fbpx

ବିିନା ଡିଗ୍ରୀରେ ସପ୍ତାହକୁ ମାତ୍ର ୬ ଘଣ୍ଟା ଚାକିରୀ କରି ବର୍ଷକୁ ଆୟ କରୁଛନ୍ତି ୫୦ ଲକ୍ଷ, ଆସନ୍ତୁ ଜାଣିନେବା କ’ଣ ସେହି ଚାକିରୀ

ନୂଆଦିଲ୍ଲୀ:ଦୁନିଆରେ ସମସ୍ତେ ଚାହାନ୍ତି କି ତାଙ୍କୁ ଏପରି ଏକ ଚାକିରୀ ମିଳିଯାଉ ଯେଉଁଠି କାମ କମ୍ ହୋଇଥିବ ଆଉ ଦରମା ଅଧିକ ହୋଇଥିବ । ଲୋକମାନେ ଏକ ଭଲ ଚାକିରୀ ପାଇବା ଲାଗି ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ଡିଗ୍ରୀ କୋର୍ସ କରିଥାନ୍ତି । ଏହାପରେ ଇଣ୍ଟର୍ଣ୍ଣସିପ୍ ତାପରେ ଯାଇ କେଉଁଠି ଚାକିରୀ ମିଳିଥାଏ । ଏହାପରେ ବି ମୋଟା ଅଙ୍କର ପଇସା କମାଇବା ପାଇଁ ବହୁତ ଅଧିକ ସମୟ ଓ ପରିଶ୍ରମ କରିବାକୁ ପଡିଥାଏ । ବିଶେଷକରି ମହିଳାଙ୍କ ଲାଗି ଘର ପରିବାର ଚଳାଇ ମୋଟା ଅଙ୍କର ଦରମାରେ ଚାକିରି ପାଇବା ବହୁତ କଠିନ ହୋଇଥାଏ । କିନ୍ତୁ ଆମେ ଏଠି ଏପରି ଜଣେ ମହିଳାଙ୍କ କଥା କହିବାକୁ ଯାଉଛୁ ଯିଏ ବିନା ଡିଗ୍ରୀରେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ।

ବ୍ରିଟେନର ୪୦ ବର୍ଷୀୟା ଜଣେ ମା’ ରୋମା ନୋରିସ୍ ପଇସା ରୋଜଗାର କରିବାର ଅଭିନବ ଉପାୟ ଖୋଜି ବାହାର କରିଛନ୍ତି । ସେ ନା ନିଜର କୌଣସି ଫଟୋ ବିକ୍ରୀ କରିଥାନ୍ତି, ନା ଜଣେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର , ନା ସେ କୌଣସି ଭୁଲ୍ କାମ କରୁଛନ୍ତି । ଏହା ସତ୍ତ୍ୱେ ବି ସେ ସପ୍ତାହରେ ମାତ୍ର ୬ ଘଣ୍ଟା କାମ କରି ବର୍ଷକୁ ୫୦ଲକ୍ଷ ଟଙ୍କା ଆୟ କରୁଛନ୍ତି । ଏହା ସହିତ ସେ ନିଜ ପରିବାର ଲାଗି ମଧ୍ୟ ବେଶ୍ ସମୟ ଦେଇପାରୁଛନ୍ତି ।

୧୭ ବର୍ଷ ଧରି ରୋମା ଜଣେ ପ୍ୟାରେଣ୍ଟିଂ କନସଲଣ୍ଟାଣ୍ଟ ଭାବରେ କାମ କରୁଛନ୍ତି । ସେ ନୂଆ ନୂଆ ପିତାମାତା ହୋଇଥିବା ଲୋକମାନଙ୍କୁ ଏପରି କୋଚିଂ ଦେଇଥାନ୍ତି ଏକ ଘଣ୍ଟାରେ ତାଙ୍କର ୨୯,୦୦୦ଟଙ୍କା ପର୍ଯ୍ୟନ୍ତ ଆୟ ହୋଇଯାଏ । ପ୍ୟାରେଣ୍ଟିଂ କନସଲଣ୍ଟାଣ୍ଟ ଭାବରେ ରୋମା ପିତାମାତାଙ୍କ ପିଲାଙ୍କୁ ଶୁଆଇବା, ପୋଷକତତ୍ତ୍ୱଯୁକ୍ତ ଖାଦ୍ୟ ଖୁଆଇବା ଠାରୁ ଆରମ୍ଭ କରି ଶିଶୁ ସହ ଭାବର ଆଦାନ ପ୍ରଦାନ କରିବାର କୌଶଳ ଶିଖାଇଥାନ୍ତି । ଏହା ସହିତ ସେ ବ୍ରେଷ୍ଟ ଫିଡିଂ ଲାଗି ମଧ୍ୟ ମା’ ମାନଙ୍କୁ ତାଲିମ ଦେଇଥାନ୍ତି । ନୂଆ ମାତାପିତାମାନେ ତାଙ୍କ ପାଖକୁ ବିଭିନ୍ନ ପ୍ରକାର ସମସ୍ୟା ନେଇ ଆସିଥାନ୍ତି । ଏହା ବ୍ୟତିତ ଲୋକମାନେ ଅନଲାଇନରେ ବି ତାଙ୍କ ଠାରୁ ପରାମର୍ଶ ନେଇଥାନ୍ତି ।

ରୋମା ଦୁଇ ଥର ୟୁନିଭରସିଟି ଡ୍ରପଆଉଟ୍ ହୋଇଛନ୍ତି । ସେ ୨ଟି ଡିଗ୍ରୀ କରିବାକୁ ଚାହୁଁଥିଲେ ବି ବିଭିନ୍ନ କାରଣରୁ ଏହା କରିପାରି ନ ଥିଲେ । କିନ୍ତୁ ଏବେ ବିନା କୌଣସି ଡିଗ୍ରୀରେ ସେ ଯେପରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଛନ୍ତି ତାହା ଅନ୍ୟମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

Get real time updates directly on you device, subscribe now.