଇଯାଉଛନ୍ତି ।

ଏହି ମହିଳା ଜଣକ ସବୁତକ ଟଙ୍କା ଖର୍ଚ୍ଚ କରିସରିବା ପରେ କହୁଛନ୍ତି ଆଉ ୫ ହଜାର ଟଙ୍କା ଦରକାର । ମହିଳା କହୁଛନ୍ତି ଯେ, ଏହି ଦିନ ମାଗଣା ଡେଟ ରୋମାଞ୍ଚକ ନୁହେଁ । ତାଙ୍କ ଟଙ୍କା ଖର୍ଚ୍ଚ ହୋଇସାରିବା ପରେ ତାଙ୍କୁ ଆହୁରି ଟଙ୍କା ଆବଶ୍ୟକ । ୫ରୁ ୬ ହଜାର ଆହୁରି ଟଙ୍କା ଆବଶ୍ୟକ ।

Get real time updates directly on you device, subscribe now.