fbpx

ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ: ମୃତ୍ୟୁର କାରଣ ଅସ୍ପଷ୍ଟ

ଭଣ୍ଡାରିପୋଖରୀ: ରାସ୍ତା କଡ଼ରୁ ଉଦ୍ଧାର ହେଲା ଗର୍ଭବତୀଙ୍କ ମୃତ ଦେହ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତରେ ।

ମିଳିଥିବା ସୂଚନା ଅନୁଯାୟୀ, ମୃତ ମହିଳା ଜଣକଙ୍କ ଘର ନପଙ୍ଗରେ । କିଛି ଦିନ ତଳେ ମହିଳା ଜଣଙ୍କର ପ୍ରେମ ବିବାହ ହୋଇଥିଲା । ତେବେ ଆଜି ସକାଳେ ମହିଳାଙ୍କର ମୃତ ଦେହ ଭଣ୍ଡାରିପୋଖରୀ ଥାନା ନପଙ୍ଗ ପଞ୍ଚାୟତର କବିସାହିରୁ ମିଳିଥିଲା । ଏପରି ଏକ ଘଟଣା ଆଖପାଖ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଅନ୍ୟପଟେ ପାରିପାଶ୍ୱର୍ିକ ସ୍ଥିତିରୁ ଏହା ଏକ ହତ୍ୟା ଘଟଣା ବୋଲି ସନ୍ଦେହ କରାଯାଉଛି । ସେପଟେ ମୃତ୍ୟୁ ସମୟରେ ମହିଳା ଜଣକ ଗର୍ଭବତୀ ଥିବା ସୂଚନା ମିଳିଛି । ଘଟଣା ସ୍ଥଳରେ ସ୍ଥାନୀୟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Get real time updates directly on you device, subscribe now.