ବିରାଟ ଚମତ୍କାର: ମାଟି ଖୋଳୁ ଖୋଳୁ ଏକାଥରକେ ମିଳିଲା ୮ ହୀରା, ମୂଲ୍ୟ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ
ହାତୀ ଢାଳିଲା ହୀରା କଳସ । ଦିନମଜୁରିଆରୁ ମହିଳା ହେଲେ ଲକ୍ଷପତି ।
ପୁଣେ: ମଧ୍ୟପ୍ରଦେଶ ପାନ୍ନାରେ ଘଟିଯାଇଛି ଏକ ଚମତ୍କାର ଘଟଣା । ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଲାଗି ରହିଛି ଚର୍ଚ୍ଚା ।
ଦିନମଜୁରିଆ ମହିଳାଙ୍କର ଗୋଟିଏ ଦିନରେ ଖୋଲିଯାଇଛି ଭାଗ୍ୟ । ମାଟି ଖୋଳୁ ଖୋଳୁ ବାହାରିଛି ହୀରା ।
ଆଶ୍ଚର୍ଯ୍ୟ ଲାଗିଲେ ମଧ୍ୟ ଘଟଣାଟି ସତ । ରଚନା ଗୋଲ୍ଡର ନାମକ ମହିଳାଙ୍କ ସହିତ ଘଟିଛି ଏହି ଚମକ୍ରାର । ୫୦ ବର୍ଷୀୟା ରଚନାଙ୍କୁୂ ଗୋଟିଏ କି ୨ଟି ନୁହେଁ ବରଂ ଏଲକକାଳୀନ ୮ଟି ହୀରା ମିଳିଛି । ଯାହାର ଓଜନ ୨.୫୩ କ୍ୟାରେଟ୍ ।
୮ଟିଯାକ ହୀରା ଭିତରୁ ୬ଟି ହୀରା ହାଇ କ୍ୱାଲିଟିର ଜଣାପଡ଼ିଛି । ସବୁଠାରୁ ବଡ଼ ହୀରାର ଓଜନ ରହିଛି ୦.୭୮ କ୍ୟାରେଟ୍ । ଡାଇମଣ୍ଡ ଏକ୍ସପର୍ଟ ଅନୁପମ ସିଂ କହିଛନ୍ତି, ରଚନା ଜିଲ୍ଲା ଡାଇମଣ୍ଡ ଅଫିସାରେ ହୀରା ଜମା କରିଛନ୍ତି । ଯେଉଁଠାରେ ହରା ନିଲାମ କରାଯିବ ।
ସୂଚନା ମୁତାବକ ହୀରାର ମୂଲ୍ୟ ଏକାଧି ଲକ୍ଷ ହେବ । ରଚନା ହାଜାରା ମୁଦ୍ଦା ଅଞ୍ଚଳର ଏକ ଅଞ୍ଚଳ ଲିଜରେ ନେଇଥିବାବେଳେ ସେଠାରେ ଖୋଳାଖୋଳି କାମ ଆରମ୍ଭ କରିଥିଲେ । ଯେଉଁଠାରେ ତାଙ୍କୁ ୮ଟି ହୀରା ମିଳିଥିଲା ।
ରଚନା ୮ମିଟରର ମାଇନିଂ ପ୍ଲଟ୍ ଲିଜରେ ନେଇଥିଲେ । ଯାହା ପାଇଁ ତାଙ୍କୁ ବାର୍ଷିକ ୨୦୦ ଟଙ୍କା ଦେବାକୁ ପଡ଼ିଥିଲା ।