fbpx

ମୂଷା ମାରିବାକୁ ଟମାଟୋ ଉପରେ ଲଗାଇଥିଲେ ବିଷ: ଟିଭି ଦେଖି ଦେଖି ମ୍ୟାଗିରେ ମିଶାଇ ଖାଇଦେଲେ ମହିଳା, ଆଉ ତା’ପରେ…

AAKASH

ମୁମ୍ବାଇ: ଆଜିକାଲି ଲୋକଙ୍କୁ ମ୍ୟାଗି ବହୁତ ପସନ୍ଦ । ୨ ମିନିଟରେ ହେଉଥିବା ଏହି ଡିସକୁ ଲେକମାନେ ନିଜର କ୍ଷୁଧା ମେଣ୍ଟାଇବାକୁ ପାଇଁ ପ୍ରଚୁର ବ୍ୟବହାର କରୁଛନ୍ତି । କିନ୍ତୁ ମୁମ୍ବାଇରେ ଜଣେ ମହିଳାଙ୍କ ପାଇଁ ଏହି ମ୍ୟାଗି ମାରାତ୍ମକ ପ୍ରମାଣିତ ହୋଇଛି । ଅବଶ୍ୟ ଏଥିପାଇଁ ମ୍ୟାଗି ଦାୟୀ ନୁହେଁ, କାରଣ ମହିଳା ଜଣକ ମୂଷା ମାରିବା ପାଇଁ ଆଣିଥିବା ବିଷ ଏଥିରେ ମିଶାଇ ଦେଇଥିଲେ ।

ମରିବା ପୂର୍ବରୁ ମହିଳା ଜଣକ ପୋଲିସ ନିକଟରେ ଦେଇଥିବା ବୟାନରେ କହିଥିଲେ ଯେ, ସେ ମୂଷା ମାରିବା ପାଇଁ ଟମୋଟୋ ଉପରେ ବିଷ ଲଗାଇ ରଖିଥିଲେ । କିନ୍ତୁ ଟିଭି ଦେଖିବା ଚକ୍କରରେ ଭୁଲରେ ବିଷ ବୋଳିଥିବା ଟମାଟୋକୁ କାଟି ମ୍ୟାଗିରେ ପକାଇଦେଇଥିଲେ ଓ ତାକୁ ଖାଇଥିଲେ । ପ୍ରାୟ ୧ ମାସ ପର୍ଯ୍ୟନ୍ତ ଚିକିତ୍ସା ପରେ ମଧ୍ୟ ମହିଳାଙ୍କୁ ବଞ୍ଚାଇ ପାରିନଥିଲେ ଡାକ୍ତର ।

ଏହି ଘଟଣା ମୁମ୍ବାଇର ମଲାଡ ଅଞ୍ଚଳରେ ଘଟିଛି । ରିପୋର୍ଟ ଅନୁଯାୟୀ, ୩୫ ବର୍ଷ ବୟସ୍କା ମହିଳାଙ୍କ ନାମ ରେଖା ଦେବୀ ନିଶାଦ । ସେ ତାଙ୍କ ସ୍ୱାମୀ ଏବଂ ଦିଅରଙ୍କ ସହ ମାର୍ଭେ ରୋଡରେ ଥିବା ପାସ୍କାଲ ୱାଡିରେ ରହୁଥିଲେ । ପୋଲିସର ସୂଚନାନୁସାରେ, ଜୁଲାଇ ୨୦ ରେ ମହିଳା ଜଣକ ଘରେ ଏକୁଟିଆ ଥିଲେ । ତାଙ୍କ ସ୍ୱାମୀ ଏବଂ ଦିଅର କାମ କରିବାକୁ ଯାଇଥିଲେ । ଏହି ସମୟରେ ସେ ହଠାତ୍ ମ୍ୟାଗିରେ ବିଷ ମିଶା ଟମାଟୋ ପକାଇ ଖାଇଥିଲେ । କିଛି ଘଣ୍ଟା ପରେ ଯେତେବେଳେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଲା, ସେତେବେଳେ ତାଙ୍କ ସ୍ୱାମୀ ଏବଂ ଦିଅର ମହିଳାଙ୍କୁ ଶତାବାଡି ଡାକ୍ତରଖାନାକୁ ନେଇଗଲେ । ଏକ ସପ୍ତାହ ଚିକିତ୍ସା ପରେ ବୁଧବାର ମହିଳାଙ୍କର ମୃତ୍ୟୁ ଘଟିଛି ।

କିନ୍ତୁ ମରିବା ପୂର୍ବରୁ ମହିଳା ଜଣକ ପୋଲିସକୁ ନିଜ ବୟାନ ଦେଇଥିଲେ । ସେ ନିଜ ବୟାନରେ କହିଥିଲେ ଯେ, ସେ ଘରେ ମୂଷା ମାରିବା ପାଇଁ ଏକ ଟମାଟୋ ଉପରେ ବିଷ ଲଗାଇ ରଖିଥିଲେ । କିନ୍ତୁ ଭୁଲରେ ସେହି ଟମାଟୋକୁ କାଟି ସେ ମ୍ୟାଗିରେ ପକାଇଦେଇଥିଲେ । ଟିଭି ଦେଖି ଦେଖି ସେ ଏହି ଭୁଲ କରିବସିଥିଲେ । ଏହା ପରେ ସେ ସେହି ବିଷାକ୍ତ ମ୍ୟାଗିକୁ ମହା ଆନନ୍ଦରେ ଖାଇଥିଲେ, ଯାହାର କିଛି ଘଟଣା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଥିଲା । ମେଡିକାଲରେ ସମସ୍ତ ଚେଷ୍ଟା ପରେ ମହିଳାଙ୍କର ଦେହନ୍ତ ହେଲା ।

Get real time updates directly on you device, subscribe now.