(Video) ଆଇବ୍ରୋ କରିବା ପରେ ମହିଳାଙ୍କର ଲିଭର ଫେଲ୍! ଏହି ଭୁଲକୁ ଡାକ୍ତର କହିଲେ ଇନଫେକ୍ସନର କାରଣ
ଆଇବ୍ରୋ କରିବା ପରେ ଜଣେ ମହିଳାଙ୍କର ହୋଇଗଲା ଲିଭର ଫେଲ୍, ଜାଣନ୍ତୁ କଣ କହିଲେ ଡାକ୍ତର
ନୂଆଦିଲ୍ଲୀ: ବ୍ୟୁଟି ପାର୍ଲର ଯାଇ ଆଇବ୍ରୋ କରିବା ସାଧାରଣ କଥା। ଅଧିକାଂଶ ଝିଅ ଏବଂ ମହିଳାମାନେ ସୁନ୍ଦର ଦେଖାଯିବା ଲାଗି ପାର୍ଲର ଯାଇ ଆଇବ୍ରୋ କରିଥାଆନ୍ତି। କିନ୍ତୁ ଏହା କଣ ଶରୀରର ଅର୍ଗାନକୁ ଡ୍ୟାମେଜ କରିପାରେ।
କିନ୍ତୁ ଏମିତି ଏକ ଘଟଣା ବିଷୟରେ ଜଣେ ଡାକ୍ତର ନିଜର ସୋସିଆଲ ମିଡିଆରେ ସେୟାର କରିଛନ୍ତି। ଏଥିରେ କୁହାଯାଇଛି ଯେ, ଜଣେ ମହିଳାଙ୍କ ଲିଭର ଡ୍ୟାମେଜ ହୋଇଯାଇଛି। ଆସନ୍ତୁ ଜାଣିବା ଡାକ୍ତର ଏହି ବିଷୟରେ କଣ କହୁଛନ୍ତି।
ସୋସିଆଲ ମିଡିଆରେ ଡାକ୍ତର ଅଦିତିଜ ଘମୀଜା ଆଶ୍ଚର୍ଯ୍ୟଜନକ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ, ଜଣେ ମହିଳା ପାର୍ଲର ଆଇବ୍ରୋ କରିବାକୁ ଯାଇଥିଲେ। ମହିଳାଙ୍କର କିଛି ଦିନ ପୂର୍ବରୁ ଆଖି ହଳଦିଆ ପଡୁଥିଲା ଏବଂ ତାଙ୍କୁ ଖୁବ୍ ଥକ୍କା ଲାଗୁଥିଲା।
ଡାକ୍ତର କହିଛନ୍ତି ଯେ, ଥ୍ରେଡିଂ କରିବା ସମୟରେ ବେଳେ ବେଳେ କଟିଯାଇଥାଏ। ଯେଉଁଥିରେ ହାଲୁକା ବ୍ଲଡ୍ ବାହାରିଥାଏ। ଯେତେବେଳେ କୌଣସି ମହିଳାଙ୍କ ଥ୍ରେଡିଂରେ ବ୍ୟବହୃତ ଥ୍ରେଡ୍ ଅନ୍ୟ ମହିଳାଙ୍କ ଉପରେ ବ୍ୟବହାର କରାଯାଏ, ସେତେବେଳେ ବ୍ଲଡ ସାହାଯ୍ୟରେ ଇନଫେକ୍ସନ ହେବା ସମ୍ଭାବନା ଅଧିକ ବଢିଯାଏ।
View this post on Instagram
ଡାକ୍ତରଙ୍କ ବିଶ୍ୱାସନୁଯାୟୀ, ହେପେଟାଇଟିସ ବି ବା ସିର ସଂକ୍ରମଣ ରକ୍ତ ମାଧ୍ୟମରେ ଜଣେ ମହିଳାଙ୍କଠାରୁ ଅନ୍ୟ ମହିଳାଙ୍କୁ ବ୍ୟାପିଥାଏ।
ହେପାଟାଇଟିସ ଇନଫେକ୍ସନ ଡାୟଗ୍ନୋଜ ହେବା ପରେ ଯଦି ଏହାର ଚିକିତ୍ସା କରାଯାଏନି, ତେବେ ଲିଭର ଫେଲର ସମ୍ଭାବନା ବଢିଯାଏ। ସେହିପରି କିଛି ବ୍ୟକ୍ତିଙ୍କ ମଧ୍ୟରେ ସିରୋସିସ ମଧ୍ୟ ଡାଇଗ୍ନୋଜ ହୋଇଥାଏ।
ରୋଗ ପରେ ଯଦି ଧ୍ୟାନ ନଦିଆଯାଏ, ତେବେ ମଣିଷର ମୃତ୍ୟୁ ବି ହୋଇପାରେ। ଯଦି ଶରୀରରେ କୌଣସି ପ୍ରକାରର ଲକ୍ଷଣ ଦେଖାଯାଏ, ତେବେ ସଙ୍ଗେ ସଙ୍ଗେ ଡାକ୍ତରଙ୍କ ସହ ଯୋଗାଯୋଗ କରନ୍ତୁ।