fbpx

(Video) ନାଚୁ ନାଚୁ କଚାଡ଼ି ହୋଇ ତଳେ ପଡ଼ିଗଲେ ମହିଳା, ହେଲେ ବି ଛାଡ଼ିଲେନି ଡ୍ୟାନ୍ସ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ପ୍ରତିଦିନ କିଛି ନା କିଛି ମଜାଳିଆ ଭିଡିଓ ସାମ୍ନାକୁ ଆସୁଛି, ଯାହାକୁ ଦେଖି ହସକୁ ସମ୍ଭାଳିବା କଷ୍ଟକର । ନିକଟରେ ଏକ ବିବାହ ସମୟର ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସିଛି, ଯେଉଁଥିରେ ଅଚାନକ୍ କିଛି ଏପରି ଘଟିଛି ଯାହାକୁ ଦେଖି ୟୁଜର୍ସମାନେ ହସି ହସି ଗଡ଼ିଛନ୍ତି । ଏହି ଭିଡିଓ ସୋସିଆଲ ମିଡିଆରେ ଛାଇ ହୋଇ ରହିଛି ।

ଭିଡିଓରେ ବିବାହ ଉତ୍ସବ ସମୟରେ ଜଣେ ମହିଳା ଡିଜେ ଶବ୍ଦରେ ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି । ଏହି ସମୟରେ ସେ ଗୀତର ତାଳ ବ୍ୟତୀତ ଅଧିକ ଡେଉଁଥିବା ନଜର ଆସିଛନ୍ତି । ଏହି କାରଣରୁ ଏକ ଷ୍ଟେପ୍ କରୁଥିବା ସମୟରେ ତାଙ୍କର ପାଦ ଡ୍ୟାନ୍ସଫ୍ଲୋରରେ ଖସିଯାଇଥିଲା ଓ ମହିଳା ଜଣକ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ । ଏହାକୁ ଦେଖି ୟୁଜର୍ସ ହସି ହସି ଗଡ଼ିଛନ୍ତି ।

ଭାଇରାଲ ହୋଇଥିବା ଏହି ଭିଡିଓକୁ ସୋସିଆଲ ମିଡିଆର ଅନେକ ପ୍ଲାଟଫର୍ମରେ ସେୟାର କରାଯାଇଛି । ଇନଷ୍ଟାଗ୍ରାମରେ ଏହି ଭିଡିଓକୁ ହରିଶ ବିଷ୍ଟ ନାମକ ଆକାଉଣ୍ଟରୁ ସେୟାର କରାଯାଇଛି । ତେବେ ମହିଳା ଜଣକ ତଳେ ପଡ଼ିଯିବା ପରେ ବି ଡ୍ୟାନ୍ସ ଛାଡ଼ିନଥିଲେ । ତଳୁ ଶୀଘ୍ର ଉଠିପଡ଼ି ମହିଳା ଜଣକ ପୁଣି ଡ୍ୟାନ୍ସ କରିବାକୁ ଲାଗିଥିଲେ । ଆସନ୍ତୁ ଦେଖିବା ଏହାର ଭିଡିଓ…

 

View this post on Instagram

 

A post shared by Harish Bisht AB (@harendrabishtab)

Get real time updates directly on you device, subscribe now.