fbpx

(video) ମୁଣ୍ଡରେ ଗ୍ୟାସ ସିଲିଣ୍ଡର ରଖି ନାଚିଲେ ମହିଳା, ଭିଡିଓ ଭାଇରାଲ ପରେ ଲୋକମାନେ କଲେ ପ୍ରଶଂସା

ନୂଆଦିଲ୍ଲୀ : ଆଜି କାଲି ମନୋରଞ୍ଜନର ଏକ ମାଧ୍ୟମ ହୋଇଛି ସୋସିଆଲ ମିଡିଆ । ଯେତେବେଳେ କୌଣସି ଲୋକର ମନ ଦୁଃଖ ଥାଏ ତେବେ ସେ ସୋସିଆଲ ମିଡିଆରେ ନିଜ ସମୟ ବିତାଇ ଥାଏ । ଯାହା ଫଳରେ ତାହାର ମୁଡ ଠିକ ହୋଇଯାଏ । ଏବେ ସୋସିଆଲ ମିଡିଆରେ ଏକ ଏପରି ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଜଣେ ମହିଳା ତାଙ୍କ ମୁଣ୍ଡରେ ସିଲିଣ୍ଡର ରଖି ଡ୍ୟାନ୍ସ କରୁଛନ୍ତି । ଏହି ଭିଡିଓକୁ ଲୋକମାନେ ଖୁବ ପସନ୍ଦ କରୁଛନ୍ତି । ନିଜ ମୁଣ୍ଡରେ ଏକ ଗ୍ୟାସ ସିଲିଣ୍ଡର ରଖିବା ଏକ ବଡ କଥା । କିନ୍ତୁ ଏହି ମହିଳା ଜଣଙ୍କ ସିଲିଣ୍ଡର ରଖି ଡ୍ୟାନ୍ସ କରୁଥିବା ନଜରକୁ ଆସିଛନ୍ତି ।

ଏଥିରୁ ଜଣା ପଡୁଛି ମହିଳା ଜଣଙ୍କ ବାଲାନ୍ସ ବହୁତ ଭଲ ଅଛି । ଯାହା ଫଳରେ ସେ ନାଚିବା ଦ୍ୱାରା ସିଲିଣ୍ଡର ଟିକେ ମଧ୍ୟ ହଲୁ ନାହିଁ । ଏହା ପରେ ମହିଳା ଜଣଙ୍କ ଗୋଟିଏ ଗୋଡରେ ମଧ୍ୟ ଠିଆ ହୋଇଥିବା ଦେଖିବାକୁ ମିଳିଛି । ଏହାକୁ ସବୁ ଲୋକମାନେ କରିପାରିବେ ନାହିଁ । ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଛି । ଏବେ ପର୍ଯ୍ୟନ୍ତ ଏହି ଭିଡିଓକୁ ୧ ଲକ୍ଷ ୮୯ ହଜାର ଲାଇକ ମିଳି ସାରିଛି । ମହିଳାଙ୍କ ଏହି ଡ୍ୟାନ୍ସ ଦେଖିବା ପରେ ଲୋକମାନେ ବହୁତ କମେଣ୍ଟ ମଧ୍ୟ କରିଛନ୍ତି ।

Get real time updates directly on you device, subscribe now.