Breaking: ଆନ୍ଧ୍ରପ୍ରଦେଶରୁ ଆସି ଚନ୍ଦ୍ରଭାଗାରେ ଭାସିଗଲେ ମହିଳା
ସକାଳୁ ସକାଳୁ ଅଘଟଣ। ଚନ୍ଦ୍ରଭାଗା ସମୁଦ୍ରରେ ଭାସିଗଲେ ମହିଳା ପର୍ଯ୍ୟଟକ।
କୋଣାର୍କ: ଆନ୍ଧ୍ରପ୍ରଦେଶରୁ ଆସି କୋଣାର୍କରେ ଭାସିଗଲେ। ପରିବାର ସହ କୋଣାର୍କ ମନ୍ଦିର ବୁଲିବାକୁ ଆସିଥିଲେ। ଆଉ ବୁଲାବୁଲି ସାରି ଚନ୍ଦ୍ରଭାଗା କୂଳରେ ମଜା ମସ୍ତି କରୁଥିଲେ। ହେଲେ ମଜା ମସ୍ତି ସଜ୍ଜା ସାଜିଲା। ଚନ୍ଦ୍ରଭାଗା ସମୁଦ୍ରରେ ଗାଧୋଇବା ବେଳେ ଭାସିଗଲେ ମହିଳା ପର୍ଯ୍ୟଟକ।
ହଁ ସକାଳୁ ସକାଳୁ ଘଟିଗଲା ଅଘଟଣ। ପରିବାର ସହ ସୁଦୂର ଆନ୍ଧ୍ରପ୍ରଦେଶରୁ ଓଡ଼ିଶା ଆସିଥିଲେ ପର୍ଯ୍ୟଟନସ୍ଥଳୀ ବୁଲିବା ପାଇଁ। ଆଉ କୋଣାର୍କରେ ସୂର୍ଯ୍ୟ ମନ୍ଦିର ଦର୍ଶନ ସାରି ଚନ୍ଦ୍ରଭାଗା ସମୂଦ୍ର କୂଳରେ କିଛି ସମୟ ବିତାଉ ଥିଲେ।
ଆଉ ମହିଳା ପର୍ଯ୍ୟଟକ ଜଣଙ୍କ ସମୂଦ୍ର ଭିତରକୁ ପଶି ଯାଇଥିଲେ। ହେଲେ ଗାଧୋଇବା ବେଳେ ହଠାତ୍ ଭାସିଯାଇଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ଅଗ୍ନିଶମ ଟିମଙ୍କୁ ଖବର ଦେଇଥିଲେ। ଗୁରୁତର ଅବସ୍ଥାରେ ପାଣି ଭିତରୁ ମହିଳା ଜଣଙ୍କୁ ଉଦ୍ଧାର କଲେ ଅଗ୍ନିଶମ ଟିମ୍। ପରେ ଗୁରୁତର ମହିଳା ଜଣଙ୍କୁ ଗୋପ ମେଡ଼ିକାଲରେ ଭର୍ତ୍ତି କରାଯାଇଛି। ସେଠାରେ ତାଙ୍କର ଚିକିତ୍ସା ଚାଲିଛି।