fbpx

(Video) ୟୁଟ୍ୟୁବ୍ ଦେଖି ସ୍ତ୍ରୀର ପ୍ରସବ କରେଇବାକୁ ଯାଇ ଗର୍ଭନାଡ଼ କାଟି ଦେଲା ସ୍ୱାମୀ…

ଓଡିଶା ଭାସ୍କର; କଥାରେ ଅଛି ଅଳ୍ପ ବିଦ୍ୟା ଭୟଙ୍କରୀ- ଏହାର ଅର୍ଥ ହେଉଛି, କିଛି ନ ଜାଣି କୌଣସି ବିଷୟରେ ଅଳ୍ପକିଛି ଜାଣି ପ୍ରୟୋଗ କଲେ, ତାହା ଭୟଙ୍କର ପରିଣାମ ମିଳେ । ତେବେ ଏଭଳି ଏକ ଅଭାବନୀୟ ଘଟଣା ଦେଖାଦେଇଛି ଯାହା ଆପଣ ଜାଣିବା ପରେ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଜଣେ ଗର୍ଭବତୀ ମହିଳା ପ୍ରସବ ସମୟରେ ଖୁବ ଯନ୍ତ୍ରଣା ପାଉଥିଲେ । ଏହି ଯନ୍ତ୍ରଣାକୁ ସେ ସହି ପାରୁନଥିବା ବେଳେ ତାଙ୍କ ନିକଟରେ ତାଙ୍କ ସ୍ୱାମୀ ଥିଲେ । ତାଙ୍କୁ ତୁରନ୍ତ ଡାକ୍ତରଖାନାକୁ ନେଇଯିବା ପାଇଁ ସ୍ତ୍ରୀ ତାଙ୍କ ସ୍ୱାମୀଙ୍କୁ ବାରମ୍ବାର କହୁଥିଲେ । ହେଲେ ସ୍ୱାମୀ ତାଙ୍କୁ କହିଥିଲା ତମେ ଧର୍ଯ୍ୟ ଧର, ତୁମର କିଛି ହେବନି । ମୁଁ ତୁମ ପାଖରେ ଅଛି, ଡାକ୍ତରଖାନା ଯିବା କିଛି ଦରକାର ନାହିଁ । ମୁଁ ୟୁଟ୍ୟୁବ୍ ଦେଖି ତୁମର ପ୍ରସବ କରେଇଦେବି । ଏଥିରେ ଡରିବାର କିଛି ନାହିଁ ଆଜି କାଲି ଏମିତି ହିଁ ୟୁଟ୍ୟୁବ୍ ଦେଖି ପ୍ରସବ କରାଯାଉଛି ।

ସୂଚନା ଅନୁଯାୟୀ, ସ୍ୱାମୀର ଏକଥା ସ୍ତ୍ରୀ ଶୁଣିବା ପରେ ତାଙ୍କ ଉପରେ ଭରସା କରିଥିଲେ । ଏହାପରେ ସ୍ୱାମୀ ୟୁଟ୍ୟୁବ୍ ଦେଖିବା ଆରମ୍ଭ କରିଥିଲେ । ୟୁଟ୍ୟୁବ୍ ଦେଖି ଦେଖି ପ୍ରସବ କରେଇବାକୁ ଚେଷ୍ଟା କରିଥିଲା ସ୍ୱାମୀ । ଏଠାରେ ଆପଣ ଭାବୁଥିବେ ଯେ, ମହିଳାଙ୍କ ସ୍ୱାମୀ ଜଣେ ଡାକ୍ତର ହୋଇଥିବେ ନଚେତ ତାଙ୍କ ପାଖରେ ଡାକ୍ତରୀ ଜ୍ଞାନ ଯଥେଷ୍ଟ ରହିଥିବ । ହେଲେ ବାସ୍ତବରେ ଘଟଣା ଏମିତି କିଛି ନଥିଲା, ମହିଳାଙ୍କ ସ୍ୱାମୀ ଜଣେ ୟୁଟ୍ୟୁବ୍ ପାଗଳ ଥିଲେ । ୟୁଟ୍ୟୁବ୍ ଦେଖି ସେ କାହାର ଏକ ପ୍ରସବ କରେଇବା ପାଇଁ ତାଙ୍କ ମନରେ ବହୁଦିନ ଧରି ଆଗ୍ରହ ଥିଲା । ଆଉ ଏଭଳି ଏକ ସୁଯୋଗ ନିଜ ଘରେ ପାଇବା ପରେ ସେ ଏ ସୁଯୋଗ ହାତଛଡା କରିବାକୁ ଚାହିଁନଥିଲେ । ୟୁଟ୍ୟୁବ୍ ଦେଖି ପ୍ରସବ କରିବା ଆଗ୍ରହ ତାଙ୍କ ମନରେ ଆହୁରି ବଢି ଯାଇଥିଲା । ଶେଷରେ ସ୍ତ୍ରୀ ମଧ୍ୟ ସ୍ୱାମୀ କଥାରେ ଭରସା ରଖି ତାଙ୍କର ପ୍ରସବ କରିବାକୁ ରାଜି ହୋଇଥିଲେ ।

ଏହା ପରେ ସ୍ୱାମୀ ୟୁଟ୍ୟୁବରୁ ପ୍ରସବ ପ୍ରଣାଳୀ ଦେଖି ଦେଖି ପ୍ରସବ କରେଇବାକୁ ଆରମ୍ଭ କରିଥିଲେ । ଆଉ ଏହି ପ୍ରସବ କରାଇବା ସମୟରେ ପତ୍ନୀଙ୍କ ଗର୍ଭନାଡ଼ କାଟି ଦେଇଥିଲା ୟୁଟ୍ୟୁବ୍ ପାଗଳ ସ୍ୱାମୀ । ଗର୍ଭନାଡ଼ କଟିଯିବାରୁ ପ୍ରବଳ ଜୋରରେ ରକ୍ତସ୍ରାବ ଆରମ୍ଭ ହୋଇ ଗଲା । ଏହାପରେ ଆଉ କିଛି ବୁଦ୍ଧିବାଟ ବି ଦିଶିଲାନି । ଶେଷରେ ପତ୍ନୀଙ୍କୁ ଧରି ସ୍ଥାନୀୟ ହସ୍ପିଟାଲରେ ପହଞ୍ଚିଥିଲେ ସ୍ୱାମୀ, ସେତେବେଳକୁ ପତ୍ନୀଙ୍କ ପ୍ରାଣବାୟୁ ଉଡ଼ି ଯାଇଥିଲା । ଦୁନିଆରେ ମୁର୍ଖ ଥାଆନ୍ତି ସତ କିନ୍ତୁ ଏଭଳି ମୁର୍ଖ ଦୁନିଆରେ ଥାଆନ୍ତି ତାହା ପରିକଳ୍ପନା କରିବା ସମ୍ଭବ ନୁହେଁ ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ତାମିଲନାଡୁ କୃଷ୍ଣାଗିଗି ଅଞ୍ଚଳରୁ ସାମ୍ନାକୁ ଆସିଛି । ଏହି ୟୁଟ୍ୟୁବ ଲଭର ସ୍ୱାମୀଙ୍କ ନାମ ମଧ୍ୟେଶ ବୋଲି ଜଣାପଡିଛି । ୨୭ ବର୍ଷୀୟା ମୃତ ପତ୍ନୀଙ୍କ ନାମ ଲୋଗ୍ନାୟିାକି ବୋଲି ସୂଚନା ରହିଛି । ସ୍ୱାମୀର ମୂର୍ଖାମୀ ପରିଚୟ ପାଇଁ ଆଜି ଏକ ନିରୀହ ମହିଳାଙ୍କ ଜୀବନ ଚାଲିଯାଇଛି । ଏଭଳି ୟୁଟ୍ୟୁବ ପାଗଳ ସ୍ୱାମୀଙ୍କ କାରନାମାକୁ ନେଇ ସୋସିଆଲ ମିଡିଆରେ ଖୁବ ଚର୍ଚ୍ଚା ହେଉଥିବା ଦେଖିବାକୁ ମିଳୁଛି । ବିଭିନ୍ନ ଗଣମାଧ୍ୟମରେ ଏହି ଘଟଣା ବିଷୟରେ ଖବର ମଧ୍ୟ ପ୍ରକାଶ ପାଇଛି । ଅନ୍ୟପଟେ ସ୍ୱାମୀ ମଧ୍ୟେଶଙ୍କ ବିରୋଧରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି ।

Get real time updates directly on you device, subscribe now.