fbpx

ଗରିବ ହେଲେ ବି ବୁଝିଛନ୍ତି ମାସ୍କର ମହତ୍ୱ

ନୁଆଦିଲ୍ଲୀ, ୯ା୪ (ଓଡିଶା ଭାସ୍କର) : ଭାରତରେ ପୁଣି ଥରେ କରୋନା ସଂକ୍ରମଣ ଆକାଶ ଛୁଆଁ ହେବାରେ ଲାଗିଛି । ଯାହା ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଚିନ୍ତାରେ ପକାଇଛି । କରୋନା ପ୍ରକୋପ ଭିତରେ ଆସିଛି ଏକ ହୃଦୟକୁ ଛୁଇଁଲା ପରି ଫଟୋ । ଫଟୋ ଟି ସୋସିଆଲ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି । ତେବେ ଫଟୋରେ ଜଣେ ମହିଳା ଏବଂ ତାଙ୍କ ଛୁଆ ରହିଛନ୍ତି । ସେମାନେ କରୋନାଠାରୁ ବଞ୍ଚିବା ପାଇଁ ପତ୍ରରେ ତିଆରି ମାସ୍କ ପିନ୍ଧିଛନ୍ତି । ଏହି ଫଟୋଟିକୁ ଜଣେ ଆଇପିଏସ୍ ଅଫିସର୍ ନିଜ ସୋସିଆଲ ମିଡିଆ ହ୍ୟାଣ୍ଡେଲ୍ ରେ ସେୟାର କରିଛନ୍ତି । ସେ ହେଉଛନ୍ତି ଆଇପିଏସ୍ ଅଫିସର୍ ଆରକେ ଭିଜେ । ଫଟୋଟିକୁ ସେୟାର କରି ଦେଶର ଲୋକଙ୍କୁ ମାସ୍କ ପିନ୍ଧିବାକୁ ଅପିଲ୍ କରିଛନ୍ତି ଆଇପିଏସ୍ ।

ଫଟୋରେ ଜଣେ ମହିଳା ଛୁଆକୁ କୋଳରେ ଧରି ଛିଡାହୋଇଛନ୍ତି ଏବଂ ପତ୍ରରେ ତିଆରି ମାସ୍କ ପିନ୍ଧିଛନ୍ତି । ଫଟୋରୁ ଯାହା ଜଣାପଡୁଛି ମହିଳାଙ୍କ ପାଖରେ ବଜାରରୁ ମାସ୍କ କିଣି ଆଣିବା ପାଇଁ ଟଙ୍କା ନାହିଁ ତେଣୁ ସେ ପତ୍ରରେ ତିଆରି ମାସ୍କ ପରିଧାନ କରିଛନ୍ତି । ଆଇପିଏସ୍ ଏହି ସୁନ୍ଦର ଫଟୋକୁ ସେୟାର ଲେଖିଛନ୍ତି, “ଗରିବ, କିନ୍ତୁ ଦାୟିତ୍ୱହୀନ ନୁହନ୍ତୁ” । ଏଥିସହିତ ସେ #Maskup ଏବଂ #WearMask ମଧ୍ୟ ଦେଇଛନ୍ତି ।

Get real time updates directly on you device, subscribe now.