fbpx

ରାଜଧାନୀରେ ମହିଳାଙ୍କୁ ବନ୍ଧୁକ ମୁନରେ ଦୁଇ ଦୁଇଥର ଦୁଷ୍କର୍ମ, ସାମିଲ ଅଛନ୍ତି ଦୁଇ ପୋଲିସ ଭାଇ: କାନ୍ଦି କାନ୍ଦି ମହିଳା ଜଣଙ୍କ କ’ଣ କହୁଛନ୍ତି See Video

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଦିନକୁ ବିଭିନ୍ନ ପ୍ରକାର ଅପରାଧ ବଢ଼ିଚାଲିଥିବା ବେଳେ ଜଣେ ମହିଳା ଆଜି ନ୍ୟାୟ ପାଇଁ ମରଣ ସହ ଲଢ଼େଇ କରୁଛନ୍ତି । ଜଣେ ମହିଳାଙ୍କୁ ରାଜଧାନୀର ଲକ୍ଷ୍ମୀସାଗର ଥାନାରେ କାର୍ଯ୍ୟରତ ଜଣେ ପୋଲିସ ବାବୁ ମିଛ ବାହାନା କରି ବାହା ହୋଇ ଠକି ଚାଲିଛନ୍ତି । ମହିଳା ଜଣଙ୍କ ଏହାର ପ୍ରତିବାଦ କରିବାରୁ ଫଳ ମିଳିଲା ବିଧା ଆଉ ଗୋଇଠା । ଏନେଇ ମହିଳା ଜଣଙ୍କ କାନ୍ଦି ନ୍ୟାୟ ପାଇଁ ଆକୁଳ ନିବେଦନ କରିଛନ୍ତି ।

ଜଣାପଡ଼ିଛି ଯେ, ଗତବର୍ଷ ଜାନୁଆରୀ ମାସରେ ଜଣେ ପୋଲିସ ବାବୁ ଉକ୍ତ ମହିଳାଙ୍କୁ ପ୍ରତାରଣା କରି ଦ୍ୱିତୀୟ ବିବାହ କରିଥିଲେ । ପରବର୍ତ୍ତୀ ସମୟରେ ମହିଳାଙ୍କୁ ଡରାଇ ଧମକାଇ ବାହାନା କରି ବନ୍ଧୁକ ମୁନରେ ଦୁଇ ଦୁଇଥର ଦୁଷ୍କମ କରିଥିଲେ । ଏହି କୁକାର୍ଯ୍ୟରେ ଉକ୍ତ ପୋଲିସ ବାବୁଙ୍କର ଆଉ ଜଣେ ଭାଇ ଯେ କି ଧଉଳି ଥାନାରେ କାର୍ଯ୍ୟରତ ସେ ମଧ୍ୟ ସମ୍ପୃକ୍ତ ଅଛନ୍ତି । ତେବେ ଏହି ସମସ୍ତ କାରନାମାର ସମସ୍ତ ପ୍ରମାଣ ମହିଳାଙ୍କ ପାଖରେ ଥିବାରୁ ପୋଲିସ ବାବୁ ଜଣଙ୍କ ବିଭିନ୍ନ ସମୟରେ ବାହାନା କରି କିଛି ପ୍ରମାଣ ନଷ୍ଟ କରିଦେଇଛନ୍ତି । ଏନେଇ ମହିଳା ଜଣଙ୍କ ଏକାଧିକ ବାର ଲିଙ୍ଗରାଜ ଥାନାରେ କେସ୍ ଦାୟର କରିଥିଲେ ହେଁ ପୋଲିସ ବାବୁ ଜଣଙ୍କ କ୍ଷମତା ବଳରେ ତାହାକୁ ଚାପି ଦେଇଥିଲେ । ଆଜି ମହିଳାଙ୍କ ପ୍ରତି ପୋଲିସ ବାବୁ ଜଣଙ୍କ ପଶୁ ଭଳି ଆଚରଣ କରିବା ସହ ବିଧା, ଗୋଇଠା ମାରି ଅଧା ମରା କରିଦେଇଛନ୍ତି । ଏହି ମାଡ଼ମରାର ସମସ୍ତ ଦୃଶ୍ୟ ଘରର ସିସିଟିଭିରେ କଏଦ ହୋଇଛି । ଘର ମାଲିକ ଏହି କାର୍ଯ୍ୟରେ ମଧ୍ୟ ପୋଲିସ ବାବୁଙ୍କୁ ସହଯୋଗ କରିଥିବା ମହିଳା ଜଣଙ୍କ କହିଛନ୍ତି । ତାଙ୍କ ପାଖରେ ଥିବା ସମସ୍ତ ପ୍ରମାଣ ଓ ସିସିଟିଭିର ପ୍ରମାଣକୁ ଆଧାର କରି ତାଙ୍କୁ ନ୍ୟାୟ ଦେବାକୁ ମହିଳା ଜଣଙ୍କ ଆକୁଳଭରା କଣ୍ଠରେ ନିବେଦନ କରିଛନ୍ତି ।

Get real time updates directly on you device, subscribe now.