ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶ ଗୋରଖପୁରର ପୀପରାଇଚ ଅଞ୍ଚଳରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ ମହିଳା ପଡୋଶୀଙ୍କ ପ୍ରେମରେ ପାଗଳ ହୋଇ ହାଇ ଭୋଲଟେଜ ଡ୍ରାମା କରିଛନ୍ତି । ପ୍ରେମିକଙ୍କୁ ଘରେ ରଖିବାକୁ ଦାବି କରି ସେ ବିଦ୍ୟୁତ୍ ଖୁଣ୍ଟ ଉପରେ ଚଢ଼ି ଯାଇଛନ୍ତି। ଯାହାର ଭିଡିଓ ଏବେ ସୋସିଆଲ ମିଡ଼ିଆରେ ଏବେ ଖୁବ ଭାଇରାଲ ହେବାରେ ଲାଗିଛି। ଉକ୍ତ ଭିଡିଓକୁ ଦେଖି ସମସ୍ତେ ସୋସିଆଲ ମିଡ଼ିଆରେ ନିନ୍ଦା ପ୍ରକାଶ କରୁଛନ୍ତି ।
ତେବେ ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଗୋରଖପୁରର ପୀପରାଇଚ ଅଞ୍ଚଳର ଜଣେ ୩୪ ବର୍ଷୀୟ ମହିଳା ନିଜ ପଡୋଶୀଙ୍କ ପ୍ରେମରେ ଅନ୍ଧ ହୋଇଯାଇଛନ୍ତି। ମହିଳା ଜଣଙ୍କ ବିବାହିତ ହେବା ସହ ତିନୋଟି ଛୁଆର ମା’ ହୋଇଥିବା ଜଣାପଡିଛି । କିନ୍ତୁ ଏସବୁ ପରେ ସେ ପଡୋଶୀଙ୍କ ଦୀର୍ଘ ଦିନ ହେବ ସମ୍ପର୍କରେ ରହି ଆସୁଛନ୍ତି । ତେବେ ମହିଳା ଜଣକ ପଡୋଶୀଙ୍କ ସହ ଦୀର୍ଘ ୭ ବର୍ଷ ହେବ ସମ୍ପର୍କରେ ଥିବା କୁହାଯାଉଛି। ହେଲେ ନିକଟରେ ସେ ସ୍ୱାମୀଙ୍କ ଆଗରେ ଧରାପଡି ଯାଇଥିଲେ। ତାଙ୍କର ଏହି ପରକୀୟ ପ୍ରିତି ସମ୍ପର୍କରେ ସ୍ୱାମୀ ଜାଣିବରୁ ଉଭୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପାଇଥିଲା ଓ ଝଗଡା,ମାରପିଟ ହୋଇଥିଲା।
ହେଲେ ଏତେ ସବୁ ପରେ ବି ମହିଳା ଜଣଙ୍କ ଉକ୍ତ ପ୍ରେମିକଙ୍କୁ ଘରେ ସାଙ୍ଗରେ ରଖିବା ପାଇଁ ସ୍ୱାମୀଙ୍କ ଆଗରେ ଦାବି କରିଥିଲେ। ସେ ଘରର ଦେଖାରେଖାରେ ସାହାଯ୍ୟ କରିବ ବୋଲି ମହିଳା କହିଥିଲେ। କିନ୍ତୁ ସ୍ୱାମୀ ଏଥିରେ ରାଜି ହୋଇନଥିଲେ । ଆଉ ସ୍ୱାମୀ ଏହାକୁ ବିରୋଧ କରି ବାହାରକୁ ଚାଲି ଯାଇଥିଲେ। ପରେ ଏହାକୁ ନେଇ ମହିଳା ଜଣକ ହାଇ ଭୋଲଟେଜ ଡ୍ରାମା କରିଥିଲେ। ନିଜ ଦାବି ପୂରଣ କରିବାକୁ ଯାଇ ସେ ଗାଁରେ ଥିବା ଏକ ବିଦ୍ୟୁତ ଖୁଣ୍ଟ ଉପରେ ଚଢ଼ି ଯାଇ ହଙ୍ଗାମା କରିଥିଲେ। ଏହାକୁ ଦେଖି ଆଖପାଖର ଲୋକେ ଏକାଠି ହୋଇଥିଲା। ପରେ ଖବର ପାଇ ସ୍ଥାନୀୟ ପୋଲିସ ଓ ବିଦ୍ୟୁତ ବିଭାଗର ଟିମ୍ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷିତ ଭାବେ ମହିଳାଙ୍କୁ ଉଦ୍ଧାର କରିଥିଲେ। ତେବେ ଏସବୁ ଘଟଣାର ଭିଡିଓ ସୋସିଆଲ ମିଡିଆରେ ବର୍ତ୍ତମାନ ଘୁରି ବୁଲୁଥିବା ଦେଖିବାକୁ ମିଳୁଛି।